Sunday, June 28, 2026 05:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡି: ଆଉ ନରମ ନୁହେଁ, ଏଣିକି କଠୋର

ନବୀନ ନିବାସରେ ସଂସଦୀୟ ଦଳର ବୈଠକ

by Our Correspondent
24 Jun, 2024- 06:45 PM
in Latest News, News, Politics
1 min read
0
ବିଜେଡି: ଆଉ ନରମ ନୁହେଁ, ଏଣିକି କଠୋର

ଭୁବନେଶ୍ୱର: ରାଜ୍ୟରେ କ୍ଷମତାରେ ଥିବା ବେଳେ ଏବଂ ଲୋକସଭାରେ ଅଧିକ ସାଂସଦ ଥିବା ବେଳେ ବିଜେଡି କେନ୍ଦ୍ର ସରକାରଙ୍କ ପ୍ରତି ନରମ ମନୋଭାବ ପୋଷଣ କଲା । ଦୀର୍ଘ ୫ ବର୍ଷ ଧରି ଦିଲ୍ଲୀରେ ଓଡ଼ିଶାର ହକ୍ ଦାବି ଏକପ୍ରକାର ଭୁଲିଗଲା । ଓଲଟି ସଂସଦରେ ଉପସ୍ଥାପିତ ବିଭିନ୍ନ ବିଲ୍ ଏବଂ ପ୍ରତିଟି ଜାତୀୟ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଅକୁଣ୍ଠ ସମର୍ଥନ ଯୋଗାଇ ଚାଲିଲା । ବିଜେପି-ବିଜେଡି ମଧ୍ୟରେ ଏହା ମଧୁଚନ୍ଦ୍ରିକା ବୋଲି ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜମିଲା । ମାତ୍ର ଏବେ ଓଡ଼ିଶା ଶାସନ ନିଜ ହାତରୁ ଚାଲିଯିବା ଏବଂ ଲୋକସଭାରେ ଦଳର ପ୍ରତିନିଧିତ୍ୱ ଶୂନ୍ ହୋଇଯିବା ପରେ କେନ୍ଦ୍ରର ମୋଦୀ ସରକାରଙ୍କ ଉପରେ ଓଡ଼ିଶାର ହକ୍ ଦାବି ନେଇ ବିଜେଡି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ।

ସଂସଦ ଅଧିବେଶନ ପରିପ୍ରେକ୍ଷୀରେ ଆଜି ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ରାଜ୍ୟସଭା ସଂସଦୀୟ ଦଳର ବୈଠକ ଡାକିଥିଲେ । ଏଥିରେ ୯ ଜଣ ଯାକ ସାଂସଦ ଉପସ୍ଥିତ ଥିଲେ । ପାର୍ଲାମେଣ୍ଟରେ ବିଜେଡିର କ’ଣ ଆଭିମୁଖ୍ୟ ରହିବ ତାହା ସ୍ପଷ୍ଟ କରିଥିଲେ ମୁଖିଆ । ତାଙ୍କ କହିବାର ସାରମର୍ମ ଥିଲା, ଆଉ କେନ୍ଦ୍ର ସରକାରଙ୍କ ବିରୋଧରେ ନରମ ଆଭିମୁଖ୍ୟ ଗ୍ରହଣ କରାଯିବ ନାହିଁ । ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଶାଣିତ ସ୍ୱର ଉଠାଯିବ । ଓଡିଶାର ହକ୍ ପାଇଁ ସଂସଦରେ ଜୋରଦାର ସଂଗ୍ରାମ କରାଯିବ । ଏଥିପାଇଁ ସାଂସଦମାନେ ପ୍ରସ୍ତୁତ ରହିବାକୁ ନବୀନ ପରାମର୍ଶ ଦେଇଥିଲେ ।

ବୈଠକ ଶେଷରେ ସଂସଦୀୟ ଦଳର ନେତା ଡ. ସସ୍ମିତ୍ ପାତ୍ର ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ । ସଂସଦରେ କେଉଁ କେଉଁ ପ୍ରସଙ୍ଗକୁ ଧରି ବିଜେଡି ଲଢ଼େଇ କରିବ ତାହା ନିର୍ଦ୍ଦିଷ୍ଟ ଭାବେ କହିଥିଲେ ।

ସେ କହିଥିଲେ, ଓଡିଶାର ଦୀର୍ଘ ଦିନର ସ୍ୱତନ୍ତ୍ର କାଟାଗୋରି ରାଜ୍ୟ ଦାବିକୁ ଧରି ବିଜେଡି ସଂସଦରେ ସଂଗ୍ରାମ ଜାରି ରଖିବ । ୨୦୧୪ ନିର୍ବାଚନୀ ଇସ୍ତାହାରରେ ଓଡିଶା ବିଜେପିର ନିର୍ବାଚନୀ ଇସ୍ତାହାରରେ ଏହି ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ଏହି ପ୍ରତିଶ୍ରୁତି ପାଳନ କରାଯାଇନାହିଁ ।

ସେହିଭଳି ଓଡ଼ିଶାରେ ଜାତୀୟ ରାଜପଥ ସ୍ଥିତି ବହୁତ ଖରାପରେ ଅଛି । ପ୍ରକଳ୍ପ କାର୍ଯ୍ୟକାରିତାରେ ମନ୍ଥର ଗତି ହୋଇଥିବା ବେଳେ ମରାମତି କାର୍ଯ୍ୟ ବି ତର୍ଦ୍ଦୂପ ରହିଛି । ଏହି କାରଣରୁ କଟକ-ସମ୍ବଲପୁର ନିର୍ମାଣାଧୀନ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ସେହିଭଳି ୧୦ ବର୍ଷ ହେଲା କୋଷ୍ଟାଲ୍ ହାଇୱେ କାମ ଆରମ୍ଭ ହୋଇପାରୁନି ।

ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ଗତ ୧୦ ବର୍ଷ ଧରି ୧୫ ଲକ୍ଷରୁ ଅଧିକ ଘର ବ୍ଲକ୍ କରିଦିଆଯାଇଛି । ପ୍ରଥମ ଦଫାରେ ଅନ୍ତତଃପକ୍ଷେ ୨୦ ଲକ୍ଷ ଘର ଯୋଗାଇଦେବାକୁ ବିଜେଡି ଦାବି କରୁଛି ।

ପ୍ରତି ବ୍ଲକ୍ ରେ କେନ୍ଦ୍ରୀୟ ବିଦ୍ୟାଳୟ, ଏକଲବ୍ୟ ବିଦ୍ୟାଳୟ, ସମ୍ବଲପୁର, କୋରାପୁଟ ଏବଂ ବାଲେଶ୍ୱରରେ ଏମସ୍ ହସ୍ପିଟାଲ୍, ଯୁବବର୍ଗଙ୍କ ପାଇଁ ଆଇଟି ପାର୍କ, ସେମି କଣ୍ଡକ୍ଟର ପାର୍କ, ଏମଏସଏମଇ ପାର୍କ, ଇଣ୍ଡଷ୍ଟ୍ରି୍ରଆଲ୍ କରିଡର ସ୍ଥାପନ ପାଇଁ ବିଜେଡି ଦାବି ଉପସ୍ଥାପନ କରିବ ।

ଆଦିବାସୀଙ୍କ ବିକାଶ ପାଇଁ ଏସଟି ତାଲିକାରେ ୧୬୨ ସଂମ୍ପ୍ରଦାୟଙ୍କୁ ଅନ୍ତର୍ଭୁକ୍ତ କରିବା, କେନ୍ଦୁପତ୍ର ଉପରୁ ଜିଲସଟି ପ୍ରତ୍ୟାହାର କରିବା, ଚାଷୀମାନଙ୍କୁ ଉପଯୁକ୍ତ ସମୟରେ ଫସଲ ବୀମା ପ୍ରଦାନ, ସ୍ୱାମୀନାଥନ୍ କମିସନ କମିଟି ରିପୋର୍ଟ ଆଧାରରେ କ୍ୱିଣ୍ଟାଲ୍ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା, ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ଯୋଗାଇବା, ଗ୍ରାମାଞ୍ଚଳରେ ବ୍ୟାଙ୍କ ସୁବିଧା, ୧୦୦ ପ୍ରତିଶତ ମୋବାଇଲ୍ ଏବଂ ଡିଜିଟାଲ୍ ସେବା ପ୍ରଦାନ ପାଇଁ ସ୍ୱର ଉଠାଯିବ ।

ସେହିଭଳି ଓଡିଶାର ଦୀର୍ଘ ଦିନର ଦାବି କୋଇଲା ରୟାଲିଟି ବୃଦ୍ଧି, ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ଯୋଡ଼ିବା ଏବଂ ସଂସଦ ଓ ବିଧାନସଭାରେ ୩୩% ମହିଳା ସଂରକ୍ଷଣ ପାଇଁ ବିଜେଡି ଲଢ଼େଇ ଜାରି ରଖିବ ।

ବୈଠକରେ ରାଜ୍ୟସଭା ସାଂସଦମାନେ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ, ଓଡ଼ିଶାବାସୀଙ୍କ ପାଇଁ ସେବା ମନୋବୃତ୍ତି ଏବଂ ପ୍ରତିବଦ୍ଧତା ପାଇଁ କୃତଜ୍ଞତା ଜଣାଇବା ସହ ତାଙ୍କ ନେତୃତ୍ୱରେ ଓଡ଼ିଶାର ସ୍ୱାର୍ଥ ପାଇଁ ନିରବଚ୍ଛିନ୍ନ ଲଢ଼େଇ ଜାରି ରଖିବାକୁ ଶପଥ ନେଇଥିଲେ । ଅନ୍ୟପକ୍ଷରେ ସାଢ଼େ ଚାରି କୋଟି ଓଡିଶାବାସୀଙ୍କ ସେବା ଏବଂ ରାଜ୍ୟର ସାମଗ୍ରିକ ବିକାଶ ପାଇଁ କାମ କରିବାକୁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

Previous Post

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ନିଜ ଜିଲ୍ଲାରେ ମୋହନ

Next Post

ମନୋଜ ଆହୁଜା ପରବର୍ତ୍ତୀ ମୁଖ୍ୟ ସଚିବ !

Next Post
ମନୋଜ ଆହୁଜା ପରବର୍ତ୍ତୀ ମୁଖ୍ୟ ସଚିବ !

ମନୋଜ ଆହୁଜା ପରବର୍ତ୍ତୀ ମୁଖ୍ୟ ସଚିବ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA