Sunday, March 26, 2023 04:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Breaking News

ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ

ସୁଲତା, ମାନସ, ସସ୍ମିତ୍, ନିରଞ୍ଜନ

by Our Correspondent
29 May, 2022- 05:42 PM
in Breaking News, Latest News, News, Politics
1 min read
0
ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟସଭାର ୪ ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନେ ହେଲେ ଶ୍ରୀମତୀ ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡକ୍ଟର ସସ୍ମିତ୍ ପାତ୍ର ଏବଂ ନିରଞ୍ଜନ ବିଶି । ସସ୍ମିତ୍ ଙ୍କୁ ବିଜେଡି ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ପଠାଉଥିବା ବେଳେ ପଶ୍ଚିମ ଓଡ଼ିଶାର ଆଦିବାସୀ ସଂଗଠକ ନିରଞ୍ଜନ ବିଶିଙ୍କୁ ପ୍ରାର୍ଥୀ କରି ନବୀନ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ।

ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏବଂ ବିଜେଡି ମୁଖପାତ୍ର ସୁଲତା ଦେଓଙ୍କ ନାଁ ପ୍ରଥମରୁ ଚର୍ଚ୍ଚାରେ ଥିଲା । ସୁଲତାଙ୍କୁ ପ୍ରାର୍ଥୀ କରି ନବୀନ ମହିଳା ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେଇଛନ୍ତି ।

ସଫଳ ସାମ୍ବାଦିକରୁ ସଫଳ ରାଜନେତା ହୋଇଥିବା ମାନସ ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟରେ ତାଙ୍କର ଦକ୍ଷତା ପ୍ରତିପାଦନ କରି ସାରିଛନ୍ତି । ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ ସେ ତାଙ୍କର ଦାୟିତ୍ୱ ସୁଚାରୂ ରୂପେ ତୁଲାଇଥିଲେ । ସରକାରୀସ୍ତରରେ ସାମ୍ବାଦିକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ଆପଣାଇବାରେ ତାଙ୍କର ଉଦ୍ୟମ ବେଶ୍ ପ୍ରଶଂସନୀୟ । ଦିଲ୍ଲୀରେ ଓଡ଼ିଶାର ସ୍ୱରକୁ ଆହୁରି ଶାଣିତ କରିବା ସହ ଦଳୀୟ କାର୍ଯ୍ୟକ୍ରମକୁ ଅଧିକ ମଜବୁତ କରିବା ପାଇଁ ମାନସଙ୍କୁ ଗୁରୁ ଦାୟିତ୍ୱ ମିଳିଛି ।

ଡ. ସସ୍ମିତ୍ ପାତ୍ର ଦ୍ୱିତୀୟ ଥର ରାଜ୍ୟସଭାକୁ ଯିବେ । ଗତଥର ସେ ଅଧା ସମୟ ପାଇଁ ରାଜ୍ୟସଭା ଯାଇଥିଲେ ମଧ୍ୟ ତାଙ୍କର କାର୍ଯ୍ୟ ବେଶ୍ ପ୍ରଶଂସନୀୟ ଥିଲା । ରାଜ୍ୟସଭାରେ ତାଙ୍କର ଦକ୍ଷତାକୁ ଭୁରି ଭୁରି ପ୍ରଶଂସା ମିଳିଥିଲା । ସସ୍ମିତ୍ ତୃତୀୟ ବ୍ୟକ୍ତି ଯେ କି ବିଜେଡିରୁ ରାଜ୍ୟସଭାକୁ ଦ୍ୱିତୀୟ ଥର ପାଇଁ ଯିବେ । ପୂର୍ବରୁ ପ୍ୟାରୀମୋହନ ମହାପାତ୍ର ଏବଂ ବୈଜୟନ୍ତ ପଣ୍ଡାଙ୍କୁ ଦ୍ୱିତୀୟ ଥର ଲାଗି ରାଜ୍ୟସଭାକୁ ପଠାଇଥିଲେ ନବୀନ ।

ନିରଞ୍ଜନ ବିଶି ପଶ୍ଚିମ ଓଡ଼ିଶାର ଜଣେ ଆଦିବାସୀ ସଂଗଠକ । ବର୍ଷ ବର୍ଷ ଧରି ବିଜେଡି ବିରୋଧରେ ଆଦିବାସୀଙ୍କୁ ଏକାଠି କରି ଆନ୍ଦୋଳନ କରୁଥିଲେ । ଅଳ୍ପ ଦିନ ତଳେ ବିଜେଡି ହାତ ଧରିଥିବା ନିରଞ୍ଜନଙ୍କ ନାଁ ରାଜ୍ୟସଭା ପାଇଁ ଘୋଷଣା ହେବା ସମସ୍ତଙ୍କୁ ଚକିତ କରିଛି । ସୁବାସ ସିଂହଙ୍କ ଜାଗାରେ ସେ ରାଜ୍ୟସଭାକୁ ଯିବେ ।

ସଂଖ୍ୟା ଦୃଷ୍ଟିରୁ ବିଜେଡି ହାତରେ ୪ ଟି ଯାକ ଆସନ ରହିଛି । ତେଣୁ ପ୍ରାର୍ଥୀପତ୍ର ଦାଖଲ ସରିଲା ପରେ ବିଧିବଦ୍ଧ ଭାବେ ସମସ୍ତଙ୍କୁ ନିର୍ବାଚିତ ଘୋଷଣା କରାଯିବ ।

Previous Post

ନବୀନ ନିବାସରେ ସୋନୁ ସୁଦ୍

Next Post

ସୋସିଆଲ୍ ମିଡ଼ିଆରେ ପାଣ୍ଡିଆନ୍ ଟ୍ରେଣ୍ଡ୍

Next Post
ସୋସିଆଲ୍ ମିଡ଼ିଆରେ ପାଣ୍ଡିଆନ୍ ଟ୍ରେଣ୍ଡ୍

ସୋସିଆଲ୍ ମିଡ଼ିଆରେ ପାଣ୍ଡିଆନ୍ ଟ୍ରେଣ୍ଡ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3265 shares
    Share 1306 Tweet 816
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2176 shares
    Share 870 Tweet 544
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2070 shares
    Share 828 Tweet 518
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2039 shares
    Share 816 Tweet 510
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1920 shares
    Share 768 Tweet 480

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA