Thursday, April 30, 2026 09:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୋସିଆଲ୍ ମିଡ଼ିଆରେ ପାଣ୍ଡିଆନ୍ ଟ୍ରେଣ୍ଡ୍

by Our Correspondent
29 May, 2022- 07:46 PM
in Latest News, News
1 min read
0
ସୋସିଆଲ୍ ମିଡ଼ିଆରେ ପାଣ୍ଡିଆନ୍ ଟ୍ରେଣ୍ଡ୍

ଭୁବନେଶ୍ୱର: କର୍ତ୍ତବ୍ୟନିଷ୍ଠା, କଠୋର ପରିଶ୍ରମ, ଦକ୍ଷତା ତାଙ୍କର ପରିଚୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ବିଶ୍ୱସ୍ତ । ସିଏ ହେଉଛନ୍ତି ଓଡ଼ିଶାର ଚର୍ଚ୍ଚିତ ବ୍ୟୁରୋକ୍ରାଟ୍ ଭି.କେ.ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭାବେ କାର୍ଯ୍ୟରତ ପାଣ୍ଡିଆନ୍ ଙ୍କୁ ସୋସିଆଲ୍ ମିଡ଼ିଆରେ ସକାଳୁ ସକାଳୁ ଶୁଭେଚ୍ଛାର ସୁଅ । କାରଣ ଆଜି ତାଙ୍କର ଜନ୍ମଦିନ ।

ସଂଯୋଗକୁ ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତି । ମେ’ ୨୯, ୨୦୧୯ ରେ ୫ମ ଥର ପାଇଁ ରାଜ୍ୟର ଶାସନ ଭାର ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକଙ୍କ ସରକାର । ଓଡ଼ିଶାର ରାଜନୈତିକ ଇତିହାସ ପୃଷ୍ଠାରେ ଏହି ମେ’ ୨୯ ଦିନର ଆଉ ଏକ ବିଶେଷ ମହତ୍ତ୍ୱ ବି ରହିଛି । ଏକଦା ବିଜେଡ଼ିର ଚାଣକ୍ୟ କୁହାଯାଉଥିବା ସର୍ବଶକ୍ତିମାନ ପ୍ୟାରୀମୋହନ ମହାପାତ୍ରଙ୍କ ତଥାକଥିତ ମିଡ଼ ନାଇଟ୍ ଅପରେସନ୍ ର ଦିନ । ତେଣୁ ସ୍ୱାଭାବିକ ଭାବେ ଆଜିର ଦିନଟି ଚର୍ଚ୍ଚାର ଦିନ । ତେବେ ସବୁ ଚର୍ଚ୍ଚାକୁ ଏବେ ବଳିଯାଇଛନ୍ତି ପାଣ୍ଡିଆନ୍ ।

ଓଡ଼ିଶାର ରାଜନୀତି ସହ ପ୍ରଶାସକ ପାଣ୍ଡିଆନ୍ ଙ୍କ ନାଁ ଯୋଡି ହେବା ନୂଆ ଘଟଣା ନୁହେଁ । ଗତ କିଛି ବର୍ଷ ଧରି ବିରୋଧୀ ଦଳମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଛରେ ଯେତିକି ପଡିନାହାନ୍ତି ପାଣ୍ଡିଆନ୍ ଙ୍କ ପଛରେ ବେଶୀ ପଡ଼ିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୃଷ୍ଠଭୂମିରେ ବିରୋଧୀବାଲାଙ୍କ ମୁଖ୍ୟ ଟାର୍ଗେଟ୍ ରେ ଥିଲେ ପାଣ୍ଡିଆନ୍ । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ମଧ୍ୟ ନିର୍ବାଚନୀ ସଭାରେ ବ୍ୟୁରୋକ୍ରାଟ୍ ଶାସନ ଦ୍ୱାହି ରଖି ନବୀନଙ୍କୁ ସମାଲୋଚନା କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡାଙ୍କ ଭଳି ବଡ଼ ବଡ଼ ନେତାମାନେ ପାଣ୍ଡିଆନ୍ ଙ୍କୁ ସିଧାସଳଖ ଟାର୍ଗେଟ୍ କରି ବିଜେଡ଼ି ବିରୋଧରେ ନିର୍ବାଚନ ଲଢ଼ୁଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ରମାଗତ ଭାବେ ବିରୋଧୀ ଦଳଙ୍କ ଶାଣିତ ଆକ୍ରମଣ ପାଣ୍ଡିଆନ୍ ଙ୍କ ମନୋବଳ ଭାଙ୍ଗିନାହିଁ । ତାଙ୍କ କାର୍ଯ୍ୟକ୍ଷେତ୍ରକୁ ଏହା ଆଦୌ ପ୍ରଭାବିତ କରିପାରିନି । ବରଂ ମୁଖ୍ୟମନ୍ତ୍ରୀଙ୍କ ଅଧିକ ବିଶ୍ୱାସଭାଜନ ହୋଇ ତାଙ୍କ ନିର୍ଦ୍ଦେଶକୁ ଅତ୍ୟନ୍ତ ନିଷ୍ଠାର ସହ ତୁଲାଇ ଚାଲିଛନ୍ତି ।

କୁହାଯାଏ, ମୁଖ୍ୟମନ୍ତ୍ରୀଙ୍କ ଭାବନାକୁ ବାସ୍ତବ ରୂପାୟନ ଦେବାର କଳା ଓ ଦକ୍ଷତା ପାଣ୍ଡିଆନ୍ ଆହରଣ କରିଛନ୍ତି । ଯୋଜନା ପ୍ରସ୍ତୁତିଠାରୁ ଏହା ସଫଳ ରୂପାୟନ ପର୍ଯ୍ୟନ୍ତ ସବୁ ଦାୟିତ୍ୱ ପାଣ୍ଡିଆନ୍ ନିଜେ ନିଅନ୍ତି । କୌଣସି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଯେତେ ବାଧା ପ୍ରତିବନ୍ଧକ ଆସୁ ନା କାହିଁକି ପାଣ୍ଡିଆନ୍ ତାହାକୁ ବିଚକ୍ଷଣତାର ସହ ହ୍ୟାଣ୍ଡଲ୍ କରନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ କିଛି ଆଞ୍ଚ ଆସୁ ତାହା କଦାପି କରିବାକୁ ଦିଅନ୍ତି ନାହିଁ ।

ନିଜ ଦାୟିତ୍ୱକୁ ସୁଚାରୁ ରୂପେ ପାଳୁଥିବା ପାଣ୍ଡିଆନ୍ ଯେତିକି ପ୍ରଶଂସା ପାଆନ୍ତି, ସେତିକି ସମାଲୋଚନା ବି ପାଆନ୍ତି । ମାତ୍ର ଦାୟିତ୍ୱରୁ ପଛଘୁଞ୍ଚା ଦେଇନାହାନ୍ତି । ବସ୍ ଙ୍କ ଭାବମୂର୍ତ୍ତି ରକ୍ଷା ପାଇଁ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡୁଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ସ୍ୱୀକାର କରନ୍ତି ।

ଜଣେ ସଫଳ ବ୍ୟୁରୋକ୍ରାଟ୍ ଭାବେ ପାଣ୍ଡିଆନ୍ ନିଜକୁ ପ୍ରଥମରୁ ପ୍ରମାଣିତ କରିଛନ୍ତି । ୨୦୦୦ ବ୍ୟାଚ୍ ର ଏହି ଆଇଏଏସ୍ ଅଫିସର ମୟୁରଭଞ୍ଜ, ଗଞ୍ଜାମ ଆଦି ଜିଲ୍ଲାରେ ଜିଲ୍ଲାପାଳ ଭାବେ ଅତ୍ୟନ୍ତ ସଫଳତାର ସହ କାର୍ଯ୍ୟ କଲା ପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୧୧ ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ଆଉ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ଖୁବ୍ କମ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କର ଅତି ବିଶ୍ୱସ୍ତ ପାଲଟି ଯାଇଥିଲେ ।

ବିଜେଡ଼ି ସରକାରର ପଞ୍ଚମ ପାଳିରେ ନବୀନଙ୍କ ବିକାଶଧାରାକୁ ଅକ୍ଷରେ ଅକ୍ଷରେ ଆଗକୁ ନେବାରେ ପାଣ୍ଡିଆନ୍ ଙ୍କ ମୁଖ୍ୟ ଭୂମିକା ରହିଛି । ଗତ ତିନିବର୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, କୃଷି, କ୍ରୀଡ଼ା, ବିଭିନ୍ନ ଧର୍ମାନୁଷ୍ଠାନ ଓ ସାଂସ୍କୃତିକ କ୍ଷେତ୍ରର ବିକାଶ ଦିଗରେ ବଡ଼ ଧରଣର ପରିବର୍ତ୍ତନ ଲାଗି ଉଦ୍ୟମ ଆରମ୍ଭ ହୋଇଛି । ଦୁର୍ନୀତି ରୋକିବା ପାଇଁ ୫-ଟି ଛାଟ ବଡ଼ ଅସ୍ତ୍ର ହୋଇଛି । ୫-ଟି ପ୍ରକରଣର ସୂତ୍ରଧର ସାଙ୍ଗକୁ ୫-ଟି ଗଭର୍ଣ୍ଣାସ୍ ମଡେଲର ଅଭିନବ ବ୍ୟବସ୍ଥା ମୋ ସରକାର, ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ, ମୋ ସ୍କୁଲ ଭଳି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ଯୋଜନାର ସଫଳ ରୂପାୟନର ଦାୟିତ୍ୱ ଧରିଛନ୍ତି ନିଜେ ପାଣ୍ଡିଆନ୍ । ଯୋଜନା କାର୍ଯ୍ୟକାରିତାକୁ ନିଜେ ବୁଲି ଅନୁଧ୍ୟାନ କରୁଛନ୍ତି ।

ଏସବୁ ଦୃଷ୍ଟିରୁ ପାଣ୍ଡିଆନ୍ ଙ୍କୁ ନବୀନ ପଟ୍ଟନାୟକଙ୍କ ବିକାଶ ରଥର ସାରଥୀ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ସ୍ୱୀକାର କରିଛନ୍ତି । ଯେଉଁଥିପାଇଁ ପାଣ୍ଡିଆନ୍ ଆଜିକାଲି ସବୁଠାରୁ ଅଧିକ ଚର୍ଚ୍ଚାରେ ।

Previous Post

ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ

Next Post

ଶ୍ରୁତି ଶର୍ମା ଆଇଏଏସ୍ ଟପ୍ପର୍

Next Post
ଶ୍ରୁତି ଶର୍ମା ଆଇଏଏସ୍ ଟପ୍ପର୍

ଶ୍ରୁତି ଶର୍ମା ଆଇଏଏସ୍ ଟପ୍ପର୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA