Tuesday, April 28, 2026 06:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କୋରେଇରୁ ବବିଙ୍କ ମା, ଖଣ୍ଡପଡ଼ାରୁ ବେଣୁଧରଙ୍କ ପତ୍ନୀଙ୍କୁ ଟିକେଟ୍

ବିଜେଡିର ପ୍ରାର୍ଥୀ ଘୋଷଣା ଶେଷ, ବଦଳିଲେ ଦେବଗଡ଼ ପ୍ରାର୍ଥୀ

by Our Correspondent
02 May, 2024- 04:39 PM
in Latest News, News, Politics
1 min read
0
କୋରେଇରୁ ବବିଙ୍କ ମା, ଖଣ୍ଡପଡ଼ାରୁ ବେଣୁଧରଙ୍କ ପତ୍ନୀଙ୍କୁ ଟିକେଟ୍

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ନବମ ତଥା ଶେଷ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ପର୍ଯ୍ୟାୟରେ ଥିବା ତିନୋଟି ଯାକ ଆସନ ଉପରେ ସମସ୍ତଙ୍କ ନଜର ଥିଲା । ତେବେ ଶେଷରେ ଏହା ଉପରୁ ପରଦା ହଟିଛି । ଖଣ୍ଡପଡ଼ାରୁ ଶ୍ରୀମତୀ ସାବିତ୍ରୀ ପ୍ରଧାନ, ନୀଳଗିରିରୁ ସୁକାନ୍ତ କୁମାର ନାୟକ ଏବଂ କୋରେଇରୁ ଶ୍ରୀମତୀ ସଂଧ୍ୟାରାଣୀ ଦାସ ହୋଇଛନ୍ତି ପ୍ରାର୍ଥୀ । ଏଥିସହ ପୂର୍ବରୁ ଘୋଷିତ ଦେବଗଡ଼ ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି । ସେଠାରେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀଙ୍କ ଜାଗାରେ ରୋମାଞ୍ଚ ରଂଜନ ବିଶ୍ୱାଳ ପ୍ରାର୍ଥୀ ହୋଇଛନ୍ତି ।

କୋରେଇରେ ଶ୍ରୀମତୀ ସଂଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରି ନବୀନ ସମସ୍ତଙ୍କୁ ଚକିତ କରିଛନ୍ତି । ଶ୍ରୀମତୀ ଦାସ ହେଉଛନ୍ତି ବରିଷ୍ଠ ରାଜନେତା ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀ ତଥା ବିଜେଡି ସାଂଗଠନିକ ସମ୍ପାଦକ୍ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ମା । ସେହିଭଳି ଖଣ୍ଡପଡ଼ା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଶ୍ରୀମତୀ ସାବିତ୍ରୀ ପ୍ରଧାନ । ଭାପୁର ଅଞ୍ଚଳର ଟାଣୁଆ ଯୁବନେତା ବେଣୁଧର ପ୍ରଧାନଙ୍କର ସେ ହେଉଛନ୍ତି ପତ୍ନୀ । ଗତ ପଞ୍ଚାୟତ ନିର୍ବାଚନରେ ବେଣୁଧର ଓ ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳିଥିଲା । ତାଙ୍କର ଦଳୀୟ ପ୍ରତିଦ୍ୱନ୍ଦୀ ଗୟାଧର ପରିଡ଼ା ଓ ତାଙ୍କ ଗୋଷ୍ଠୀଙ୍କୁ ମାଟି କାମୁଡ଼େଇ ଭାପୁର ବ୍ଲକ୍ ଦଖଲ କରିଥିଲେ । ମହିଳାଙ୍କ ପାଇଁ ସଂରକ୍ଷିତ ଭାପୁର ବ୍ଲକ୍ ର ଅଧ୍ୟକ୍ଷ ଭାବେ ସାବିତ୍ରୀ ନିର୍ବାଚିତ ହୋଇଥିବା ବେଳେ ସ୍ୱାମୀ ବେଣୁଧର ଉପାଧ୍ୟକ୍ଷ ହୋଇଥିଲେ ।

ପରବର୍ତ୍ତୀ ସମୟରେ ଖଣ୍ଡପଡ଼ାରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମ୍ପୂର୍ଣ୍ଣ ଅନୁପସ୍ଥିତିର ସୁଯୋଗ ନେଇ ଦଳୀୟ ସଂଗଠନର ଦାୟିତ୍ୱ ଦେଇ ଦକ୍ଷତାର ସହ ତୁଲାଇଥିଲେ । ଏଥିସହ ଫତେଗଡ଼ରେ ନିଜସ୍ୱ ଉଦ୍ୟମରେ ରାମମନ୍ଦିର ନିର୍ମାଣଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ ଜରିଆରେ ସେ ବିଜେଡି ହାଇକମାଣ୍ଡଙ୍କ ଶୁଭ ନଜରକୁ ଆସିଥିଲେ । ଉଭୟ ସାଂଗଠନିକ ଓ ସାମାଜିକ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟ ତାଙ୍କ ପାସଙ୍ଗରେ ପଡ଼ି ନ ଥିଲେ । ଅବଶ୍ୟ ବେଣୁଧରଙ୍କୁ ସିଧାସଳଖ ଟିକେଟ୍ ମିଳିବାରେ ବାଧକ ଥିଲା ଏକାଧିକ ଅପରାଧିକ ମାମଲା । କିଛି ମାମଲାରେ ସେ ଛନ୍ଦି ହୋଇଥିବାରୁ ହାଇକମାଣ୍ଡ ତାଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇଥିବା କୁହାଯାଉଛି । ଖଣ୍ଡପଡ଼ାରେ ସାବିତ୍ରୀ ପ୍ରଧାନଙ୍କ ଲଢ଼େଇ ବିଜେପିର ଦୁଷ୍ମନ୍ତ ସ୍ୱାଇଁଙ୍କ ସହ ହେବ ।

ସେହିଭଳି ନୀଳଗିରିରୁ ବିଜେଡି ଟିକେଟ୍ ପାଇଥିବା ବିଧାୟକ ସୁକାନ୍ତ କୁମାର ନାୟକ ଜଣେ ଭାଗ୍ୟବାନ୍ ନେତା । ସରକାରୀ ଚାକିରି ଛାଡ଼ି ବିଜେଡିରେ ମିଶିଲା ପରେ ୨୦୧୪ ମସିହାରେ ଟିକେଟ୍ ପାଇ ଜିତିଥିଲେ । ୨୦୧୯ରେ ସେ ବିଜେପିକୁ ପଳାଇ ଯାଇ ଟିକେଟ୍ ହାସଲ କରିଥିଲେ ଏବଂ ଜିତିଥିଲେ । ଏଥର ନିର୍ବାଚନର କିଛି ଦିନ ପୂର୍ବରୁ ସେ ବିଜେପି ହାତ ଛାଡ଼ି ପୁଣି ବିଜେଡକୁ ଫେରିବା ପରେ ପୁଣି ତାଙ୍କ ଭାଗ୍ୟ ଜଳିଛି । ଏଥର ଜିତିଲେ, ହାଟ୍ରିକ୍ ମାରିବେ ।

ପୂର୍ବ ଘୋଷିତ ଦେବଗଡ଼ ପ୍ରାର୍ଥୀ ଶ୍ରୀମତୀ ଅରୁନ୍ଧତୀ ଦେବୀଙ୍କୁ ନେଇ ଦଳରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଲୋକଙ୍କ ସହ ସମ୍ପର୍କ ନ ଥିବା ରାଣୀଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଦ୍ରୋହ ସୃଷ୍ଟି ହୋଇଥିଲା । ଦଳର ଶୀର୍ଷ ନେତୃତ୍ୱ ଏହାକୁ ବିଚାର କରି ପ୍ରାର୍ଥୀ ବଦଳାଇଛନ୍ତି । ଅରୁନ୍ଧତୀଙ୍କ ଜାଗାରେ ଯୁବନେତା ରୋମାଞ୍ଚ ରଂଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ କରାଯାଇଛି ।

ବିଜେଡ଼ି ଛାଡ଼ିଲେ ଅନୁଭବ ପଟ୍ଟନାୟକ: ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଟିକେଟ୍ ନ ମିଳିବାରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ ଆଗାମୀ ପଦକ୍ଷେପ ସମ୍ପର୍କରେ ସେ କିଛି କହିନାହାନ୍ତି । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଧାୟକ ଥିଲେ ।

 

 

Previous Post

ପୋଖରୀପୁଟ ଡିଏଭିର ୩୩ ତମ ପ୍ରତିଷ୍ଠା ଦିବସ ପାଳିତ

Next Post

ନୂଆ ମୁହଁ ଉପରେ ଭରସା

Next Post
ନୂଆ ମୁହଁ ଉପରେ ଭରସା

ନୂଆ ମୁହଁ ଉପରେ ଭରସା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA