Tuesday, April 7, 2026 11:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କାଳେ ନାଁ ନେଇଯିବେ ବୋଲି ଛି

ମେଟ୍ରୋ ରେଳ ସ୍ୱପ୍ନ ଧୂଳିସାତ୍

by Samar Pradhan
05 Apr, 2026- 08:48 PM
in Latest News, News
1 min read
0
କାଳେ ନାଁ ନେଇଯିବେ ବୋଲି ଛି

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ମେଟ୍ରୋ ରେଳ ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି । ବିଜେଡି ସରକାରଙ୍କ ସ୍ୱପ୍ନ ଥିଲା ବୋଲି ବିଜେପି ସରକାର ତାହା କରିବାକୁ ଚାହିଁନାହାନ୍ତି । କ୍ୟାବିନେଟ୍ ବୈଠକ ବସାଇ ଏହି ପ୍ରକଳ୍ପକୁ ବନ୍ଦ କରିଦିଆଯାଇଛି । ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପାଇଁ ଖର୍ଚ୍ଚ ହୋଇଥିବା ୨୭୩ କୋଟି ଟଙ୍କା ପାଣିରେ ପଡ଼ିଛି । କେନ୍ଦ୍ରର ବିନା ସହଭାଗିତାରେ ଏହି ମେଟ୍ରୋ ରେଳ ପ୍ରକଳ୍ପର ପରିକଳ୍ପନାକୁ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଛି କରିଛନ୍ତି । ଏହା ଅପରିଣାମଦର୍ଶୀ ବୋଲି କହିଛନ୍ତି । ଭବିଷ୍ୟତରେ ଏ ନେଇ ରାଜ୍ୟ ସରକାର କମ୍ପ୍ରେହେନସିଭ୍ ମୋବିଲିଟି ପ୍ଲାନ୍ କରିବେ ବୋଲି ପୂର୍ତ୍ତମନ୍ତ୍ରୀ ବାଆଁରେଇଛନ୍ତି ।

୨୦୨୩ ଏପ୍ରିଲ୍ ୧ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ରେଳ ପ୍ରକଳ୍ପର ଘୋଷଣା କରିଥିଲେ । ଅକ୍ଟୋବର ୭ ରେ ୫୯୨୯ କୋଟି ଟଙ୍କାର ଡିପିଆରକୁ ରାଜ୍ୟ ସରକାର ମଞ୍ଜୁର କରିଥିଲେ । ସେତେବେଳେ ରାଜ୍ୟ ବିଜେପି ଏହାକୁ ବିଜେଡି ସରକାରଙ୍କ ‘ଏପ୍ରିଲ୍ ଫୁଲ୍’ କହି ତାତ୍ସଲ୍ୟ କରିଥିଲା । ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣରେ ଓଡ଼ିଶା ପଛୁଆ କାହିଁକି ବୋଲି ସମାଲୋଚନା କରାଯାଇଥିଲା । ସାରା ଦେଶରେ ୧୫ଟି ସହରରେ ମେଟ୍ରୋ ରେଳ ଚାଲିସାରିଲାଣି । ଆଉ ୭ଟି ସହରରେ ନୂଆ ମେଟ୍ରୋ ପ୍ରକଳ୍ପ ନିର୍ମାଣାଧୀନ ଅଛି । ଦେଶର ୨୨ଟି ସହର ମେଟ୍ରୋ ରେଳ ସୁବିଧା ପାଇସାରିଲା ପରେ ଏବେ ଓଡ଼ିଶା ସରକାରଙ୍କର ମେଟ୍ରୋ ରେଳ ପ୍ରକଳ୍ପ କଥା ମନେ ପଡ଼ିଛି । ପ୍ରାୟ ସମସ୍ତ ବଡ଼ ବଡ଼ ରାଜ୍ୟରେ ମେଟ୍ରୋ ରେଳ ଚାଲିଲାଣି । କିନ୍ତୁ ଓଡ଼ିଶା ସରକାର ଡିପିଆର, ବିଜ୍ଞାପନରେ ଅଟକି ଯାଇଛନ୍ତି ବୋଲି ୨୦୨୩ ଅକ୍ଟୋବର ୧୯ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର କହିଥିଲେ ।

ବିଜେପିର ତାତ୍ସଲ୍ୟ, ସମାଲୋଚନା ଭିତରେ ୨୦୨୪ ଜାନୁଆରୀ ୧ ରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୂଳିଆ ପର୍ଯ୍ୟନ୍ତ ୨୬ କିମି ଦୂର ମେଟ୍ରୋ ରେଳ କାମ ୪ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା । ରାଜ୍ୟର ନିଜସ୍ୱ ବଜେଟ୍ ରୁ ଏଥିପାଇଁ ୬୨୫୫ କୋଟି ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଭୁବନେଶ୍ୱର ପ୍ରକଳ୍ପର ଡିଜାଇନ୍ ପ୍ରସ୍ତୁତି, ନିର୍ମାଣ ତଦାରଖ କାର୍ଯ୍ୟ ନେଇଥିଲା । ସେହି ଅନୁଯାୟୀ କାମ ବି ଆରମ୍ଭ ହୋଇଗଲା ।

ତେବେ ୫ ମାସ ପରେ ସରକାର ବଦଳିଗଲା । ୨୦୨୪ ଜୁନ୍ ମାସରେ ବିଜେପି ସରକାର ଆସିଲେ । ବିଭିନ୍ନ ଆଳରେ ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରାଇବା ତାଙ୍କର ପ୍ରାଥମିକତା ରହିଲା । ସେଥିପାଇଁ ପୁରୁଣା ଟେଣ୍ଡରଗୁଡ଼ିକୁ ଆଗ ବାତିଲ କରିଦିଆଗଲା । ପ୍ରକଳ୍ପର ନୂଆ ଡିଜାଇନ୍ ପ୍ରସ୍ତୁତ କରାଯିବ ବୋଲି କୁହାଗଲା । ବିଧାନସଭାର ଗଲା ବଜେଟ୍ ଅଧିବେଶନରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମେଟ୍ରୋ ରେଳ ପ୍ରକଳ୍ପ ସ୍ଥଗିତ ନେଇ ସୂଚନା ଦେଇଥିଲେ । କମ ଯାତ୍ରୀ ଆଶଙ୍କା ଏବଂ ବୈଷୟିକ ଯାଞ୍ଚ ପାଇଁ ପ୍ରକଳ୍ପ ସ୍ଥଗିତ ଥିବା ସେ କହିଥିଲେ ।

ଗତକାଲି କ୍ୟାବିନେଟ୍ ବୈଠକରେ ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଏଥିସହ ଦିଲ୍ଲୀ ମେଟ୍ରୋ ରେଲ୍ ନିଗମ ସହ ହୋଇଥିବା ଚୁକ୍ତିକୁ ବାତିଲ କରାଯାଇଛି । କୁହାଯାଇଛି ଯେ ମେଟ୍ରୋ ରେଳ ପ୍ରକଳ୍ପ ଆଶାଜନକ ଲାଭ ଦେବନି । ଆଶାନୁରୂପକ ଯାତ୍ରୀ ହେବେନି । ଇଣ୍ଟର ମିନିଷ୍ଟ୍ରିଆଲ୍ କମିଟି(ଆଇଏମସି) ସୁପାରିଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ରାଜ୍ୟ ସରକାର କହିଛନ୍ତି । ତେବେ ୨୦୨୫ ଡିସେମ୍ବର ପୂର୍ବରୁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନେଇ ହୋଇଥିବା ୨୭୩.୫୧ କୋଟି ଟଙ୍କାର ଖର୍ଚ୍ଚକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି ।

ପୂର୍ତ୍ତମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ମେଟ୍ରୋ ପ୍ରକଳ୍ପ ବାତିଲ୍ ନୁହେଁ, ସ୍ଥଗିତ ରଖାଯାଇଛି । ଆଗକୁ ଯେ ଏହା ହେବନି ତାହା କହିହେବନି । ବିଜେଡି ସରକାରଙ୍କର ଏହା ନିର୍ବାଚନୀ ଚାଲ୍ ଥିଲା । କେନ୍ଦ୍ର ସରକାରଙ୍କର ବିନା ସହଭାଗିତାରେ ନିଜେ କରିବାକୁ ବସିଥିଲେ । ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସ୍ଥିତି ଅନୁକୂଳ ନୁହେଁ । ଏବେ ହେଲେ ବର୍ଷକୁ ପ୍ରାୟ ୨ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ସେ କହିଥିଲା ବେଳେ ଡିଜାଇନ୍ ରେ ତ୍ରୁଟି ରହିଥିବା ଆଳ କରିଛନ୍ତି । ଏକ କମ୍ପ୍ରେହେନସିଭ୍ ମୋବିଲିଟି ପ୍ଲାନ୍ କରାଯାଉଛି ବୋଲି ମଧ୍ୟ ବାଆଁରେଇଛନ୍ତି ।

ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ବିଜେଡି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଓଡ଼ିଶାବାସୀଙ୍କର ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ବନ୍ଦ ହୋଇଯାଇଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Continue Reading
Previous Post

ରୋମାନିଆରେ କିସ୍‍ ଛାତ୍ରଛାତ୍ରୀ

Next Post

ବିଜେଡିରୁ ସଫା ‘ବିଭୀଷଣ’ ଦମ୍ପତ୍ତି

Next Post
ବିଜେଡିରୁ ସଫା ‘ବିଭୀଷଣ’ ଦମ୍ପତ୍ତି

ବିଜେଡିରୁ ସଫା 'ବିଭୀଷଣ' ଦମ୍ପତ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA