Wednesday, April 29, 2026 11:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜିତିଲେ, ଡବଲ୍ ପେନସନ୍

ବିଧାୟକଙ୍କ ପତ୍ନୀଙ୍କୁ ଟିକେଟ୍

by Our Correspondent
27 Apr, 2024- 01:28 PM
in Latest News, News, Politics
1 min read
0
ଜିତିଲେ, ଡବଲ୍ ପେନସନ୍

ଭୁବନେଶ୍ୱର: ବିଜେଡିରେ ଆଉ ମାତ୍ର ୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ବାକି ଅଛି । ଘୋଷିତ ୧୪୧ ଆସନ ମଧ୍ୟରୁ ୩୪ ଆସନରେ ଅଛନ୍ତି ମହିଳା ପ୍ରାର୍ଥୀ । ସେମାନଙ୍କ ମଧ୍ୟରୁ ୧୨ ପ୍ରାର୍ଥୀ ହେଉଛନ୍ତି ବର୍ତ୍ତମାନର ବିଧାୟକ କିମ୍ବା ପୂର୍ବତନ ବିଧାୟକ/ ସାଂସଦଙ୍କ ପତ୍ନୀ । ସ୍ୱାମୀଙ୍କ ବଦଳରେ ସେମାନଙ୍କୁ ମିଳିଛି ଟିକେଟ୍ । ସବୁଠାରୁ ବେଶୀ ଭାଗ୍ୟବାନ ହେଉଛନ୍ତି ମନ୍ତ୍ରୀ ସୁଦାମ ମାର୍ଣ୍ଡି । ମୟୁରଭଞ୍ଜ ଲୋକସଭା ଆସନରେ ତାଙ୍କୁ ଟିକେଟ୍ ମିଳିଥିବା ବେଳେ ତାଙ୍କ ଆସନ ବାଙ୍ଗିରିପୋଷିରେ ପତ୍ନୀ ରଞ୍ଜିତାଙ୍କୁ ମିଳିଛି ଟିକେଟ୍ ।

ଯେଉଁ ବିଧାୟକ/ ପୂର୍ବତନ ବିଧାୟକ/ ପୂର୍ବତନ ସାଂସଦଙ୍କ ପତ୍ନୀଙ୍କୁ ଟିକେଟ୍ ମିଳିଛି ସେମାନେ ହେଲେ- ବସ୍ତାରୁ ବାଲେଶ୍ୱରର ପୂର୍ବତନ ସାଂସଦ ରବି ଜେନାଙ୍କ ପତ୍ନୀ ସୁବାସିନୀ ଜେନା, ପାରାଦ୍ୱୀପରୁ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ, ଅନୁଗୋଳରୁ ବିଧାୟକ ରଜନୀକାନ୍ତ ସିଂଙ୍କ ପତ୍ନୀ ସଂଯୁକ୍ତା ସିଂ, ମୋରଡ଼ାରୁ ବିଧାୟକ ରାଜକିଶୋର ଦାସଙ୍କ ପତ୍ନୀ ପ୍ରୀତିଲତା କାନୁନଗୋ, ବଡ଼ସାହିରୁ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ପତ୍ନୀ ଅନସୂୟା ପାତ୍ର, ଜୟପୁରରୁ ପୂର୍ବତନ ବିଧାୟକ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ, ସୋରଡ଼ାରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପତ୍ନୀ ସଂଘମିତ୍ରା ସ୍ୱାଇଁ, ଭବାନୀପାଟଣାରୁ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକଙ୍କ ପତ୍ନୀ ଲତିକା ନାୟକ, ନବରଙ୍ଗପୁରରୁ ବିଧାୟକ ସଦାଶିବ ପଧାନୀଙ୍କ ପତ୍ନୀ କୋ÷ଶଲ୍ୟା ପଧାନୀ, ଉମରକୋଟରୁ ପୂର୍ବତନ ବିଧାୟକ ସୁବାସ ଗଣ୍ଡଙ୍କ ପତ୍ନୀ ନବୀନା ନାୟକ, ବାଙ୍ଗିରିପୋଷିରୁ ବିଧାୟକ ସୁଦାମ ମାର୍ଣ୍ଡିଙ୍କ ପତ୍ନୀ ରଞ୍ଜିତା ମାର୍ଣ୍ଡି, ରଘୁନାଥପାଲ୍ଲୀରୁ ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନାରେଖା ବେହେରା ।

ବିଜେପିରେ ବଲାଙ୍ଗୀର ରାଜ ପରିବାରର ଦମ୍ପତ୍ତି କନକ ବର୍ଦ୍ଧନ ସିଂହଦେଓ ଏବଂ ସଙ୍ଗୀତା ସିଂହଦେଓଙ୍କୁ ପୂର୍ବଭଳି ପାଟଣାଗଡ଼ ବିଧାନସଭା ଆସନ ଟିକେଟ୍ ଏବଂ ବଲାଙ୍ଗୀର ଲୋକସଭା ଆସନ ଟିକେଟ୍ ମିଳିଛି । ସେଭଳି କଂଗ୍ରେସରେ ଭକ୍ତ ଦାସଙ୍କ ପୁଅ ସାଗର ଦାସଙ୍କୁ ଭବାନୀପାଟଣା, ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ବଲାଙ୍ଗୀର, ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମାଙ୍କୁ ଆଳି ଆସନରୁ ଟିକେଟ୍ ମିଳିଛି । । ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କୁ ନବରଙ୍ଗପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟ୍ ମିଳିଥିବା ବେଳେ ତାଙ୍କ ଝିଅ ଡା. ଲିପିକା ମାଝୀଙ୍କ ଡାବୁଗାଁ ବିଧାନସଭା ଟିକେଟ୍ ମିଳିଛି । କଂଗ୍ରେସରୁ ବହିଷ୍କୃତ ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ବଡ଼ପୁଅ ସିଦ୍ଧାର୍ଥ ନିମାପଡ଼ାରୁ କଂଗ୍ରେସ୍ ଟିକେଟ୍ ପାଇଥିଲା ବେଳେ ସାନପୁଅ ମନ୍ମଥ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟ୍ ରେ ଲଢ଼ୁଛନ୍ତି ।

ତେବେ କେଉଁ ଦଳରୁ କେତେ ବିଧାୟକ, ସାଂସଦ କି ପୂର୍ବତନଙ୍କ ପତ୍ନୀ ଟିକେଟ୍ ପାଇଲେ ତାହା ଏଠି ପ୍ରସଙ୍ଗ ନୁହେଁ । ପ୍ରସଙ୍ଗ ହେଉଛି ବିଧାୟକ, ପୂର୍ବତନ ବିଧାୟକ କି ପୂର୍ବତନ ସାଂସଦଙ୍କ ଜାଗାରେ ଟିକେଟ୍ ପାଇଥିବା ସେମାନଙ୍କ ପତ୍ନୀମାନେ ଯଦି ବିଜୟୀ ହୁଅନ୍ତି ତେବେ ରାଜନୈତିକ କ୍ଷମତା ବାଦ୍ ଆର୍ଥିକ ଦୃଷ୍ଟିକୋଣରୁ ସେମାନେ କେତେ ସଶକ୍ତ ହେବେ ତାହାକୁ ନେଇ ବିଭିନ୍ନ ଖଟିରେ ହେଉଥିବା ରୋଚକ ଚର୍ଚ୍ଚା । ଏମାନେ ଥରେ ଜିତିଗଲେ, ଆଉ କିଛି ହେଉ ନ ହେଉ, ପୂର୍ବତନ ବିଧାୟକ ହିସାବରେ ସ୍ୱାମୀ ଓ ସ୍ତ୍ରୀଙ୍କ ପେନସନ୍ ପକ୍କା । ସେଥିରେ କେହି ହାତ ମାରିପାରିବେ ନାହିଁ । ତେଣିକି ରାଜନୈତିକ କ୍ୟାରିୟର୍ ଯାହା ହେଉ ନା କାହିଁକି!

ଓଡ଼ିଶାରେ ଜଣେ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ୍ ‘ ଦ ଓରିଶା ଲେଜିସିଲେଟିଭ୍ ଆସେମ୍ଲି ମେମ୍ବର୍ସ(ସାଲାରି, ଆଲାଉନସେସ୍ ଆଣ୍ଡ ପେନସନ୍) ଆକ୍ଟ, ୧୯୫୪’ରେ ନିର୍ଦ୍ଧାରଣ କରାଯାଇଛି । କେବଳ ଦରମାକୁ ଦେଖିଲେ, ଓଡ଼ିଶା ବିଧାନସଭାର ଜଣେ ସଦସ୍ୟଙ୍କ ମାସିକ ଦରମା ୩୫ ହଜାର । ବିରୋଧୀ ଦଳ ନେତା ଓ ମୁଖ୍ୟ ସଚେତକଙ୍କ ଦରମା ୪୦ ହଜାର ହୋଇଥିବା ବେଳେ ଉପମୁଖ୍ୟ ସଚେତକଙ୍କ ଦରମା ୩୬ ହଜାର ।

ଦରମା ବାଦ୍ ନିର୍ବାଚନମଣ୍ଡଳୀ ଏବଂ ସଚିବାଳୟ ଗସ୍ତ ବାବଦକୁ ଭତ୍ତା ଆକାରରେ ବିଧାୟକଙ୍କୁ ମାସକୁ ମିଳେ ୨୦ ହଜାର । ଏହାବାଦ ବିଧାନସଭା ବୈଠକ ବେଳେ ଦୈନିକ ୧୫୦୦ ଟଙ୍କା, ରାଜ୍ୟ ବାହାରକୁ କୌଣସି ବୈଠକ କିମ୍ବା ଷ୍ଟଡି ଟୁର୍ ରେ ଗଲେ ଦୈନିକ ୨ ହଜାର ଟଙ୍କା ମିଳେ । ଏହାବାଦ୍ ବିଧାୟକମାନେ ଗସ୍ତ ଖର୍ଚ୍ଚ(ଟିଏ) ବି ପାଉଛନ୍ତି । ନୂଆ ଗାଡ଼ି କିଣିବା ପାଇଁ ଅଗ୍ରୀମ ଟଙ୍କା ମିଳୁଛି । ଭୁବନେଶ୍ୱରରେ ରହିବା ପାଇଁ ସରକାରୀ କ୍ୱାର୍ଟର୍ସ ମିଳୁଛି ।

ସେହିଭଳି ‘ଦ ଓରିଶା ଲେଜିସିଲେଟିଭ୍ ଆସେମ୍ଲି ମେମ୍ବର୍ସ(ସାଲାରି, ଆଲାଉନସେସ୍ ଆଣ୍ଡ ପେନସନ୍) ସଂଶୋଧିତ ଆକ୍ଟ, ୨୦୧୭’ରେ ବିଧାୟକଙ୍କ ପେନସନ୍ ନିର୍ଦ୍ଧାରଣ କରାଯାଇଛି । ଥରେ ନିର୍ବାଚିତ ହୋଇ ଅତି କମ୍ ରେ ବର୍ଷେ ସଦସ୍ୟ ରହିଗଲେ ପେନସନ୍ ମିଳୁଛି ୩୦ ହଜାର ଟଙ୍କା । ଯେତେଥର ନିର୍ବାଚିତ ହେବେ ୨ ହଜାର ଟଙ୍କା ଲେଖାଏଁ ଅଧିକ ପେନସନ୍ ମିଳିବ ।

ସୁତରାଂ ଯେଉଁ ବିଧାୟକଙ୍କ ପତ୍ନୀଙ୍କୁ ଏଥର ଟିକେଟ୍ ମିଳିଛି, ସେମାନେ ଜିତିଲେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଜୀବନସାରା ରୋଜଗାର ମିଳିଯିବ । ଆଗକୁ ଆଉ ବିଧାୟକ ନ ହୋଇ ଘରେ ବସିଲେ ବି ଘରକୁ ଅତି କମ୍ ରେ ମାସକୁ ଆସିବ ୬୦ ହଜାର ଟଙ୍କା ପେନସନ୍ । ଏହି ଟଙ୍କାରେ ଧୂଳିମଳି ବାଜିବନି । ଯେଉଁ ବିଧାୟକ କି ପୂର୍ବତନ ବିଧାୟକ/ସାଂସଦଙ୍କ ପତ୍ନୀ ସରକାରୀ ଚାକିରି ଛାଡ଼ି ଆସିଛନ୍ତି ସେମାନେ ବିଜୟୀ ହେଲେ ଆଉ ଗୋଟେ ପେନସନ୍ ବି ମିଶିଯିବ ।

ରାଜନୈତିକ କ୍ଷମତା ଦୃଷ୍ଟିରୁ ବି ସମାନ କଥା । ପତ୍ନୀ ବିଧାୟକ ହେଲେ ପୂର୍ବତନ ବିଧାୟକ ସ୍ୱାମୀଙ୍କ କାଟତି ରହିବନି ବୋଲି କୁହାଯାଇପାରିବନି । ଅପ୍ରିୟ ସତକଥା ହେଉଛି, ବିଧାୟିକା ପତ୍ନୀଙ୍କ କ୍ଷମତା ଭୋଗ କରିବାରେ ଅଭିଜ୍ଞ ସ୍ୱାମୀଙ୍କ ପାଇଁ ନନ୍ ଅଫିସିଆଲି କୌଣସି ପ୍ରତିବନ୍ଧକ ନାହିଁ । ବିଧାୟିକା ପତ୍ନୀଙ୍କ ପଛରେ ରହି ଗୋଟିଚାଳନା କରି ସବୁ କାମଧନ୍ଧା ବୁଝିବା, କରିବା ପୂର୍ବତନ ବିଧାୟକ ସ୍ୱାମୀଙ୍କ ପାଇଁ ସମ୍ଭବତଃ ଅଧିକ ସହଜ ହେବ । ଜନସେବା ସହିତ ନିଜ ପରିବାରର ସୁରକ୍ଷାକୁ ଏହା ସୁଗମ କରିବ ।

Previous Post

ପାଣ୍ଡିଆନଙ୍କ ଟାର୍ଗେଟ୍ ରେ ଧର୍ମେନ୍ଦ୍ର

Next Post

ଖୋର୍ଦ୍ଧାରୁ ଜଗଦ୍ଦେବ, ସାଲେପୁରରୁ ଅରିନ୍ଦମ

Next Post
ଖୋର୍ଦ୍ଧାରୁ ଜଗଦ୍ଦେବ, ସାଲେପୁରରୁ ଅରିନ୍ଦମ

ଖୋର୍ଦ୍ଧାରୁ ଜଗଦ୍ଦେବ, ସାଲେପୁରରୁ ଅରିନ୍ଦମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA