Thursday, April 16, 2026 07:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପାଣ୍ଡିଆନଙ୍କୁ ଦେଖେଇ ସସ୍ମିତଙ୍କୁ ଗାଳି

ବିଜେଡି ନେତାଙ୍କ ଘନ ଘନ ଗୋପନ ବୈଠକ

by Our Correspondent
05 Apr, 2025- 10:48 PM
in Latest News, News, Politics
1 min read
0
ପାଣ୍ଡିଆନଙ୍କୁ ଦେଖେଇ ସସ୍ମିତଙ୍କୁ ଗାଳି

ଭୁବନେଶ୍ୱର: ୱକଫ୍ ବିଲ୍ ଭୋଟିଂରେ ବିଜେଡିର ଆଭିମୁଖ୍ୟକୁ ନେଇ ଗଣମାଧ୍ୟମରେ ଅସନ୍ତୋଷ ଝାଡ଼ିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ପାତ୍ର, ଶଶୀ ବେହେରା, ଗଣେଶ୍ୱର ବେହେରାଙ୍କ ଭଳି ବରିଷ୍ଠ ନେତା । ଏ ସମ୍ପର୍କରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଛନ୍ତି ପ୍ରଫୁଲ୍ଲ ସାମଲ ଓ ପ୍ରତାପ ଜେନା । ଏମାନେ ସମସ୍ତେ ସସ୍ମିତ୍ ପାତ୍ରଙ୍କୁ ଗାଳି କରିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ହେଲେ ବାସ୍ତବ କଥା କିନ୍ତୁ ସେୟା ନୁହେଁ । ଭି.କେ ପାଣ୍ଡିଆନ ନାଟର ଗୋବର୍ଦ୍ଧନ ବୋଲି ସମସ୍ତଙ୍କର ଦୃଢ଼ ବିଶ୍ୱାସ । ମାତ୍ର ନବୀନଙ୍କ ଭୟରେ ତାଙ୍କ ନାଁ ଧରୁନାହାନ୍ତି । ସେହି ରାଗ ସସ୍ମିତଙ୍କ ଉପରେ ସୁଝାଉଛନ୍ତି । ଏପରିକି ଦେବାଶିଷ ସାମନ୍ତରାୟ ସୋସିଆଲ୍ ମିଡିଆରେ କଚାଡ଼ି ହୋଇଥିଲେ ମଧ୍ୟ ସେହି ମୁଖ୍ୟ ପରାମର୍ଶଦାତାଙ୍କ ନାଁ ଧରିବାକୁ ସାହାସ କରିନାହାନ୍ତି ।

ୱକଫ୍ ବିଲ୍ ଭୋଟିଂରେ ବିଜେଡିର ଆଭିମୁଖ୍ୟ ବଦଳିବା ପଛରେ ବଡ଼ ଖେଳ ରହିଛି ବୋଲି ବରିଷ୍ଠ ନେତା ବଦ୍ରି ପାତ୍ର ଆଗ ଗଣମାଧ୍ୟମରେ କହିଥିଲେ । ତାଙ୍କ କଥାକୁ ଅନ୍ୟ କିଛି ନେତା ପାଳି ଧରିଥିଲେ । ହେଲେ ସେ ଖେଳ କ’ଣ ତାହା ଆଜି ଖୋଲି ଦେଇଛନ୍ତି ଦେବାଶିଷ ସାମନ୍ତରାୟ । କହିଛନ୍ତି, ସସ୍ମିତ ଭିଲେନ୍ ନୁହଁନ୍ତି । ସେ ନିର୍ଦ୍ଦେଶ ନିଅନ୍ତି । ଦିଅନ୍ତି ନାହିଁ । ଏହି ନାଟର ଗୋବର୍ଦ୍ଧନ ହେଉଛନ୍ତି ମୁଖ୍ୟ ପରାମର୍ଶଦାତା । ବିଜେପି ସହ ମୁଖ୍ୟ ପରାମର୍ଶଦାତାଙ୍କର ବଡ଼ ଡିଲ୍ ହୋଇଛି ।

ଦେବାଶିଷଙ୍କର ଏହି ବୟାନ ଦଳରେ ବିସ୍ଫୋରଣ ସୃଷ୍ଟି କରିଛି । ପାଣ୍ଡିଆନ ଚାକିରି କରିବାକୁ ବିଦେଶ ଚାଲିଯିବା ଖବର ମିଛ ଏବଂ ବିଜେଡିକୁ ଏବେ ବି ଚଳାଉଛନ୍ତି ବୋଲି ସେ କହିବାକୁ ଚାହିଁଛନ୍ତି । ପୂର୍ବରୁ ମୁହଁ ଖୋଲି ଏହା କହୁ ନ ଥିଲା ବେଳେ ୱକଫ୍ ବିଲ୍ ପ୍ରସଙ୍ଗରେ ତାଙ୍କ ସହିବାର ସୀମା ଟପିଯାଇଛି । ପାଣ୍ଡିଆନଙ୍କ ଅନ୍ୟ ବିରୋଧୀମାନଙ୍କୁ ମଧ୍ୟ ଏହା ଉତକ୍ଷିପ୍ତ କରିଛି ।

ଏଇ କିଛି ବର୍ଷ ହେଲା ବିଜେଡିରେ କେମିତି ଶାସନ ଚାଲିଛି ତାହା ଦଳର ସବୁ ନେତା ଜାଣିଛନ୍ତି । ନବୀନ ପଟ୍ଟନାୟକ ନାଁକୁ ମୁଖିଆ ମାତ୍ର ସବୁ କ୍ଷମତା ପାଣ୍ଡିଆନଙ୍କ ହାତରେ । ପାଣ୍ଡିଆନଙ୍କ ନିଷ୍ପତ୍ତି ହିଁ ନବୀନଙ୍କ ନିଷ୍ପତ୍ତି । ପ୍ରତିଟି କ୍ଷେତ୍ରରେ ଦଳର ଆଭିମୁଖ୍ୟ ପାଣ୍ଡିଆନ ସ୍ଥିର କରୁଛନ୍ତି । ବିଜେଡି ସରକାରରୁ ଗଲା ପରେ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ଘୋଷଣା କରିଥିଲେ ମଧ୍ୟ ପାଣ୍ଡିଆନ ଅଦୃଶ୍ୟରେ ରହି ପୂର୍ବଭଳି ଦଳକୁ ପରିଚାଳନା କରୁଛନ୍ତି । ଦଳର ନିଷ୍ପତ୍ତି କ’ଣ ହେବ ଏବଂ କାହାକୁ କେଉଁ ଦାୟିତ୍ୱ ଦିଆଯିବ ତାହା ପାଣ୍ଡିଆନ ହିଁ ସ୍ଥିର କରନ୍ତି ବୋଲି ଦଳର ବରିଷ୍ଠ ନେତାମାନଙ୍କ ସୂତ୍ରରୁ ଜଣାପଡ଼ିଛି ।

ଏହି ଧାରାରେ ୱକଫ୍ ବିଲ୍ ଭୋଟ୍ ବେଳେ ବିଜେଡି ଆଭିମୁଖ୍ୟରେ ପରିବର୍ତ୍ତନ ସେହି ପାଣ୍ଡିଆନ ହିଁ ନେଇଛନ୍ତି । ଆଉ ମୁଖିଆ ଆଖି ବୁଜି ତାହାକୁ ସ୍ୱୀକୃତି ଦେଇଛନ୍ତି । ଏଥିରେ ସାମାନ୍ୟତମ ସନ୍ଦେହର କାରଣ ନାହିଁ ବୋଲି ଦଳର ଦୁଇ ଜଣ ବରିଷ୍ଠ ନେତା ପ୍ରକାଶ କରିଛନ୍ତି । ଏହି ନିଷ୍ପତ୍ତିକୁ ବିରୋଧ କରି ଭୋଟଦାନରୁ ବିରତ ରହିଥିବା ଦେବାଶିଷ ସାମନ୍ତରାୟ ସୋସିଆଲ୍ ମିଡିଆ ଏବଂ ଗଣମାଧ୍ୟମରେ ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ବିସ୍ଫୋରକ ବୟାନ ଦେଇଥିଲା ବେଳେ ପଣ୍ଡିଚେରୀରୁ ଫେରିଲା ପରେ ଗଣମାଧ୍ୟମ ଆଗରେ ସବୁ ଖୋଲିବେ ବୋଲି କହିଛନ୍ତି ।

ସୂଚନାଥାଉକି, ଦେବାଶିଷଙ୍କର ଏକ ବୟାନ ଦଳରେ ନିଆଁ ଲଗାଇ ଦେଇଛି । ସୁଜାତା କାର୍ତ୍ତିାକୟନଙ୍କ ଭିଆରଏସ୍ ଆବେଦନ କେନ୍ଦ୍ର ସରକାରଙ୍କଠାରୁ ଗୋଟିଏ ଦିନରେ ମଂଜୁର ଲାଭ କରିବା ବିଜେପି ସହ ଡିଲ୍ ର ଅଂଶ ବିଶେଷ ବୋଲି ସେ ବୟାନ ଦେଇଛନ୍ତି ।

ମୋଟାମୋଟି ଭାବେ ୱକଫ୍ ବିଲ୍ ପ୍ରସଙ୍ଗକୁ ନେଇ ବିଜେଡିରେ ଏବେ ଭୟଙ୍କର ପରିସ୍ଥିତି । ତେବେ ନାଟକର ମୁଖ୍ୟ ନାୟକଙ୍କୁ ଛାଡ଼ି ସସ୍ମିତ୍ ପାତ୍ରଙ୍କ ପଛରେ କିଛି ନେତା ପଡ଼ିବା ଆଉ ଏକ ଚାଲ୍ ବୋଲି କୁହାଯାଉଛି । ନବୀନ-ପାଣ୍ଡିଆନ ଯୋଡି ବିଜେଡିକୁ ବୁଡ଼ାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଖୋଦ୍ ଦଳର ଅଧିକାଂଶ ନେତା ଅନୁଭବ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ଦଳର ଭିନ୍ନ ଭିନ୍ନ ଗୋଷ୍ଠୀ ଗତକାଲିଠାରୁ ବିଭିନ୍ନ ଜାଗାରେ ଗୋପନ ବୈଠକ କରୁଛନ୍ତି । ଦଳର ଭବିଷ୍ୟତକୁ ନେଇ ଚିନ୍ତିତ ବିଭିନ୍ନ ନେତା ଆଗାମୀ ରଣନୀତି ସମ୍ପର୍କରେ ବିଚାର ବିମର୍ଷ କରୁଛନ୍ତି । ଆଗକୁ କିଛି ବି ଘଟିପାରେ ବୋଲି ସେମାନେ ଖୋଲାଖୋଲି କହୁଛନ୍ତି ।

ତେବେ ବିଜେଡିର ଏହି ସଙ୍କଟ ପାଇଁ କେବଳ ନବୀନ ପଟ୍ଟନାୟକ ଦାୟୀ ବୋଲି ରାଜନୈତିକ ସମୀକ୍ଷକମାନେ କିନ୍ତୁ ମତ ଦେଇଛନ୍ତି । ସେମାନଙ୍କ କହିବା କଥା, ପାଣ୍ଡିଆନଙ୍କୁ ଦୋଷ ଦେଇ ଲାଭ ନାହିଁ । ନବୀନଙ୍କ ଅଜାଣତରେ ପାଣ୍ଡିଆନ ସବୁ କରିଦେଉଛନ୍ତି ବୋଲି ଭାବିବା ଠିକ୍ ନୁହେଁ । ଯାହା ହେଉଛି ସବୁ ନବୀନଙ୍କ ଜାଣତରେ । ହୁଏତ ପାଣ୍ଡିଆନଙ୍କ ଉପରେ ଅତ୍ୟନ୍ତ ନିର୍ଭରଶୀଳ ହୋଇପଡ଼ିଥିବାରୁ ତାଙ୍କର ସବୁ କାମ ନବୀନଙ୍କୁ ଭଲ ଲାଗୁଛି । ନଚେତ୍ ବିଗତ ୧୦ ବର୍ଷ ଧରି ବିଜେଡିରେ ଗଣତନ୍ତ୍ର ଲୋପ ପାଇଯାଇଥିଲେ ମଧ୍ୟ ସେ ଚୁପ୍ ରହି ନ ଥାନ୍ତେ । ଲୋକସେବା ଭବନ ଓ ବିଧାନସଭା ଆସିବା ବନ୍ଦ କରି ନ ଥାନ୍ତେ । ୱକଫ୍ ବିଲ୍ ଉପରେ ଦଳର ଆଭିମୁଖ୍ୟ ବଦଳେଇବାକୁ ସମ୍ମତି ଦେଇ ନ ଥାନ୍ତେ ।

Previous Post

ଓଟିଭି କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

Next Post

‘ବିଗ୍ ହାଉସ୍’ ଟଙ୍କାରେ ଲାଞ୍ଜିଗଡ଼ ବିଜ୍ଞାପନ!

Next Post
‘ବିଗ୍ ହାଉସ୍’ ଟଙ୍କାରେ ଲାଞ୍ଜିଗଡ଼ ବିଜ୍ଞାପନ!

'ବିଗ୍ ହାଉସ୍' ଟଙ୍କାରେ ଲାଞ୍ଜିଗଡ଼ ବିଜ୍ଞାପନ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA