ଭୁବନେଶ୍ୱର: ଓଡ଼ିଶାରେ ବାକି ଥିବା ୬ ବିଧାନସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ସବୁତକ ଆସନରେ ନବାଗତଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି । ବହୁ ଚର୍ଚ୍ଚିତ ବରୀ ବିଧାନସଭା ଆସନରୁ ଦେବାଶିଷ ନାୟକଙ୍କୁ ଟିକେଟ୍ ମିଳିବ ବୋଲି ସମସ୍ତେ ନିଶ୍ଚିନ୍ତ ଥିଲା ବେଳେ ଦଳ କିନ୍ତୁ ଉମେଶ ଚନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କରିଛି । ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବିଜେପିରେ ମିଶି ଘଷିପୁରାରୁ ନିର୍ବାଚନ ଲଢ଼ିବେ ବୋଲି ବହୁତ ଜୋର ଚର୍ଚ୍ଚା ହେଉଥିଲା । ଗତକାଲି ସେ ମା’ ତାରିଣୀଙ୍କର ଆଶୀର୍ବାଦ ଲୋଡ଼ି ଗଣମାଧ୍ୟମରେ ଏହାର ସୂଚନା ବି ଦେଇଥିଲେ । ମାତ୍ର ଆଜି ସେହି ଘଷିପୁରା ଆସନରୁ ଡ. ଶମ୍ବୁନାଥ ରାଉତଙ୍କୁ ଦଳ ଟିକେଟ୍ ଦେଇଛି । ବିଜେଡିର ହେଭିୱେଟ୍ ବଦ୍ରିନାରାୟଣ ପାତ୍ରଙ୍କ ସହ ତାଙ୍କର ଲଢ଼େଇ ହେବ । ଖ୍ୟାତନାମା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବାରବାଟୀ-କଟକରୁ ପ୍ରାର୍ଥୀ ହୋଇଛନ୍ତି । ବେଗୁନିଆରୁ ନବାଗତ ପ୍ରକାଶ ଚନ୍ଦ୍ର ରଣବିଜୁଳିଙ୍କୁ ଦଳ ଟିକେଟ୍ ଦେଇଛି ।
କିଏ କେଉଁଠାରୁ ପ୍ରାର୍ଥୀ
ଘଷିପୁରା- ଡ. ଶମ୍ବୁନାଥ ରାଉତ
ଭୋଗରାଇ- ଆଶିଷ ପାତ୍ର
ଭଣ୍ଡାରିପୋଖରୀ- ସୁଧାଂଶୁ ନାୟକ
ବରୀ- ଉମେଶ ଚନ୍ଦ୍ର ଜେନା
ବାରବାଟୀ-କଟକ- ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର
ବେଗୁନିଆ- ପ୍ରକାଶ ଚନ୍ଦ୍ର ରଣବିଜୁଳି