ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଜାରି ହୋଇଥିବା ଦଳର ଷ୍ଟାର୍ ପ୍ରଚାରକ ତାଲିକାରେ ସେ ୧ ନମ୍ବର ସ୍ଥାନରେ ଅଛନ୍ତି । ତାଙ୍କ ପଛକୁ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କୁ ଦଳ ଷ୍ଟାର୍ ପ୍ରଚାରକ କରିଛି । ସେ ୯ ନମ୍ବର ସ୍ଥାନରେ ଅଛନ୍ତି । ତାଲିକାରେ ୬ ମନ୍ତ୍ରୀ ଓ ୨୪ ବିଧାୟକ ସ୍ଥାନ ପାଇଛନ୍ତି । ପୂର୍ବ ଉପନିର୍ବାଚନ ଭଳି ଝାରସୁଗୁଡ଼ାରେ ମଧ୍ୟ ଦଳ ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଲୋଡ଼ିନାହିଁ ।
ସୂଚନାଥାଉକି, ଦୁଇଦିନ ପୂର୍ବରୁ କଂଗ୍ରେସ ତା’ର ଷ୍ଟାର୍ ପ୍ରଚାରକ ତାଲିକା ଜାରି କରିସାରିଛି । ଡ. ଚେଲ୍ଲା କୁମାର, କହ୍ଲେୟା କୁମାର, ଶରତ ପଟ୍ଟନାୟକ, ନରସିଂହ ମିଶ୍ର ପ୍ରମୁଖ ଷ୍ଟାର ପ୍ରଚାରକ ଅଛନ୍ତି ।
ବିଜେଡି ଷ୍ଟାର୍ ପ୍ରଚାରକ
୧. ନବୀନ ପଟ୍ଟନାୟକ
୨. ପ୍ରଣବ ପ୍ରକାଶ ଦାସ
୩. ସାରଦା ପ୍ରସାଦ ନାୟକ
୪. ଦେବୀ ପ୍ରସାଦ ମିଶ୍ର
୫. ପ୍ରସନ୍ନ ଆଚାର୍ଯ୍ୟ
୬. ନିରଞ୍ଜନ ପୂଜାରୀ
୭. ଅଶୋକ ଚନ୍ଦ୍ର ପଣ୍ଡା
୮. ପଦ୍ମନାଭ ବେହେରା
୯. ସୁଶାନ୍ତ ସିଂହ
୧୦. ପ୍ରତାପ କେଶରୀ ଦେବ
୧୧. ଅତନୁ ସବ୍ୟସାଚୀ ନାୟକ
୧୨. ଅରୁଣ କୁମାର ସାହୁ
୧୩. ପ୍ରତାପ ଜେନା
୧୪. ସ୍ନେହାଙ୍ଗିନୀ ଛୁରିଆ
୧୫. ଟୁକୁନି ସାହୁ
୧୬. ପ୍ରଶାନ୍ତ ମୁଦୁଲି
୧୭. ପୁଷ୍ପେନ୍ଦ୍ର ସିଂହଦେଓ
୧୮. ଦିବ୍ୟଶଙ୍କର ମିଶ୍ର
୧୯. ରୀତା ସାହୁ
୨୦. ଅଳକା ମହାନ୍ତି
୨୧. ଚନ୍ଦ୍ର ସାରଥୀ ବେହେରା
୨୨. ବ୍ରଜ କିଶୋର ପ୍ରଧାନ
୨୩. ପ୍ରଣବ ବଳବନ୍ତରାୟ
୨୪. ବ୍ୟୋମକେଶ ରାୟ
୨୫. ବିକ୍ରମ କୁମାର ପଣ୍ଡା
୨୬. ନଳିନୀ କାନ୍ତ ପ୍ରଧାନ
୨୭. ସରୋଜ କୁମାର ମେହେର
୨୮. ଦେବେଶ ଆଚାର୍ଯ୍ୟ
୨୯. ପ୍ରଶାନ୍ତ ବେହେରା
୩୦. ବିଭୂତି ବଳବନ୍ତରାୟ
୩୧. କିଶୋର ଚନ୍ଦ୍ର ନାୟକ
୩୨. ଦେବୀ ରଞ୍ଜନ ତ୍ରିପାଠୀ
୩୩. ସୌଭିକ୍ ବିଶ୍ୱାଳ
୩୪. ସ୍ୱରୂପ କୁମାର ଦାସ
୩୫. ରୁଦ୍ର ପ୍ରତାପ ମହାରଥୀ
୩୬. ଯୋଗେଶ କୁମାର ସିଂହ
୩୭. ରୋମାଞ୍ଚ ରଂଜନ ବିଶ୍ୱାଳ
୩୮. ଶ୍ରୀମୟୀ ମିଶ୍ର
୩୯. ଅରିନ୍ଦମ ରାୟ
୪୦. ସତ୍ୟବ୍ରତ ତ୍ରିପାଠୀ