Wednesday, September 2, 2026 05:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ୟୁପିରେ ରହିଲା ବିଜେପି, ପଞ୍ଜାବରେ ଆସିଲା ଆପ୍

ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ଗଡ଼ ରଖିଲା ବିଜେପି

by Our Correspondent
10 Mar, 2022- 12:11 PM
in Latest News, National, News, Politics
1 min read
0
ୟୁପିରେ ରହିଲା ବିଜେପି, ପଞ୍ଜାବରେ ଆସିଲା ଆପ୍

ନୂଆଦିଲ୍ଲୀ: ୫ ରାଜ୍ୟର ନିର୍ବାଚନ ଫଳାଫଳ ଆସିଛି । ଉତ୍ତର ପ୍ରଦେଶରେ ବିଜେପିକୁ ପୁନର୍ବାର ବିପୁଳ ଜନସମର୍ଥନ ମିଳିଛି । କ୍ରମାଗତ ଦ୍ୱିତୀୟଥର ପାଇଁ ଯୋଗୀ ଆଦିତ୍ୟନାଥ କ୍ଷମତା ଦଖଲ କରିବାକୁ ଯାଉଛନ୍ତି । ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ମଧ୍ୟ ବିଜେପି ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି । ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଐତିହାସିକ ବିଜୟ ହାସଲ କରିଛି । କଂଗ୍ରେସକୁ ଧୂଳି ଚଟାଇ ଦିଲ୍ଲୀ ବାହାରେ ପ୍ରଥମ ରାଜ୍ୟ ଭାବେ ପଞ୍ଜାବରେ ସରକାର ଗଢ଼ିବାକୁ ଯାଉଛି ।

ଉତ୍ତର ପ୍ରଦେଶ: ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ ସରକାର ଗଠନ ପାଇଁ ୨୦୨ ଟି ଆସନର ଆବଶ୍ୟକତା ଅଛି । ୨୦୧୭ ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଥିଲା ୩୧୨ ଟି ଆସନ । ଏଥର ମଧ୍ୟ ବିଜେପି ଗତଥରର ସଫଳତା ଦୋହରାଇବାକୁ ଯାଉଛି । ଦିନ ୧୨ଟା ସୁଦ୍ଧା ଆସିଥିବା ଭୋଟ ଗଣତି ଟ୍ରେଣ୍ଡରେ ବିଜେପି ୨୭୧ ଆସନରେ ଆଗୁଆ ରହିଛି । ସମାଜବାଦୀ ପାର୍ଟି ୧୧୯, ବହୁଜନ ସମାଜବାଦୀ ପାର୍ଟି ୫, କଂଗ୍ରେସ ୩ ଏବଂ ଅନ୍ୟାନ୍ୟ ଦଳ ୩ ଟି ଆସନରେ ଆଗୁଆ ଅଛନ୍ତି ।

ଏଥିସହ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର କ୍ଷମତା ବଜାୟ ରଖିବାରେ ଚାରି ଦଶନ୍ଧୀର ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । ପ୍ରତି ନିର୍ବାଚନରେ ସରକାର ପରିବର୍ତ୍ତନର ଏକ ଧାରା ରାଜ୍ୟରେ ରହିଥିଲା । ୧୯୮୫ ପରେ କ୍ଷମତା ବଜାୟ ରଖିବାରେ ଯୋଗୀ ହୋଇଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ।

ପଞ୍ଜାବ: ୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ସରକାର ଗଠନ ପାଇଁ ୫୯ ଟି ଆସନର ଆବଶ୍ୟକତା ଥିଲା ବେଳେ ୨୦୧୭ ନିର୍ବାଚନରେ କଂଗ୍ରେସ ୭୬ ଆସନ ପାଇଁ ସରକାର ଗଠନ କରିଥିଲା । ମାତ୍ର ଏଥର ନିର୍ବାଚନରେ କଂଗ୍ରେସର ସତ୍ତା ଦୋହଲି ଯାଇଛି । ଆମ୍ ଆଦମୀ ପାର୍ଟି(ଆପ୍) କୁ ପଞ୍ଜାବ ଭୋଟର ଏକପାଖିଆ ସମର୍ଥନ ଦେଇଛନ୍ତି । ଦିନ ୧୨ଟା ସୁଦ୍ଧା ଟ୍ରେଣ୍ଡରେ ଆପ୍ ୮୯ ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୧୭ ଟି ଆସନରେ ଆଗୁଆ ଅଛି । ବିଜେପି ୩, ଶିରୋମଣି ଅକାଳୀ ଦଳ ୬ ଏବଂ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ଅଛନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଏବଂ ପ୍ରକାଶ ସିଂ ବାଦଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ ଏବଂ ପିସିସି ମୁଖ୍ୟ ନବଜୋତ୍ ସିଂ ସିଦ୍ଧୁ ତାଙ୍କ ପ୍ରତିଦ୍ୱନ୍ଦୀ ଆପ୍ ପ୍ରାର୍ଥୀଙ୍କଠାରୁ ପଛରେ ରହିଛନ୍ତି ।

ଅରବିନ୍ଦ କେଜ୍ରିଆଲ୍ ଙ୍କ ନେତୃତ୍ୱାଧୀନ ଆପ୍ ପ୍ରଥମ ଥର ପାଇଁ ଦିଲ୍ଲୀ ବାହାର ରାଜ୍ୟରେ ସରକାର ଗଢ଼ିବ । ଦିଲ୍ଲୀରେ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ପଦରେ ବସିଥିବା କେଜ୍ରିଆଲ୍ ଓ ତାଙ୍କ ଆପ୍ ପ୍ରତି ପଞ୍ଜାବରେ ବିପୁଳ ସମର୍ଥନ ଜାତୀୟ ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।

ଉତ୍ତରାଖଣ୍ଡ: ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ସରକାର ଗଠନ ପାଇଁ ୩୬ ଟି ଆସନ ଆବଶ୍ୟକ । ୨୦୧୭ ନିର୍ବାଚନରେ ବିଜେପି ୫୦ ଟି ଆସନ ପାଇ ସରକାର ଗଠନ କରିଥିଲା । ଏଥର ଦିନ ୧୨ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡରେ ବିଜେପି ୪୪ ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ୨୨ ଏବଂ ଅନ୍ୟାନ୍ୟ ଦଳ ୪ ଟି ଆସନରେ ଆଗୁଆ ଅଛନ୍ତି ।

ଗୋଆ: ୪୦ ଆସନ ବିଶିଷ୍ଟ ଗୋଆରେ ସରକାର ଗଠନ ପାଇଁ ୨୧ ଆସନ ଆବଶ୍ୟକ ହେଉଥିବା ବେଳେ ୨୦୧୭ ନିର୍ବାଚନରେ ବିଜେପିକୁ ମିଳିଥିଲା ୧୯ ଆସନ । ଏଥର ଦିନ ୧୨ଟା ସୁଦ୍ଧା ଟ୍ରେଣ୍ଡରେ ବିଜେପି ୧୮ ଆସନରେ ଆଗୁଆ ଅଛି । କଂଗ୍ରେସ ୧୧, ତୃଣମୂଳ କଂଗ୍ରେସ ୪, ଆପ୍ ୨ ଏବଂ ଅନ୍ୟାନ୍ୟ ଦଳ ୫ଟି ଆସନରେ ଆଗୁଆ ଅଛନ୍ତି ।

ମଣିପୁର: ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ସରକାର ଗଠନ ପାଇଁ ୩୧ ଆସନ ଦରକାର । ଗତଥର ବିଜେପି ୨୮ ଆସନ ପାଇଥିଲା । ଏଥର ଦିନ ୧୨ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡରୁ ବିଜେପି ୩୧ ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ୭ ଏବଂ ଅନ୍ୟାନ୍ୟ ଦଳ ୨୨ ଆସନରେ ଆଗୁଆ ଅଛନ୍ତି ।

Previous Post

ରାଜଧାନୀ ବସ୍ତି ଭୋଟର ବିକ୍ରୀ ହୁଅନ୍ତି କି?

Next Post

ସମ୍ ଆଲଟିମେଟରେ ଆରମ୍ଭ ହେବ କ୍ୟାଡ଼ଭର ପ୍ରତ୍ୟାରୋପଣ ସେବା

Next Post
ସମ୍ ଆଲଟିମେଟରେ ଆରମ୍ଭ ହେବ କ୍ୟାଡ଼ଭର ପ୍ରତ୍ୟାରୋପଣ ସେବା

ସମ୍ ଆଲଟିମେଟରେ ଆରମ୍ଭ ହେବ କ୍ୟାଡ଼ଭର ପ୍ରତ୍ୟାରୋପଣ ସେବା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA