Saturday, April 25, 2026 06:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମନୋଜ ଆହୁଜା ପରବର୍ତ୍ତୀ ମୁଖ୍ୟ ସଚିବ !

by Our Correspondent
25 Jun, 2024- 09:34 PM
in Latest News, News
1 min read
0
ମନୋଜ ଆହୁଜା ପରବର୍ତ୍ତୀ ମୁଖ୍ୟ ସଚିବ !

ଭୁବନେଶ୍ୱର: ଦିଲ୍ଲୀ ଡେପୁଟେସନ୍ ରେ ଥିବା ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜାଙ୍କୁ ଆଜି କେନ୍ଦ୍ର ସରକାର ତାଙ୍କର ହୋମ୍ କ୍ୟାଡର ଓଡ଼ିଶାକୁ ଫେରାଇ ଦେଇଛନ୍ତି । ରାଜ୍ୟର ପ୍ରଥମ ବିଜେପି ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବାରୁ ଶ୍ରୀ ଆହୁଜା ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି ଏକପ୍ରକାର ସ୍ପଷ୍ଟ ହେଉଛି । ଏଥିସହ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ଚାଲିଥିବା ଆଲୋଚନାରେ ଅନ୍ତ ଘଟିବାକୁ ଯାଉଥିଲେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ମିଳିପାରେ ବୋଲି କୁହାଯାଉଛି ।

ମନୋଜ ଆହୁଜା ଏବେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର କେନ୍ଦ୍ରୀୟ ଡେପୁଟେସନ୍ ଅବଧିକୁ ସମାପ୍ତ କରି ଓଡ଼ିଶା ଫେରାଇଦେବାକୁ ରାଜ୍ୟର ବିଜେପି ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ । ଶ୍ରୀ ଆହୁଜା ହେଉଛନ୍ତି ପ୍ରଥମ ଆଇଏଏସ୍ ଅଫିସର, ଯାାହାଙ୍କୁ ରାଜ୍ୟର ପ୍ରଥମ ବିଜେପି ସରକାର ଦିଲ୍ଲୀରୁ ଫେରାଇ ଆଣିବାକୁ ଚାହିଁଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧକୁ ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ଆଜି ବିଚାର କରି ତାଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ଦେଇଛନ୍ତି ।

ଜଣେ ଦକ୍ଷ ଆଇଏଏସ୍ ଅଫିସର ଭାବେ ଶ୍ରୀ ଆହୁଜାଙ୍କର ଯଥେଷ୍ଟ ସୁନାମ ରହିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସେ ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ଆସନ୍ତା ଡିସେମ୍ବରରେ ସେ ଚାକିରିରୁ ଅବସର ନେବେ । ଅବଶ୍ୟ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳକୁ ବୃଦ୍ଧି କରିପାରନ୍ତି ।

ଏଥିସହ ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ଅଣଓଡ଼ିଆ ଅଫିସରଙ୍କୁ କମ ଗୁରୁତ୍ୱ ଦେବେ ବୋଲି କିଛି ମହଲରେ ଯେଉଁ ବିଶ୍ୱାସ ଥିଲା, ତାହା ଭୁଲ୍ ପ୍ରମାଣିତ ହେବାକୁ ଯାଉଛି । ରାଜ୍ୟର ସମସ୍ତ ପ୍ରଶାସନିକ କାର୍ଯ୍ୟରେ ଓଡିଆ-ଅଣଓଡ଼ିଆ ଭେଦଭାବ ନ ରଖି ଟିମୱାର୍କ ଭାବେ କାମ କରିବାକୁ ରାଜ୍ୟର ବିଜେପି ସରକାର ନୀତିଗତ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କର ୬ ମାସିଆ ବର୍ଦ୍ଧିତ କାର୍ଯ୍ୟକାଳ ଆସନ୍ତା ୩୦ ତାରିଖରେ ଶେଷ ହେଉଛି । ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଶାସନ ସଚିବ ପାହ୍ୟାର କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ମିଳିପାରେ । ଏଥିସହ ରଥଯାତ୍ରା ପୂର୍ବରୁ ପ୍ରଶାସନର ନବ କଳେବର ହେବ ବୋଲି ସୂଚନା ମିଳିଛି ।

Previous Post

ବିଜେଡି: ଆଉ ନରମ ନୁହେଁ, ଏଣିକି କଠୋର

Next Post

ସରକାରୀ କ୍ୱାର୍ଟର୍ସରେ ସୌଖୀନ ସାମ୍ରାଜ୍ୟ

Next Post
ସରକାରୀ କ୍ୱାର୍ଟର୍ସରେ ସୌଖୀନ ସାମ୍ରାଜ୍ୟ

ସରକାରୀ କ୍ୱାର୍ଟର୍ସରେ ସୌଖୀନ ସାମ୍ରାଜ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA