Friday, April 24, 2026 09:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜଧାନୀ ବସ୍ତି ଭୋଟର ବିକ୍ରୀ ହୁଅନ୍ତି କି?

ଚର୍ଚ୍ଚାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମନ୍ତବ୍ୟ

by Our Correspondent
09 Mar, 2022- 07:57 PM
in Latest News, News
1 min read
0
ରାଜଧାନୀ ବସ୍ତି ଭୋଟର ବିକ୍ରୀ ହୁଅନ୍ତି କି?

ଭୁବନେଶ୍ୱର: ରାଜଧାନୀର ବସ୍ତି ଭୋଟର ପଇସା ନେଇ ଭୋଟ ଦିଅନ୍ତି କି? ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମନ୍ତବ୍ୟ ପରିପ୍ରେକ୍ଷୀରେ ଏହା ବିତର୍କର ବିଷୟ ହୋଇପଡ଼ିଛି । ନିର୍ବାଚନବେଳେ ସହରର ବସ୍ତି ବାସିନ୍ଦାଙ୍କ ଭୋଟ୍ ଉପରେ ସମସ୍ତଙ୍କର ନଜର ଥାଏ । ରାଜନୈତିକ ଦଳମାନେ ବସ୍ତି ଭୋଟ୍ କୁ ହାତେଇବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିଥାନ୍ତି । ମାତ୍ର ଏହି କୌଶଳଟି ଯେ ପଇସା ଦେଇ ଭୋଟ କିଣା ହୋଇପାରେ ତାହା ସାଂସଦଙ୍କର ବୟାନରୁ ସ୍ପଷ୍ଟ ବୁଝାପଡୁଛି ।

ବସ୍ତିବାସିନ୍ଦାଙ୍କ ଭୋଟ ପ୍ରସଙ୍ଗ ଉଠାଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତକାଲି ଗଣମାଧ୍ୟମରେ ଏକ ବୟାନ ଦେଇଥିଲେ । କହିଥିଲେ, ରାଜଧାନୀ ବସ୍ତି ଅଞ୍ଚଳରେ ଟଙ୍କା ଦେଇ ଶାସକ ଦଳ ଭୋଟ କିଣିବାକୁ ଉଦ୍ୟମ କରୁଛି । ଗୋଟିଏ ଗୋଟିଏ ଭୋଟ୍ କିଣିବାକୁ ୫ଶହରୁ ହଜାରେ ଟଙ୍କା ମୂଲଚାଲ ହେଉଛି । ଏହି ମୂଲଚାଲ୍ ର ତିନୋଟି ଭିଡ଼ିଓ ରେକର୍ଡିଂ ସେ ରଖିଛନ୍ତି । ଠିକ୍ ସମୟରେ ଦେଖାଇବେ ।

ସାଂସଦ ଯେଉଁଦିନ(୮ ତାରିଖ) ଏହି ବୟାନ ଦେଇଛନ୍ତି, ସେତେବେଳେ ପୌର ନିର୍ବାଚନ ପ୍ରାର୍ଥୀପତ୍ର ଯାଞ୍ଚ ସରି ନ ଥିଲା କି ପ୍ରାର୍ଥୀଙ୍କର ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇ ନ ଥିଲା । ଅଥଚ ବସ୍ତି ଅଞ୍ଚଳରେ ଭୋଟ ପାଇଁ ମୂଲଚାଲ ହେଉଥିବା ସାଂସଦଙ୍କ ନଜରକୁ ଆସିଛି । ଆଉ ସାଂସଦ ତୁରନ୍ତ ଗଣମାଧ୍ୟମକୁ ଆସି ବୟାନ ଦେଇଛନ୍ତି ।

ସାଂସଦଙ୍କର ଏହି ବୟାନରୁ ସାଧାରଣରେ ବଦ୍ଧ ଧାରଣା ହୋଇଛି ଯେ ବସ୍ତି ବାସିନ୍ଦା ଭୋଟ ବେଳେ ବିକ୍ରୀ ହୋଇଯାଆନ୍ତି । ଗୋରୁ ମୂଲ ଭଳି ବସ୍ତିବାସିନ୍ଦାଙ୍କୁ ରାଜନୈତିକ ଦଳ ମୂଲ କରନ୍ତି । ଗରିବ ବସ୍ତିଲୋକଙ୍କଠାରେ କିଛି ମୂଲ୍ୟବୋଧ ଓ ସ୍ୱାଭିମାନ ନାହିଁ ବୋଲି ଆଇଏଏସ୍ ମାର୍କା ସାଂସଦ ମୋଟାମୋଟି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ।

ତେବେ ସାଂସଦଙ୍କର ଏହି ବୟାନ ଖୋଦ୍ ତାଙ୍କ ଦଳ ବିଜେପିରେ ନାପସନ୍ଦ ହୋଇଛି । ପୌର ନିର୍ବାଚନରେ ଏହା ଦଳକୁ କ୍ଷତି କରିବ ବୋଲି ଅଧିକାଂଶ ନେତା ଆଶଙ୍କା କରୁଛନ୍ତି । ଜଣେ ଦାୟିତ୍ୱସମ୍ପନ୍ନ ଲୋକ ପ୍ରତିନିଧିଙ୍କ ମୁହଁରେ ଏହା ଶୋଭା ପାଏନି ବୋଲି ସେମାନେ କହିବା ସହ ସାଂସଦଙ୍କ ପୌର ପରିଚାଳନା ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ।

ଆଶ୍ଚର୍ଯ୍ୟର କଥା, ସାଂସଦଙ୍କ ବୟାନ ଉପରେ ବିଜେଡ଼ି କି କଂଗ୍ରେସର କିନ୍ତୁ କୌଣସି ପ୍ରତିକ୍ରିୟା ନାହିଁ । ମନ୍ତ୍ରୀ ଅଶୋକ ପଣ୍ଡା ନାଁକୁ ଏକ ପ୍ରତିକ୍ରିୟା ଦେଇଥିଲେ ମଧ୍ୟ ସେଥିରେ ମୂଳ କଥା ନାହିଁ । ରାଜନୈତିକ ଆକ୍ଷେପରେ ତାଙ୍କ ପ୍ରତିକ୍ରିୟା ସୀମିତ ରହିଛି । ସୁତରାଂ ବସ୍ତି ଭୋଟର ବିକ୍ରୀ ହେଉଥିବା ଅଭିଯୋଗଟି କଂଗ୍ରେସ କି ଭୁବନେଶ୍ୱର ଏକାମ୍ର ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ମାନ୍ୟବର ମନ୍ତ୍ରୀଙ୍କୁ ଅତିଷ୍ଠ କରୁନାହିଁ ବୋଲି ବୁଝିବାକୁ ହେବ ।

ସେହିଭଳି, କୌଣସି ବସ୍ତିନେତା ମଧ୍ୟ ସାଂସଦଙ୍କ ମନ୍ତବ୍ୟକୁ ବିରୋଧ କରିନାହାନ୍ତି । ବସ୍ତିବାସିନ୍ଦାଙ୍କ ସ୍ୱାଭିମାନ ପ୍ରତି ଏହା କୁଠାରଘାତ ଏବଂ ଅପମାନ ହୋଇଥିଲେ ମଧ୍ୟ ସେମାନେ ଚୁପ୍ ଅଛନ୍ତି । ଏହା ପଛର ରହସ୍ୟ କ’ଣ ହୋଇପାରେ ବୋଲି ବୁଦ୍ଧିଜୀବୀମହଲରୁ ପ୍ରଶ୍ନ ଉଠିଛି । ଏ ପ୍ରସଙ୍ଗରେ ସମସ୍ତଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ଉଚିତ ବୋଲି ସେମାନଙ୍କର ମତ ।

Previous Post

ମାର୍ଚ୍ଚ ୨୫ରୁ ବିଧାନସଭା

Next Post

ୟୁପିରେ ରହିଲା ବିଜେପି, ପଞ୍ଜାବରେ ଆସିଲା ଆପ୍

Next Post
ୟୁପିରେ ରହିଲା ବିଜେପି, ପଞ୍ଜାବରେ ଆସିଲା ଆପ୍

ୟୁପିରେ ରହିଲା ବିଜେପି, ପଞ୍ଜାବରେ ଆସିଲା ଆପ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA