ଭୁବନେଶ୍ୱର: ଆଜି ଆଉ ୮ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାରୁ ଟିକେଟ୍ ମିଳିଥିବା ବେଳେ ସାଲେପୁର ଆସନରୁ ଅରିନ୍ଦମ ରାୟ, କେନ୍ଦ୍ରାପଡ଼ା ଆସନରୁ ଗୀତାଞ୍ଜଳି ସେଠୀ ଏବଂ ହିନ୍ଦୋଳ ଆସନରୁ ସୀମାରାଣୀ ନାୟକଙ୍କୁ ଟିକେଟ ମିଳିଛି । ଏମାନେ ସମସ୍ତେ ବିଜେଡିରେ ଥିଲେ । ଅଳ୍ପଦିନ ତଳେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୀତାଞ୍ଜଳି ସେଠୀ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ଏହି ୮ ଜଣଙ୍କୁ ମିଶାଇ ବିଜେପି ମୋଟ ୧୪୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।
ତେଲକୋଇ- ଡ. ଫକୀର ମୋହନ ନାଏକ
ଚମ୍ପୁଆ- ମୁରଲୀ ମନୋହର ଶର୍ମା
ବସ୍ତା- ରବୀନ୍ଦ୍ର ଅଣ୍ଡିଆ
ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି
ହିନ୍ଦୋଳ- ଶ୍ରୀମତୀ ସୀମାରାଣୀ ନାୟକ
ସାଲେପୁର- ଅରିନ୍ଦମ ରାୟ
କେନ୍ଦ୍ରାପଡ଼ା- ଶ୍ରୀମତୀ ଗୀତାଞ୍ଜଳି ସେଠୀ
ଖୋର୍ଦ୍ଧା- ପ୍ରଶାନ୍ତ କୁମାର ଜଗଦ୍ଦେବ
Continue Reading