Tuesday, June 23, 2026 05:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନମୋହନ ସିଂହ ଆଉ ନାହାନ୍ତି

by Our Correspondent
26 Dec, 2024- 11:55 PM
in Latest News, News
1 min read
0
ମନମୋହନ ସିଂହ ଆଉ ନାହାନ୍ତି

ଭୁବନେଶ୍ୱର: ପ୍ରଖ୍ୟାତ ଅର୍ଥନୀତିଜ୍ଞ, ଭାରତବର୍ଷରେ ଜଗତୀକରଣ ଅର୍ଥନୀତିର ପ୍ରବର୍ତ୍ତକ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଆଉ ଇହଜଗତରେ ନାହାନ୍ତି । ନୂଆଦିଲ୍ଲୀସ୍ଥିତ ଏମସ୍ ହସ୍ପିଟାଲ୍ ରେ ଆଜି ରାତି ୯ଟା ୫୧ ମିନିଟ୍ ରେ ସେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ତାଙ୍କ ପରଲୋକରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି । ଭାରତବର୍ଷ ପାଇଁ ତାଙ୍କ ନିଧନ ବିରାଟ ଶୂନ୍ୟସ୍ଥାନ ତଥା ଅପୂରଣୀୟ କ୍ଷତି ଆଣିଦେଇଛି ।

ବୟସାଧିକ କାରଣରୁ ଡ. ମନମୋହନ ସିଂହ ଦୀର୍ଘ ଦିନ ଧରି ନିଜ ଘରେ ଚିକିତ୍ସିତ ଥିଲେ । ଆଜି ସଂଧ୍ୟାରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା । ସେ ଅଚେତ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ଏମସ୍ ମେଡିକାଲ୍ ଏମର୍ଜେନସୀରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚେତା ଫେରାଇ ଜୀବନ ବଞ୍ଚାଇବା ପାଇଁ ଡାକ୍ତରମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ମାତ୍ର ତାହା ସଫଳ ହୋଇ ନ ଥିଲା । ରାତି ୯ଟା ୫୧ ମିନିଟ୍ ରେ ଡାକ୍ତରମାନେ ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ ।

ଦୁଇ ଦୁଇ ଥରର ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଏକାଧାରରେ ବହୁ ଗୁଣର ଅଧିକାରୀ ଥିଲେ । ଜଣେ ପ୍ରଚଣ୍ଡ ଜ୍ଞାନୀ, ବିଚକ୍ଷଣ ଅର୍ଥନୀତିଜ୍ଞ, ଜଣେ ସଫଳ ରାଜନେତା, ଅତି ସରଳ, ଅତି ଅମାୟିକ ଓ ଅତ୍ୟନ୍ତ ନମ୍ର ସ୍ୱଭାବର ବ୍ୟକ୍ତି ଥିଲେ । ଅର୍ଥମନ୍ତ୍ରୀ ଭାବେ ଭାରତୀୟ ଅର୍ଥନୀତିରେ ସଂସ୍କାର ଓ ସୁଧାର ଆଣି ଭାରତୀୟ ଜନଜୀବନକୁ ନୂଆ ଦିଶା ଦେଇଥିଲେ । ଉଭୟ ଅର୍ଥନୀତି ଓ ରାଜନୀତିରେ ତାଙ୍କ ଭଳି ସଫଳ ବ୍ୟକ୍ତିତ୍ୱ କ୍ୱଚିତ୍ ଦେଖିବାକୁ ମିଳେ ।

ଭାରତବର୍ଷର ୧୪ ତମ ପ୍ରଧାନମନ୍ତ୍ରୀ ଥିଲେ ଡ. ମନମୋହନ ସିଂହ । କ୍ରମାଗତ ଭାବେ ଦୁଇଥର ମେ ୨୨,୨୦୦୪ରୁ ମେ ୨୬, ୨୦୧୪ ପର୍ଯ୍ୟନ୍ତ ସେ ଥିଲେ ଦେଶର ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ପି.ଭି. ନରସିଂହ ରାଓଙ୍କ ସରକାରରେ ଜୁନ୍ ୧୯୯୧ରୁ ମେ ୧୯୯୬ ପର୍ଯ୍ୟନ୍ତ ସେ ଅର୍ଥମନ୍ତ୍ରୀ ଥିଲେ । ଦେଶର ଅର୍ଥନୀତି ଅତି ସଙ୍କଟରେ ଥିବା ବେଳେ ତାଙ୍କୁ ଏହି ଦାୟିତ୍ୱ ମିଳିଥିଲା । ଆଉ ସେହି ଦାୟିତ୍ୱକୁ ଅତ୍ୟନ୍ତ ସୁଚାରୂରୂପେ ଲିଭାଇଥିଲେ ସେ । ଦେଶର ଅର୍ଥନୀତିରେ ସେ ଆଣିଥିଲେ ବ୍ୟାପକ ସଂସ୍କାର । ମୁକ୍ତ, ଉଦାରୀକରଣ ଓ ଜଗତୀକରଣ ଅର୍ଥନୀତିକୁ ଆପଣାଇଥିଲେ । ଯାହାର ସୁଫଳ ଏବେ ଦେଶବାସୀ ପାଉଛନ୍ତି । ତାଙ୍କର କୃତୀ ଭାରତବର୍ଷର ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଯାଇଛି ।

୧୯୩୨ ସେପ୍ଟେମ୍ବର ୨୬ ତାରିଖରେ ଅବିଭାଜିତ ଭାରତର ପଞ୍ଜାବ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ମନମୋହନ ସିଂହ । ୧୯୪୮ ମସିହାରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିଥିଲେ । ୧୯୫୭ ମସିହାରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୬୨ ମସିହାରେ ଅକ୍ସଫୋର୍ଡ ରୁ ଅର୍ଥନୀତିରେ ଡି.ଫିଲ୍ କରିଥିଲେ ।

୧୯୭୧ ମସିହାରେ ସେ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟରେ ଅର୍ଥନୈତିକ ଉପଦେଷ୍ଟା ଭାବେ ଯୋଗ ଦେଇଥିଲେ । ୧୯୭୨ ମସିହାରୁ ୧୯୭୬ ପର୍ଯ୍ୟନ୍ତ ସେ ଅର୍ଥ ମନ୍ତ୍ରଣାଳୟରେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ । ୧୯୮୨ ସେପ୍ଟେମ୍ବରରେ ସେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ । ୧୯୮୫ ଜାନୁଆରୀ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ସମ୍ଭାଳିଥିଲେ । ୧୯୮୫ରୁ ୧୯୮୭ ମସିହା ପର୍ଯ୍ୟନ୍ତ ସେ ଯୋଜନା କମିସନ ଅଧ୍ୟକ୍ଷ ରହିଥିଲେ ।

ଦେଶ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିଲା ବେଳେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ତାଙ୍କୁ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ । ୧୯୯୮ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିଲେ ।

ମନମୋହନ ସିଂହଙ୍କ ପରଲୋକରେ ରାଷ୍ଟ୍ରପତି ଦୋ÷ପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ସବୁ ରାଜନୈତିକ ଦଳର ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି ।

Previous Post

ନବୀନଙ୍କ ଦମ୍ଭ: ବିଜେଡିର ଭବିଷ୍ୟତ ଉଜ୍ଜଳ

Next Post

ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା

Next Post
ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା

ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA