ଭୁବନେଶ୍ୱର: ଇଣ୍ଟରନେସନାଲ ଇନଷ୍ଟିଟୁଟ୍ ଅଫ ରିହାବିଲିଟେସନ ସାଇନ୍ସ ଏନଡ୍ ରିସର୍ଚ୍ଚ (IIRS& R) ଓ M S WALKERS CLUB, POKHARIPUT ମିଳିତ ସହଯୋଗରେ ଭୁବନେଶ୍ୱର ମଧୁସୂଦନ ପାର୍କ ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅନୁଷ୍ଠାନର ସମସ୍ତ ଛାତ୍ର, କର୍ମଚାରୀ ,ଏବଂ ଭିନ୍ନକ୍ଷମ ପିଲାମାନେ ଆଇଆରଏସରୁ ମଧୁସୂଦନ ପାର୍କକୁ ଏକ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଭିନ୍ନକ୍ଷମ ପିଲାମାନ ଙ୍କ ପାଇଁ ବିଭିନ୍ନ କର୍ୟକର୍ମ ଆୟୋଜିତ ହୋଇଥିଲା। ଦିବ୍ୟଙ୍ଗ ପିଲା ମାନେ ବିଭିନ୍ନ ସଂସ୍କୃତିର ପୋଷାକ ପରିଧାନ କରି ଆସିଥିଲେ ଯାହା ଭାରତୀୟ ସଂସ୍କୃତିର ବିବିଧତା କୁ ପ୍ରଦର୍ଶନ କରିଥିଲା |
ଏହି ଅବସରରେ ଆଇଆରଏସ ଆଣ୍ଡ ଆର ଅଧକ୍ଷା ଶ୍ରୀମତୀ ବିଷ୍ଣୁପ୍ରିୟା ମିଶ୍ର ଭିନ୍ନକ୍ଷମ ସଚେତନତା ସମ୍ପର୍କରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ସେ ନିଜ ଅଭିଭାଷଣ ରେ ଦିବ୍ୟଙ୍ଗ ବ୍ୟକ୍ତି ଙ୍କ ପ୍ରତି କିପରି ସାହାଯ୍ୟ କରିପାରିବ, କିପରି ସେମାନେ ନିଯେ ନିଜ କାର୍ଯ କରି ଅର୍ଥ ଉପାର୍ଜନ କରିପାରିବେ ତାହା ଆଲୋକପାତ କରିଥିଲେ । IIRS ରେ କିପରି ବାକ୍ ଓ ଶ୍ରବଣ ସମସ୍ୟା ଥିବା ବ୍ୟକ୍ତି ମାନଙ୍କ ପାଇଁ କାର୍ଯ କରାଯାଏ ଓ ମାଗଣା ସେବା ପ୍ରଦାନ କରା ଯାଏ ସେହି ବିଷୟରେ ଆଲୋକପାତ କରିଥିଲେ। ଉପସ୍ଥିତ ଥିବା ଦିବ୍ୟଙ୍ଗ ଭାଇ ଭଉଣୀ ମାନଙ୍କ ପାଇଁ ଏକ କ୍ରୀଡା ର ଆୟୋଜନ ହୋଇଥିଲା ଯେଉଁଥିରେ ପିଲା ଓ ସେମାନଙ୍କ ଅଭିଭାବକ ଯୋଗ ଦେଇଥିଲେ। କାର୍ଯକ୍ରମ ର ଅନ୍ତିମ ରେ ଓଲିଉଡ ଅଭିନେତ୍ରୀ ସୁଶ୍ରୀ ବିଦୁସ୍ମିତା ଆମ ସହିତ ଯୋଗ ଦେଇ କୃତି ଭିନ୍ନକ୍ଷମ ପିଲାମାନଙ୍କୁ ସେମାନଙ୍କ ଉତ୍ସାହଜନକ କାର୍ଯ୍ୟ ପାଇଁ ପୁରସ୍କାର ବଣ୍ଟନ କରିଥିଲେ।