Wednesday, April 22, 2026 08:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡି ବିଲଡିଂ ପାଇଁ କାନ୍ଦଣା!

by Our Correspondent
20 Apr, 2023- 06:18 PM
in Latest News, News
1 min read
0
ବିଜେଡି ବିଲଡିଂ ପାଇଁ କାନ୍ଦଣା!

ଭୁବନେଶ୍ୱର: ଭବ୍ୟ ଦଳୀୟ କାର୍ଯ୍ୟାଳୟ ନିର୍ମାଣ ପାଇଁ କୋଉଠୁ ଆସୁଛି ପାଣ୍ଠି? ନିକଟ ଅତୀତରେ ଏହି ପ୍ରଶ୍ନ ଦେଶବ୍ୟାପୀ ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା । ଭାରତୀୟ ଜନତା ପାର୍ଟିର ଆଲିସାନ୍ କୋଠାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଲା । ନୂଆଦିଲ୍ଲୀର ୬ ଦୀନଦୟାଲ୍ ଉପାଧ୍ୟାୟ ମାର୍ଗରେ ୨ ଏକର ଜାଗାରେ ମାତ୍ର ଦେଢ଼ବର୍ଷ ଭିତରେ ଛିଡ଼ା ହୋଇଗଲା ବିଶାଳ ଅଟ୍ଟାଳିକା ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଥିପାଇଁ ଖର୍ଚ୍ଚ ହେଲା ୧୩୫୦ କୋଟି ଟଙ୍କା । ମୋଦି ସରକାରଙ୍କ ପ୍ରଥମ ପାଳିରେ ହିଁ ବିଜେପି ଏହି ବିଶାଳ ଅଟ୍ଟାଳିକା ଛିଡ଼ା କରାଇବାରେ ସକ୍ଷମ ହେଲା ।

ଏବେ ବିଜେପି ଶାସିତ ମଧ୍ୟପ୍ରଦେଶରେ ମଧ୍ୟ ଦଳୀୟ କାର୍ଯ୍ୟାଳୟ ପାଇଁ ଆଲିସାନ୍ କୋଠା ନିର୍ମାଣ ହେଉଛି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ନୂତନ ଦଳୀୟ କାର୍ଯ୍ୟାଳୟ ପାଇଁ ଅଳ୍ପଦିନ ତଳେ ଭୂମି ପୂଜନ ସରିଛି । ୧୦୦ କୋଟି ଟଙ୍କା ବ୍ୟୟରେ ୧୦ ମହଲାର ଅଫିସ ବିଲଡିଂ ଛିଡ଼ା ହେବ । ସୂଚନାଥାଉକି,
୧୯୯୧ ମସିହାରେ ନିର୍ମିତ ବର୍ତ୍ତମାନର ରାଜ୍ୟ କାର୍ଯ୍ୟାଳୟ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ଓଡ଼ିଶାରେ କ୍ରମାଗତ ପଞ୍ଚମ ଥର ପାଇଁ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ନିର୍ମାଣ କରିଛି ନୂଆ ପାର୍ଟି ଅଫିସ । ଏହି ବିଲଡିଂକୁ ଆସନ୍ତା ୨୩ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବେ । ଦୁଇ ଦଶନ୍ଧୀ ଧରି ୟୁନିଟ୍-୬ ସ୍ଥିତ ଏକ ସରକାରୀ କ୍ୱାଟର୍ସ ଥିଲା ଦଳୀୟ କାର୍ଯ୍ୟାଳୟ । ଏବେ ସେହି ଜାଗାରେ ଦୁଇଟି କ୍ୱାଟର୍ସକୁ ମିଶାଇ ଅଫିସ ବିଲଡିଂ ନିର୍ମାଣ ହୋଇଛି ।

ଆଶ୍ଚର୍ଯ୍ୟର କଥା, ବିଜେଡିର ଏହି ନବନିର୍ମିତ କାର୍ଯ୍ୟାଳୟର ଉଦଘାଟନ ପୂର୍ବରୁ ସେହି ବିଜେପି ଶିବିରରୁ ତମ୍ବିତୋଫାନ ଆରମ୍ଭ ହୋଇଛି । ଏହି ଆଲିସାନ କୋଠା ନିର୍ମାଣ ପାଇଁ ୫୦ କୋଟି ଖର୍ଚ୍ଚ ହୋଇଛି ବୋଲି ହିସାବ ଦେଖାଇ କାହା ଚାନ୍ଦା ଟଙ୍କାରେ ଏହି ଭବ୍ୟ କୋଠା ନିର୍ମାଣ କରିଛି ବୋଲି ପ୍ରଶ୍ନ କରାଯାଇଛି । ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏହି ପ୍ରଶ୍ନରେ ମୁଖର ହୋଇଛନ୍ତି ।

ମାତ୍ର, ପୂର୍ବରୁ ଦିଲ୍ଲୀରେ ବିପୁଳ ବ୍ୟୟରେ ନିର୍ମିତ ବିଜେପିର ଆଲିସାନ୍ କୋଠା ଏବଂ ଏବେ ଏବେ ଭୋପାଳରେ ନିର୍ମାଣାଧୀନ କୋଠାକୁ ସେମାନେ ଭୁଲିଯିବା ଅନେକଙ୍କୁ କୌତୁହଳରେ ପକାଇଛି । ରାଜ୍ୟର ବିଜେପି ନେତା ସଂପୃକ୍ତ ଗଣମାଧ୍ୟମରେ ବାଇଟ୍ ଦେଇ ଆଲିସାନ୍ କୋଠା ନିର୍ମାଣ ପାଇଁ ବିଜେଡି ୫୦ କୋଟି କୁଆଡୁ ଯୋଗାଡ଼ କଲା ବୋଲି ମୁଣ୍ଡ ପିଟିବା ଆହୁରି ଆମୋଦଦାୟକ ହୋଇଛି ।

ସୂଚନାଥାଉକି, ବିଜେଡିର ନବନିର୍ମିତ ଆଲିସାନ୍ କୋଠାରେ ଓଡ଼ିଶାର ପାରମ୍ପରିକ ଛାପ ଦିଆଯାଇଛି । ବେସମେଣ୍ଟରେ ୪୦ ଟି କାର୍ ପାର୍କିଂ କରିବା ଭଳି ପାର୍କିଂ ସ୍ଥାନ ରଖାଯାଇଛି । ବେସମେଣ୍ଟ ଉପରେ ଛିଡ଼ା ହୋଇଥିବା ୩ ମହଲା କୋଠାର ପ୍ରଥମ ମହଲାରେ ରହିଛି ବିରାଟ ଏସି ହଲ୍ । ଏଥିରେ ୨୦୦୦ ଲୋକ ବସିପାରିବେ । ଏହାକୁ ଲାଗି ୨୫୦ ଆସନ ବିଶିଷ୍ଟ ଏକ ଅଡିଟୋରିୟମ୍ ରହିଛି । ପ୍ରଥମ ମହଲାରେ ପ୍ରେସ୍ କନଫରେନ୍ସ ହଲ୍ ମଧ୍ୟ ରହିଛି ।

ବିଲଡିଂର ଦ୍ୱିତୀୟ ମହଲାରେ ୩୦ ଟି ପ୍ରକୋଷ୍ଠ ରହିଛି । ଏଥିରେ ଛାମୁଆ ସଂଗଠନ ଓ ଦଳର ରାଜ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ରହିବ । ଆଇଟି ସେଲ୍ ମଧ୍ୟ କାର୍ଯ୍ୟ କରିବ । ବିଲଡିଂର ତୃତୀୟ ମହଲାରେ ଦଳର ସଭାପତିଙ୍କ ଦପ୍ତର ରହିଛି । ୨୦୨୧ ରଥଯାତ୍ରା ସମୟରେ ବିଜେଡିର ନୂଆ କାର୍ଯ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦୁଇବର୍ଷରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

Previous Post

ରାହୁଲ ଗାନ୍ଧୀଙ୍କୁ ପୁଣି ଝଟକା

Next Post

ନବୀନ ଯିବେ ଝାରସୁଗୁଡ଼ା !

Next Post
ନବୀନ ଯିବେ ଝାରସୁଗୁଡ଼ା !

ନବୀନ ଯିବେ ଝାରସୁଗୁଡ଼ା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA