ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଷ୍ଟମ ପର୍ଯ୍ୟାୟରେ ଆଉ ତିନୋଟି ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛନ୍ତି । ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧାରୁ ଟିକେଟ୍ ମିଳିଥିବା ବେଳେ ବେଗୁନିଆରୁ ପ୍ରଦୀପ ସାହୁଙ୍କୁ ମିଳିଛି ଟିକେଟ୍ । ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଟିକେଟ୍ କଟିଛି । ତାଙ୍କ ଜାଗାରେ ଗୌତମବୁଦ୍ଧ ଦାସଙ୍କୁ ମିଳିଛି ଟିକେଟ୍ । ଏହାକୁ ମିଶାଇ ବିଜେଡି ୧୪୪ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଖଣ୍ଡପଡ଼ା, ନୀଳଗିରି ଏବଂ କୋରେଇ ଆସନର ପ୍ରାର୍ଥୀ ଘୋଷଣା ବାକି ରହିଲା ।
ଭୋଗରାଇ- ଗୌତମବୁଦ୍ଧ ଦାସ
ବେଗୁନିଆ- ପ୍ରଦୀପ କୁମାର ସାହୁ
ଖୋର୍ଦ୍ଧା- ରାଜେନ୍ଦ୍ର କୁମାର ସାହୁ