Saturday, November 15, 2025 08:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଖାଉ ପାଢ଼ୀ ଜେଲ୍ ଗଲେ

୧୬୮ ଅଧିକ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି

by Our Correspondent
01 Dec, 2023- 09:09 PM
in Crime, Latest News, News
1 min read
0
ଖାଉ ପାଢ଼ୀ ଜେଲ୍ ଗଲେ

ଭୁବନେଶ୍ୱର: ଭିଜିଲାନସ୍ କୁ ଡରି ପଡୋଶୀ ଘର ଛାତକୁ ଡେଇଁଥିବା ଭୁବନେଶ୍ୱର ଜଳଯୋଗାଣ ବିଭାଗର( ଆରଡବ୍ଲୁଏସଏସ) ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁନୀଲ କୁମାର ପାଢ଼ୀ ଆଜି ଗିରଫ ହୋଇ ଝାରପଡ଼ା ଜେଲ୍ ଯାଇଛନ୍ତି । ଏ ବାବୁଙ୍କର ୫ କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । ଦୁର୍ନୀତି ଉପାୟରେ ସେ ନିଜ ଆୟଠାରୁ ୧୬୮ ପ୍ରତିଶତ ଅଧିକ ମାଲ୍ କମେଇଛନ୍ତି ।

ରାଜଧାନୀର ଜାଗମରା(ପାଢ଼ୀ ଭିଲ୍ଲା, ପ୍ଲଟ୍ ନଂ ୫୦୦/୫୧୨୦, ମଲ୍ଲିକ କମ୍ପ୍ଲେକ୍ସ)ରେ ତାଙ୍କର ଅଛି ଅତ୍ୟନ୍ତ ବିଳାସପୂର୍ଣ୍ଣ କୋଠା । ସାଢ଼େ ୩ ହଜାର ବର୍ଗଫୁଟ ଜାଗାରେ ନିର୍ମିତ ଏହି ତିନି ମହଲା କୋଠାର ଇଣ୍ଟେରିୟର କାମ ଆଖି ଖୋସି ଦେଉଛି । ପୈତୃକ ଘର ଗଞ୍ଜାମ ଜିଲ୍ଲା ଆସ୍କାରେ ବି ତାଙ୍କର ଅଛି ବିଶାଳ କୋଠା । ଆସ୍କା ବସଷ୍ଟାଣ୍ଡରେ ୭ ହଜାର ବର୍ଗଫୁଟ୍ ଜାଗାରେ ଗଢ଼ିଛନ୍ତି ମାର୍କେଟ୍ କମ୍ଫ୍ଲେକ୍ସ । ସେଠି ୯ଟି ଦୋକାନ ଘର ଭଡ଼ାରେ ଲାଗିଛି । ବ୍ରହ୍ମପୁର ସହର ଓ ଆଖପାଖରେ ୫ଟି ପ୍ଲଟ୍ ପକେଇଛନ୍ତି । ପ୍ରାୟ ୫୭ ଲକ୍ଷ ଟଙ୍କା ବ୍ୟାଙ୍କ ଏବଂ ଇନସୁରାନ୍ସରେ ଜମା ରଖିଛନ୍ତି । ବାବୁଙ୍କର ଗୋଟିଏ କାର୍ ଏବଂ ଚାରିଟି ମଟର ସାଇକେଲ ଓ ସ୍କୁଟି ଅଛି । ଘରେ ପ୍ରାୟ ୨୧ ଲକ୍ଷ ଟଙ୍କାର ଆସବାବପତ୍ର ରଖିଥିବା ଆକଳନ କରାଯାଇଛି । ଭିଜିଲାନସ୍ ଚଢ଼ଉ ବେଳେ ତାଙ୍କ ଘରୁ ନଗଦ ମିଳିଛି ୪ ଲକ୍ଷ ୫ ହଜାର ୩୧୮ ଟଙ୍କା । ତଦନ୍ତ ଚାଲିଥିବାରୁ ଆହୁରି ଅଧିକ ସମ୍ପତ୍ତି ଠାବ ହୋଇପାରେ ।

ଗତକାଲି ଭିଜିଲାନସ୍ ଟିମ୍ ଭୋର୍ ୪ଟାରେ ତାଙ୍କ ଜାଗମରାସ୍ଥିତ ଘର, ଅଫିସ, ଆସ୍କା ପୈତୃକ ଘର, ମାର୍କେଟ୍ କପ୍ଲେକ୍ସ, ଭଞ୍ଜନଗରରେ ସମ୍ପର୍କୀୟ ଘର ଏହିଭଳି ୫ଟି ଜାଗାରେ ଏକକାଳୀନ ଚଢ଼ଉ କରିଥିଲା । ଭିଜିଲାନସ୍ ଟିମ୍ ତାଙ୍କ ଜାଗମରା ଘରେ ପହଞ୍ଚିଲା କ୍ଷଣି ଶ୍ରୀ ପାଢ଼ୀ ଡରରେ ପଡୋଶୀ ଘରର ଛାତକୁ ଡେଇଁ ପଡ଼ି ଫେରାର ହୋଇଯାଇଥିଲେ । ତେବେ ପରେ ସେ ଧରାପଡ଼ି ଯାଇଥିଲେ ।

ସୂୂଚନାଯୋଗ୍ୟ, ଗିରଫ ହୋଇଥିବା ଅଭିଯୁକ୍ତ ଜେଇ ସୁନୀଲ ପାଢ଼ୀଙ୍କ ବାପା ଜଗବନ୍ଧୁ ପାଢ଼ୀ ବନ ବିଭାଗରେ ରେଞ୍ଜର ଚାକିରି କରିଥିଲେ । ଜି.ଉଦୟଗିରି ରେଞ୍ଜ ଅଫିସର ଥିବା ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ । ୨୦୦୯ ମସିହାରେ ମାମଲାର ବିଚାର କରି ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟ ୭ ବର୍ଷ ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା କରିଥିଲେ ।

Previous Post

ଓଡ଼ିଶା ଫେରିଲେ ୪ ଶ୍ରମିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

Next Post

ଚାକିରୀରୁ ବିଦା ହେଲେ ଲାଞ୍ଚୁଆ ଆଇଆଇସି ସୁଶାନ୍ତ ଶତପଥୀ

Next Post
ଚାକିରୀରୁ ବିଦା ହେଲେ ଲାଞ୍ଚୁଆ ଆଇଆଇସି ସୁଶାନ୍ତ ଶତପଥୀ

ଚାକିରୀରୁ ବିଦା ହେଲେ ଲାଞ୍ଚୁଆ ଆଇଆଇସି ସୁଶାନ୍ତ ଶତପଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19120 shares
    Share 7648 Tweet 4780
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7293 shares
    Share 2917 Tweet 1823
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5804 shares
    Share 2322 Tweet 1451
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA