Sunday, March 26, 2023 05:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ବିରୋଧୀଦଳ ନେତାଙ୍କୁ ‘୫-ଟି’ ଭୂତ’

ଜୟନାରାୟଣ-ଅରୁଣ ପୁଣି ଲଢ଼ାଲଢ଼ି

by Our Correspondent
14 Mar, 2023- 07:18 PM
in Latest News, News
1 min read
0
‘ବିରୋଧୀଦଳ ନେତାଙ୍କୁ ‘୫-ଟି’ ଭୂତ’

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ରୋଚକ ଅଭିଯୋଗ ଆଣୁଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ନୟାଗଡ଼ ବିଧାୟକ ଅରୁଣ ସାହୁ କଟାକ୍ଷ କରି ତାଙ୍କୁ ମାନସିକ ବିକୃତର ଆଖ୍ୟା ଦେଇଥିଲେ । ଏବେ ରାଜ୍ୟରେ ୫-ଟି ବିଭାଗକୁ ନେଇ ଜୟନାରାୟଣଙ୍କ ପ୍ରଶ୍ନର କଡ଼ା ଜବାବ ଦେଇଛନ୍ତି ଅରୁଣ । ମାଟ୍ରିକ୍ ଡ୍ରପଆଉଟ୍ ସଂଖ୍ୟାକୁ ନେଇ ଜୟନାରାୟଣ ୫-ଟି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ । ଏହି ବ୍ୟବସ୍ଥା କ’ଣ ବୋଲି ସେ କଟାକ୍ଷ କରିଥିଲେ । ତେବେ ଅରୁଣ ତାଙ୍କୁ ଜବାବ ଦେଇଛନ୍ତି ।

ସେ କହିଛନ୍ତି, ବିରୋଧୀଦଳ ନେତା ମାନସିକ ଭାରସାମ୍ୟ ହରାଇଥିଲେ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ କ୍ରମଶଃ ତାଙ୍କର ଏମିତି ମତିଭ୍ରମ ଘଟିଲାଣି ଯେ ପ୍ରତିଦିନ ପାଗଳଙ୍କ ଭଳି ପ୍ରଳାପ କରି ଲୋକହସା ହେଉଛନ୍ତି । ପ୍ରସଙ୍ଗ ନ ଥାଇ ବିଧାନସଭାରେ ମଧ୍ୟ ସମୟର ଅପଚୟ କରୁଛନ୍ତି । ଗତକାଲି ଠାରୁ ତାଙ୍କୁ ୫-ଟି ଭୂତ ଲାଗିଛି । ପ୍ରକୃତରେ ୫-ଟି କ’ଣ ତାହା ତାଙ୍କର ବୁଝିବାର ସାମର୍ଥ୍ୟ ନାହିଁ ନା ବୁଝି ଅବୁଝା ହେଉଛନ୍ତି ? 

ବିଧାନସଭା ଭିତରେ ଏବଂ ବାହାରେ ତାଙ୍କୁ ଜବାବ ଦେଇ ଅରୁଣ କହିଛନ୍ତି ଯେ ବିରୋଧୀ ଦଳ ନେତା ବାରମ୍ବାର ଅନେକ ଘଟଣା ଉଠାଉଛନ୍ତି ଯାହା କି ହାସ୍ୟାସ୍ପଦ । ୫-ଟିକୁ ନେଇ ସେ ଯାହା ଯାହା କହୁଛନ୍ତି ସେଥିରେ ତାଳମେଳ ନାହିଁ । ଯଦି ଓଡ଼ିଶାର କୌଣସି ଗାଁକୁ ଯିବେ ଯେଉଁଠି ପ୍ରଗତିର ଲକ୍ଷଣ ଦେଖିବେ, ତାହା ହିଁ ୫-ଟି । ୫-ଟି ଜରିଆରେ ଓଡ଼ିଶାର ସବୁ ନିର୍ବାଚନ ମଣ୍ଡଳୀରେ ସ୍କୁଲଗୁଡ଼ିକ ରୂପାନ୍ତରିତ ହେଉଛି । କେବଳ ସ୍କୁଲ ରୂପାନ୍ତରୀକରଣରେ ଏହା ସୀମିତ ନୁହେଁ । ୫-ଟି ଜରିଆରେ ସାରା ରାଜ୍ୟରେ ରାସ୍ତାଘାଟ, ସେତୁ ନିର୍ମାଣଠୁ ନେଇ ଜଳସେଚନ ପ୍ରକଳ୍ପ ଓ ହସ୍ପିଟାଲ ପ୍ରଭୃତିର ଭିତ୍ତିଭୂମି ନିର୍ମାଣ ଏବଂ ରୂପାନ୍ତରୀକରଣ କରାଯାଉଛି । ୫-ଟି ହେଉଛି ଓଡ଼ିଶା ବିକାଶର ବିଚାରଧାରା ଏବଂ ଏକ ପ୍ରଗତିଶୀଳ ଆନ୍ଦୋଳନ । ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ୫-ଟିକୁ ପ୍ରଶଂସା କରିଛନ୍ତି । ତେଣୁ ଯେତେବେଳେ ରାଜ୍ୟବାସୀ ଏହି ସକାରାତ୍ମକ ପରିବର୍ତ୍ତନ ଓ ରୂପାନ୍ତରୀକରଣକୁ ଅନୁଭବ କରି ଖୁସି ହେଉଛନ୍ତି, ବିରୋଧୀଦଳର ନେତା ହୋଇ ଆପଣ କିପରି ଏହା ଜାଣି ପାରୁନାହାନ୍ତି ବୋଲି ଅରୁଣ ତାଙ୍କୁ ପ୍ରଶ୍ନ କରିଛନ୍ତି ।

ଅରୁଣ ଆହୁରି କହିଛନ୍ତି ଯେ ରୂପାନ୍ତରୀକରଣ ଯୋଗୁଁ କାୟାକଳ୍ପ ବଦଳି ଯାଇଥିବା ରାଜ୍ୟର ସ୍କୁଲଗୁଡ଼ିକର ସବୁଜ ରଙ୍ଗକୁ ଦେଖି ବିରୋଧୀଦଳ ନେତା ପ୍ରଳାପ କରିବା ଆରମ୍ଭ କଲେଣି । ସେ ଏତେ ଅସହିଷ୍ଣୁ ହୋଇ ପଡ଼ିଛନ୍ତି ଯେ ସ୍କୁଲର ସବୁଜ ରଙ୍ଗକୁ ନେଇ ପାକିସ୍ତାନ କଥା ଉଠାଇଲେଣି । ସେ ଭୁଲି ଯାଉଛନ୍ତି ଯେ ଭାରତର ଜାତୀୟ ପତାକାରେ ଏବଂ ତାଙ୍କ ଦଳ ବିଜେପିର ପତାକାରେ ବି ସବୁଜ ରଙ୍ଗ ରହିଛି । ସେ କ’ଣ ସବୁଜ ପନିପରିବା ବି ଖାଉନାହାନ୍ତି ? ଏମିତି ପ୍ରତିଦିନ ନୂଆ ନୂଆ ନାଟକବାଜି କରି ସେ ଯେ କେତେ ଲୋକହସା ହେଉଛନ୍ତି, ତାହା ବୋଧହୁଏ ଜାଣି ପାରୁନାହାନ୍ତି । ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରୁଛୁ, ବିରୋଧୀଦଳ ନେତାଙ୍କୁ ତାଙ୍କ ଦଳର ନେତାମାନେ ତୁରନ୍ତ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ନିକଟକୁ ନେଇ ଚିକିତ୍ସା କରାନ୍ତୁ ଏବଂ ସେ ଆଶୁ ଆରୋଗ୍ୟ ଲାଭ କରନ୍ତୁ ।

Previous Post

LIC ସର୍ବୋଚ୍ଚ ପଦବୀରେ ଓଡ଼ିଆ ପୁଅ

Next Post

ମାଟ୍ରିକ୍ ଡ୍ରପଆଉଟ୍ ଙ୍କୁ ସପ୍ଲିମେଣ୍ଟାରୀ ସୁଯୋଗ

Next Post
ମାଟ୍ରିକ୍ ଡ୍ରପଆଉଟ୍ ଙ୍କୁ ସପ୍ଲିମେଣ୍ଟାରୀ ସୁଯୋଗ

ମାଟ୍ରିକ୍ ଡ୍ରପଆଉଟ୍ ଙ୍କୁ ସପ୍ଲିମେଣ୍ଟାରୀ ସୁଯୋଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3265 shares
    Share 1306 Tweet 816
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2176 shares
    Share 870 Tweet 544
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2070 shares
    Share 828 Tweet 518
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2039 shares
    Share 816 Tweet 510
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1920 shares
    Share 768 Tweet 480

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA