Tuesday, June 23, 2026 07:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ଦମ୍ଭ: ବିଜେଡିର ଭବିଷ୍ୟତ ଉଜ୍ଜଳ

ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ

by Our Correspondent
26 Dec, 2024- 05:37 PM
in Latest News, News
1 min read
0
ନବୀନଙ୍କ ଦମ୍ଭ: ବିଜେଡିର ଭବିଷ୍ୟତ ଉଜ୍ଜଳ

ଭୁବନେଶ୍ୱର: ବିଜୁ ଜନତା ଦଳର ଭବିଷ୍ୟତ ଉଜ୍ଜଳ । ଓଡ଼ିଶାବାସୀଙ୍କ ଭାବନା ସହ ବିଜେଡି ଯୋଡି ହୋଇ ରହିଛି । ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଦଳ ଓଡ଼ିଶାବାସୀଙ୍କ ସେବା କରି ଚାଲିବ । ଏକ ଦୃଢ଼ ଆଞ୍ଚଳିକ ଦଳ ଭାବେ ଓଡ଼ିଶା ସ୍ୱାର୍ଥର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୋଧରେ ବିଜେଡିର ଲଢ଼େଇ ଜାରି ରହିବ । ଆଜି ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ ଯେ ଓଡ଼ିଶାକୁ ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟର ପରିଚୟ ଦେଇଛି ବିଜେଡି । ଆମେ ହାରିନୁ କି ଲୋକଙ୍କ ବିଶ୍ୱାସ ହରାଇନୁ । ମିଥ୍ୟା ପ୍ରତିଶ୍ରୁତି ଓ ଭୂଆଁ ବୁଲାଇ ବିଜେପି କ୍ଷମତାକୁ ଆସିଛି । ଆମ ଭୁଲ ହେଲା ସେମାନଙ୍କ ନକରାତ୍ମକ ଓ ମିଥ୍ୟା ପ୍ରଚାରର କାଉଣ୍ଟର କରିପାରିଲୁ ନାହିଁ । ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ଏବେ ଓଡିଶାବାସୀ ବୁଝିଲେଣି । ଓଡ଼ିଶାବାସୀଙ୍କ ଭାବାବେଗ ସହ ବିଜେଡି ଯୋଡି ହୋଇ ରହିଛି ଏବଂ ଏମିତି ରହିଥିବ ବୋଲି ନବୀନ କହିଛନ୍ତି ।

ପ୍ରତିଷ୍ଠା ଦିବସ ସମାରୋହରେ କ’ଣ କହିଛନ୍ତି ନବୀନ, ପଢ଼ନ୍ତୁ..

” ୧୯୯୭ ଡିସେମ୍ବର ୨୬ ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ଧରି ବିଜୁ ପ୍ରେମୀ ମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ । ସେତେବେଳେ ବହୁ ଲୋକ କହୁଥିଲେ ଏ ଦଳ ବଞ୍ଚିବ ନାହିଁ । କିଛି ଲୋକ କହୁଥିଲେ ଏ ଦଳ ଆଗକୁ ବଢି ପାରିବ ନାହିଁ । ଏ ଦଳ କେବେ ସଫଳ ହେବ ନାହିଁ । ଆଉ ମତେ ମଧ୍ୟ କହୁ ଥିଲେ ମୁଁ ରାଜନୀତି ଜାଣେ ନାହିଁ । କିନ୍ତୁ ଆପଣମାନଙ୍କ ପରିଶ୍ରମ ଓ ଓଡିଶା ବାସୀଙ୍କ ଆଶିର୍ବାଦ ଯୋଗୁ ବିଜୁ ଜନତା ଦଳ ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତି ଓଡିଶା ବାସୀଙ୍କୁ ସେବା ଯୋଗାଇବାର ସୁଯୋଗ ପାଇଛି । ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଆପଣମାନଙ୍କ ସେବା କରିବାର ସୌଭାଗ୍ୟ ପାଇଛି । 

ଦୁନିଆରେ ବିଜେଡି ସରକାର ଓଡିଶାକୁ ଏକ ସଶକ୍ତ ଓ ସମୃଦ୍ଧ ରାଜ୍ୟର ପରିଚୟ ଦେଇପାରିଛି । ଅନ୍ୟ ରାଜ୍ୟର ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଥିବା ଓଡିଶା ଆଜି ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି । ଓଡିଶାରେ ଗରିବୀ କମିଛି । ମୁଣ୍ଡ ପିଛା ଆୟ ବଢିଛି । ବିପର୍ଯୟ ପରିଚାଳନା ରେ ଆଦର୍ଶ ରାଜ୍ୟ ହୋଇ ପାରିଛି । ପୁଞ୍ଜି ବିନିଯୋଗ ବଢିଛି । ୨୦୦୦ ମସିହାରେ Over Draft ରେ ଚଳୁଥିବା ରାଜ୍ୟ ଆଜି Budget Surplus State ହୋଇପାରିଛି ।

ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ । ସାରା ବିଶ୍ୱରେ ଓଡିଶା Sports Capital ର ପରିଚୟ ପାଇଛି ।

ମୁଁ ଜାଣିଛି ବହୁତ ଲୋକଙ୍କର ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ । ମୁଁ ଆଜି ତାର ଉତ୍ତର ଦେବି । ମୁଁ କହିବି ଆମେ ହାରି ନାହୁଁ । ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ । ବିଜେପି ମିଛ କଥା କହି, ମିଛ ପ୍ରତିଶୃତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି । ଏତେ ମିଛ କହି ମଧ୍ୟ୍ୟ ବିଜେପି ଆମ ଠାରୁ କମ୍‌ ଭୋଟ୍‌ ପାଇଛି । ଆମର ଭୁଲ୍‌ ହେଲା ଆମେ ସେମାନଙ୍କ ମିଛର ଠିକ୍‌ ଭାବରେ Counter କରି ପାରିଲୁ ନାହିଁ । ସେମାନଙ୍କ Negative campaign ଓ Social Media ରେ False narratives ର ଠିକ୍‌ ଭାବରେ ଆମେ Counter କରି ପାରିଲୁ ନାହିଁ ।

ଆଜି ଓଡିଶାବାସୀ ଜାଣିଲେଣି ଯେ ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି। ତେଣୁ କର୍ମୀ ଭାଇ ଭଉଣୀ ମାନେ Social Media ରେ ସକ୍ରିୟ ରହି ବିଜେପିର False narrative ର ଉଚିତ୍‌ ଜବାବ ଦିଅ ।

ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡିଶାବାସୀଙ୍କ ପାଇଁ ସବୁଠାରୁ ବଡ ଉପହାର ହେଉଛି ଦରଦାମ ବୃଦ୍ଧି । ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ, ପନିପରିବା ସବୁ ଦର ଆଜି ଆକାଶ ଛୁଆଁ । ଦରବୃଦ୍ଧି ପାଇଁ ଆଜି ପ୍ରତି ପରିବାର କାନ୍ଦୁଛି । ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ କାନ୍ଦୁଛି। ମିଶନ ଶକ୍ତି ମା ମାନେ ଦୁଃଖ ରେ ଅଛନ୍ତି । ଲୋକଙ୍କ ଏତେ କଷ୍ଟ ପରେ ଏ ସରକାରର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ ? 

୧୯୯୭ ରେ ଆମ ଦଳ ଗଠନ ବେଳେ ଯେମିତି କିଛି ଲୋକ କହୁଥିଲେ ଏ ଦଳର ଭବିଷ୍ୟତ ନାହିଁ । ଏବେ ବି କିଛି ନିନ୍ଦୁକ କହୁଛନ୍ତି ଯେ ଏ ଦଳର ଭବିଷ୍ୟତ ନାହିଁ । ମୁଁ ଦୃଢତାର ସହ କହିବାକୁ ଚାହେଁ ଯେ ବିଜୁ ଜନତା ଦଳର ଉଜ୍ଜଳ ଭବିଷ୍ୟତ ରହିଛି । ଓଡିଶାବାସୀଙ୍କ ଭାବାବେଗ ସହ ବିଜୁ ଜନତା ଦଳ ଯୋଡି ହୋଇ ରହିଛି । ଶଙ୍ଖ ଚିହ୍ନ ଯୋଡି ହୋଇ ରହିଛି ।

ଓଡିଶାର ପରିଚୟକୁ ଉଜ୍ଜଳ କରିଛି ବିଜୁ ଜନତା ଦଳ ।
ଓଡିଶାର ହକ୍‌ ପାଇଁ ଲଢୁଥିବା ଦଳ ହେଉଛି ବିଜୁ ଜନତା ଦଳ ।
ଏକ ସଶକ୍ତ ଓ ସମୃଦ୍ଧ ଓଡିଶାର ଭିତ୍ତି ପକାଇଛି ବିଜୁ ଜନତା ଦଳ ।
ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହି ଯାଇଛି ବିଜୁ ଜନତା ଦଳ ଓ ଶଙ୍ଖ ଚିହ୍ନ।”

Previous Post

ଡିଏଭି ପୋଖରୀପୁଟ ପୁରାତନ ଛାତ୍ର ପରିଷଦ ବୈଠକ

Next Post

ମନମୋହନ ସିଂହ ଆଉ ନାହାନ୍ତି

Next Post
ମନମୋହନ ସିଂହ ଆଉ ନାହାନ୍ତି

ମନମୋହନ ସିଂହ ଆଉ ନାହାନ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA