Monday, May 11, 2026 08:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କୁ ଏନସିସି ସୁଧାର ଦାୟିତ୍ୱ

by Our Correspondent
16 Sep, 2021- 11:09 PM
in Latest News, News
1 min read
0
ବୈଜୟନ୍ତଙ୍କୁ ଏନସିସି ସୁଧାର ଦାୟିତ୍ୱ

ଭୁବନେଶ୍ୱର: ନରେନ୍ଦ୍ର ମୋଦିଙ୍କ ସରକାରରେ ଓଡ଼ିଆ ନେତାଙ୍କ ଗୁରୁତ୍ୱ ବଢ଼ିବାରେ ଲାଗିଛି । ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ବିଭାଗର ମନ୍ତ୍ରୀପଦ ପ୍ରଥମ ଥର ପାଇଁ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଥିବା ବେଳେ ଏବେ ନ୍ୟାସନାଲ୍ କ୍ୟାଡ଼େଟ୍ କର୍ପସ୍ ବା ଏନସିସିରେ ସୁଧାର ଆଣିବାର ଦାୟିତ୍ୱ ପାଇଛନ୍ତି ବୈଜୟନ୍ତ ପଣ୍ଡା । ଏନସିସିକୁ ଅଧିକ ସମୟୋଚିତ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗଠିତ ୧୫ ଜଣିଆ ହାଇଲେବଲ୍ ଏକ୍ସପର୍ଟ କମିଟିର ଅଧ୍ୟକ୍ଷ ହୋଇଛନ୍ତି ବୈଜୟନ୍ତ ।

ଏହି ନିଯୁକ୍ତିକୁ ନେଇ ବୈଜୟନ୍ତ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି । ଯୁବ ସଶକ୍ତିକରଣ, ରାଷ୍ଟ୍ର ନିର୍ମାଣ ଏବଂ ରାଷ୍ଟ୍ରୀୟ ଏକତା ଅକ୍ଷୂର୍ଣ୍ଣ ରଖିବା ନିମନ୍ତେ ଏନସିସିରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ରୂପାୟିତ ହେଉଛି ବୋଲି ବୈଜୟନ୍ତ ଟ୍ୱିଟ୍ କରିଛନ୍ତି । କମିଟିରେ ଅନେକ ବିଶିଷ୍ଟ ବ୍ୟକ୍ତି ଥିବାରୁ ଏହା ତାଙ୍କ ପାଇଁ ଏକ ବଡ଼ ସମ୍ମାନ ବୋଲି ବୈଜୟନ୍ତ ଜଣାଇବା ସହ ସେଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।

ସୂଚନାଥାଉକି, ବିଜେଡ଼ିରୁ ବିଜେପିକୁ ଯାଇଥିବା ବୈଜୟନ୍ତ ଏଥର କେନ୍ଦ୍ରାପଡ଼ାରୁ ହାରିଥିଲେ ମଧ୍ୟ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ସହ ଆସାମ ଓ ଏବେ ଦିଲ୍ଲୀର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ତେବେ ଓଡ଼ିଶା ବିଜେପିରେ ତାଙ୍କର ସେଭଳି ପତିଆରା ନାହିଁ କି ରାଜନୀତିରେ ପୂର୍ବ ପ୍ରଭାବ ନାହିଁ ।

ରୋଚକ କଥା ହେଉଛି, ସାଂସଦ ନ ଥାଇ ମଧ୍ୟ ସମ୍ପ୍ରସାରିତ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ବୈଜୟନ୍ତ ଜୋରସୋର ଲବି କରିଥିବା ଚର୍ଚ୍ଚା ହୋଇଥିଲା । ନିର୍ଦ୍ଦିଷ୍ଟ ଦୁଇଟି ଜାତୀୟ ଟେଲିଭିଜନ୍ ରେ ତାଙ୍କ ନାଁ ପ୍ରଚାର କରାଯାଇ ବୈଦେଶିକ ବିଭାଗ ବି ଦେଇ ଦିଆଯାଇଥିଲା । ତେବେ ଏହି ପ୍ରଚାରର କୌଣସି ଆଧାର ନ ଥିଲା । ପ୍ରେସର୍ ଟାକ୍ଟିସ୍ କୌଶଳ ବୋଲି ପରେ ଜଣାପଡ଼ିଥିଲା । ଓଡ଼ିଶାରୁ ମନ୍ତ୍ରୀମଣ୍ଡଳରେ ତିନି ଜଣ ସ୍ଥାନ ପାଇବା ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ପରେ ବୈଜୟନ୍ତଙ୍କ ସମର୍ଥକଙ୍କ ମୁହଁ ଶୁଖି ଯାଇଥିଲା ।

ଏବେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଗଠନ କରାଯାଇଥିବା ଏକ ଏକ୍ସପର୍ଟ କମିଟିରେ ବୈଜୟନ୍ତ ଅଧ୍ୟକ୍ଷ ଦାୟିତ୍ୱ ପାଇବା ସେମାନଙ୍କ ପାଇଁ ନିଶ୍ଚିତ ଭାବେ ଖୁସିର କଥା ।

Previous Post

ଶନିବାର ରାତିରେ ମହାନଦୀ ବନ୍ୟା

Next Post

ଭିନ୍ନକ୍ଷମ ମେଧାବୀ ଛାତ୍ରଙ୍କ ବକେୟା ସ୍କୁଲ ଫି’ ପାଇଁ ପୈତୃକ ସମ୍ପତ୍ତି ବନ୍ଧକ

Next Post
ଭିନ୍ନକ୍ଷମ ମେଧାବୀ ଛାତ୍ରଙ୍କ ବକେୟା ସ୍କୁଲ ଫି’ ପାଇଁ ପୈତୃକ ସମ୍ପତ୍ତି ବନ୍ଧକ

ଭିନ୍ନକ୍ଷମ ମେଧାବୀ ଛାତ୍ରଙ୍କ ବକେୟା ସ୍କୁଲ ଫି' ପାଇଁ ପୈତୃକ ସମ୍ପତ୍ତି ବନ୍ଧକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA