ଭୁବନେଶ୍ୱର: ଆଉ ଜଣେ ଓଡ଼ିଆ ପୁଅଙ୍କୁ ସର୍ବୋଚ୍ଚ ପଦବୀ ମିଳିଛି । LIC ର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ସିଦ୍ଧାର୍ଥ ମହାନ୍ତି । କେନ୍ଦ୍ର ସରକାର ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଜୁନ୍ ୩୦ରେ ସେ ଚାକିରିରୁ ଅବସର ନେବା ପର୍ଯ୍ୟନ୍ତ ଏହି ପଦବୀରେ ରହିବେ । ବର୍ତ୍ତମାନର ଅଧ୍ୟକ୍ଷ ଏମଆର କୁମାରଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୧୩ ରେ ଶେଷ ହେଉଛି ।
ଶ୍ରୀ ମହାନ୍ତି ବର୍ତ୍ତମାନ LIC ର ପରିଚାଳନା ନିର୍ଦ୍ଦେଶକ(ଏମଡି) ପଦରେ ଅଛନ୍ତି । ୨୦୨୧ ଫେବ୍ରୁଆରୀରୁ ସେ ଏମଡି ଭାବରେ କାର୍ଯ୍ୟ କରୁଛନ୍ତି ।
କଟକ ବାସିନ୍ଦା ସିଦ୍ଧାର୍ଥ ମହାନ୍ତି ରେଭେନ୍ସା କଲେଜରେ ପାଠ ପଢ଼ିଥିଲେ । ଛାତ୍ର ସଂସଦର ସାଧାରଣ ସମ୍ପାଦକ ଭାବେ ସେ ନିର୍ବାଚିତ ହୋଇଥିଲେ । ରେଭନସାରୁ ରାଜନୀତି ବିଜ୍ଞାନରେ ସ୍ନାତକ ପାସ୍ କଲା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର କରିଥିଲେ ।
We are proud of Mohanty to be the Chairman of LIC as a ଓଡିଆ ଓଡିଶା।