ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ଶରୀରରୁ ସଂଗୃହିତ କିଡ଼ନୀ ର ପ୍ରତ୍ୟାରୋପଣ ଅସୁସ୍ଥ ବ୍ୟକ୍ତିଙ୍କ ଶରୀରରେ କରାଯିବାର ପ୍ରକିୟା (କାଡାଭର ପ୍ରତ୍ୟାରୋପଣ) ଖୁବ ଶୀଘ୍ର ସମ ଆଲଟିମେଟ ମେଡ଼ିକେଆର ରେ ଆରମ୍ଭ କରାଯିବ । ବିଶ୍ୱ କିଡ୍ନୀ ଦିବସ ପାଳନ ଅବସରରେ ଗୁରୁବାର ଏହା ହସ୍ପିଟାଲ ପକ୍ଷରୁ ପ୍ରକାଶ କରାଯାଇଛି |
ସାରା ବିଶ୍ୱରେ କିଡ୍ନୀ ଜନିତ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହି ରୋଗରୁ ମୁକୁଳିବା ନିମନ୍ତେ ସଚେତନତା ବୃଦ୍ଧି ସହ ରୋଗର ନିରାକରଣ ନିମନ୍ତେ ପ୍ରଚେଷ୍ଟା କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ ସମମ ର ଚିଫ ଅଫ ମେଡିକାଲ ସରଭିସେସ ବ୍ରିଗେଡିଅର (ଡ଼ଃ ) ବିରାଜ ମୋହନ ମିଶ୍ର |
ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଅନୁଷ୍ଠାନ ଭାବେ ଆମେ ଲୋକଙ୍କୁ ସଚେତନ କରିବା ଦିଗରେ ବଦ୍ଧପରିକର | ତେଣୁ ଜନସାଧାରଣ କିଭଳି ନିୟମିତ ଭାବେ ନିଜ କିଡ଼ନୀର ତତ୍ତ୍ଵ ନେବେ, ଆଗୁଆ ପରୀକ୍ଷଣ କରିବେ ଓ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଓ ଡାଏଲିସିସ୍ ର ସୁବିଧା ଉପଲବ୍ଧ ହୋଇ ପାରିବ ସେ ଦିଗରେ ଆମେ ଯତ୍ନବାନ ଅଛୁ ବୋଲି ସୂଚନା ଦେଇଥିଲେ ସମମ ର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ |
ଏହି ପରିପ୍ରେକ୍ଷୀରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଏକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା । ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର୍ ଡକ୍ଟର ମିଶ୍ର, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ, ଡେପୁଟି ମେଡିକାଲ୍ ସୁପରିନଟେଣ୍ଡେନ୍ଟ ଡାକ୍ତର ଆନନ୍ଦ ମିଶ୍ର ଙ୍କ ସମେତ ହସ୍ପିଟାଲ୍ର ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।