ଭୁୁବନେଶ୍ୱର: କରୋନା ବେଳେ ଫସିଥିବା ଶହ ଶହ ପ୍ରବାସୀଙ୍କ ତ୍ରାଣକର୍ତ୍ତା ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ ଆଜି ସଂଧ୍ୟାରେ ନବୀନ ନିବାସ ଆସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ସୌଜନ୍ୟମୂଳକ ସାକ୍ଷାତ ହୋଇଥିଲା । କୋଭିଡ୍ ସମୟରେ ଓଡ଼ିଶାର ଶତାଧିକ ଛାତ୍ରଛାତ୍ରୀଙ୍କୁ ସୋନୁ ଓଡ଼ିଶା ଫେରାଇ ଆଣିବାରେ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସୋନୁ ମଧ୍ୟ ଖୁସି ପ୍ରକଟ କରିଥିଲେ । ଏହି ସାକ୍ଷାତ ବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଉପସ୍ଥିତ ଥିଲେ ।








