Friday, May 1, 2026 02:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କାହାକୁ ଛାଡ଼ିଲେନି ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ

by Our Correspondent
28 May, 2022- 09:15 PM
in Latest News, News
1 min read
0
କାହାକୁ ଛାଡ଼ିଲେନି ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଭୀଷଣ ରାଗିଯାଇଛନ୍ତି । ରାଜ୍ୟ ସରକାରଙ୍କ ଉପରେ ପୁଣି ଥରେ ବର୍ଷିଛନ୍ତି । ତେବେ ଶ୍ରୀକ୍ଷେତ୍ରର ସୁରକ୍ଷା ଓ ଆଧ୍ୟାତ୍ମିକ ବାତାବରଣ ଉପରେ ଜୋର୍ ଦେଉଥିବା ଶଙ୍କରାଚାର୍ଯ୍ୟ ଆଜି ତାଙ୍କ ପ୍ରତିକ୍ରିୟାରେ ଏକ ବଡ଼ ରାଜନୈତିକ ଛୁଙ୍କ ଛାଡ଼ିଛନ୍ତି । କ୍ଷୁବ୍ଧ ଶଙ୍କରାଚାର୍ଯ୍ୟ କହିଛନ୍ତି, ସରକାରଙ୍କୁ ଚାଲେଞ୍ଜ କଲା ଭଳି ଓଡ଼ିଶାରେ ରାଜନୈତିକ ଦଳ ନାହାନ୍ତି । ବିଜେଡି-ବିଜେପି ମିଶିକି ଅଛନ୍ତି । କଂଗ୍ରେସ ଆଉ ଆଗ ଭଳି ନାହିଁ । ତେଣୁ ବିରୋଧ କିଏ କରିବ?

ଶଙ୍କରାଚାର୍ଯ୍ୟଙ୍କ ଏହି ବୟାନ ରାଜନୈତିକ ମହଲରେ କମ୍ପନ ସୃଷ୍ଟି କରିଛି । ଓଡ଼ିଶାରେ ବିଜେଡି-ବିଜେପି ମଧ୍ୟରେ ଭିତିରି ବୁଝାମଣା ଥିବା ନେଇ କଂଗ୍ରେସର ପୁରୁଣା ଅଭିଯୋଗକୁ ଏହା ଉଜ୍ଜୀବିତ କରିବା ସହ ରାଜନୈତିକ ପୃଷ୍ଠଭୂମିରେ ପୁରୀ ବିବାଦକୁ ଭିନ୍ନ ମୋଡ଼ ଦେଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ସରକାରଙ୍କୁ କଟୁ ସମାଲୋଚନା କରୁଥିବା ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏହାଦ୍ୱାରା ରାଜ୍ୟ ବିଜେପିକୁ ଅଡୁଆରେ ପକାଇବା ସହ କଂଗ୍ରେସର ଅସ୍ତିତ୍ୱ ଉପରେ ପ୍ରଶ୍ନ କରିବା ଶକ୍ତ ଚଟକଣି ଭଳି ହୋଇଛି ।

ଖାଲି ସେତିକି ନୁହେଁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ହାଇକୋର୍ଟଙ୍କୁ ବି ଛାଡ଼ିନାହାନ୍ତି । ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇ ନ ଥିବାରୁ ସେ ଅସନ୍ତୋଷ ଜାହିର କରିଛନ୍ତି ।

ଶଙ୍କରାଚାର୍ଯ୍ୟ ଆଜି ଭୁବନେଶ୍ୱର ରେଳଷ୍ଟେସନ୍ ରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଉପରେ ପୁଣି ଥରେ ବର୍ଷିଥିଲେ । କହିଥିଲେ, ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି । ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି । ଏହା ସମ୍ବିଧାନର ଧାରାକୁ ବିରୁଦ୍ଧାଚରଣ କରୁଛି । ତେଣୁ ବର୍ତ୍ତମାନ, ଭବିଷ୍ୟତ, ଅତୀତକୁ ଦେଖି ଯାହା କହିବା କଥା କହିବି । ମୁଁ ଯାହା କହେ ନିର୍ଭୟରେ କହେ, ଇନ୍ଦ୍ର ବି ମୋ ଉପରେ ଚାପ ପକାଇ ପାରିବେନି ।

ପ୍ରକଳ୍ପ କାର୍ଯ ଆଗେଇଲା ବେଳେ ସେ କାହିଁକି ଚୁପ୍ ଥିଲେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଶଙ୍କରାଚାର୍ଯ୍ୟ କହିଥିଲେ, ମୋତେ ସେମାନେ ଡରନ୍ତି । ସେଥିପାଇଁ ମୁଁ ଏଠି ନ ଥିଲା ବେଳେ କାମ କରନ୍ତି । ସେ ପୁଣି କହିଥିଲେ, ଏଠାରେ ସରକାରଙ୍କ ଧାରଣା ଅଛି ତାଙ୍କ ପାଖରେ ଲୋକମତ ଅଛି । ବର୍ଷ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି । ତାଙ୍କୁ ଯେବେ ଲାଗିବ ଲୋକମତ ତାଙ୍କ ବିରୋଧରେ ଯାଇପାରେ, ସେବେ ଯାଇ ମାନିବେ ।

ସୂଚନାଥାଉକି, ଗତକାଲି ଶଙ୍କରାଚାର୍ଯ୍ୟ କହିଥିଲେ, କୌଣସି ପରିସ୍ଥିତିରେ ସରକାର ମୋ ଉପରେ ଚାପ ପକାଇବାକୁ ଚେଷ୍ଟା କରନ୍ତୁ ନାହିଁ । ଯାହା ଭୁଲ, ତାହା ଭୁଲ୍ । ଭୁଲ୍ ପଦକ୍ଷେପକୁ କେବେ ବି ସହ୍ୟ କରିବିନି । ତେବେ ତାଙ୍କ ଉପରେ କିଏ କିଭଳି ଚାପ ପକାଇବାକୁ ଉଦ୍ୟମ କରିଛନ୍ତି ତାହା କହି ନ ଥିଲେ ।

କେହି ବାଧା ସୃଷ୍ଟି କରିପାରିବେନି: ଅନ୍ୟପକ୍ଷରେ ପୁରୀ ସାଂସଦ ପିନାକୀ ମିଶ୍ର ଆଜି କହିଛନ୍ତି, ମହାପ୍ରଭୁଙ୍କ ଇଚ୍ଛାରେ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ହେଉଛି । ଦୁନିଆର କୌଣସି ସ୍ୱାର୍ଥପର ଏଜେନସୀ ଏଥିରେ ବାଧା ସୃଷ୍ଟି କରିପାରିବେନି । ପ୍ରକଳ୍ପ ନିର୍ମାଣରେ କୌଣସି ବେଆଇନ କାର୍ଯ୍ୟ ହୋଇ ନ ଥିବା ସେ ପୂର୍ବରୁ କହିଥିଲେ ।

Previous Post

ଓଡ଼ିଶା-ମୋ ପରିବାର ଆନୁକୁଲ୍ୟରେ ଝୋଟି ପ୍ରତିଯୋଗିତା

Next Post

ନବୀନ ନିବାସରେ ସୋନୁ ସୁଦ୍

Next Post
ନବୀନ ନିବାସରେ ସୋନୁ ସୁଦ୍

ନବୀନ ନିବାସରେ ସୋନୁ ସୁଦ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA