Friday, June 26, 2026 06:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୋଲାଭରମ୍ ବିରୋଧରେ ଅଣ୍ଟା ଭିଡ଼ିଲା ବିଜେଡି

by Our Correspondent
10 Sep, 2024- 07:44 PM
in Latest News, News
1 min read
0
ପୋଲାଭରମ୍ ବିରୋଧରେ ଅଣ୍ଟା ଭିଡ଼ିଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାର ବଜେଟରେ ପୋଲାଭରମ ପ୍ରକଳ୍ପ ପାଇଁ ପନ୍ଦର ହଜାର କୋଟି ବ୍ୟୟବରାଦ କରିବା ପରେ ପୋଲାଭରମ ପ୍ରକଳ୍ପ କାମ ଦ୍ରୁତ ଗତିରେ ଆଗେଇଛି ଓ ଏହା ଫେବୃଆରୀ ୨୦୨୬ ସୁଦ୍ଧା ସମ୍ପୂର୍ଣ ହେବ ବୋଲି ଲକ୍ଷ୍ୟ ରହିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ଦୁଇଶହ ଗାଁ ଜଳମଗ୍ନ ହେବ ବୋଲି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଆଜି ଶଙ୍ଖଭବନ ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀ ଉପରେ ପୋଲାଭରମ ପ୍ରକଳ୍ପ ନିର୍ମାଣାଧୀନ ରହିଥିବା ବେଳେ ଏହାର ପଛୁଆ ପାଣି ମାଲକାନଗିରି ଜିଲ୍ଲାର ମୋଟୁ ଓ ପଡିଆ ଅଞ୍ଚଳ ଜଳମଗ୍ନ ହୋଇଯିବାର ଆଶଙ୍କା ରହିଥିବାରୁ ଏହାକୁ ବିଜେଡି ବିରୋଧ କରିଆସୁଛି । କେନ୍ଦ୍ର ସରକାରଙ୍କ ଗତ ବଜେଟରେ ଏହି ପ୍ରକଳ୍ପକୁ ଅଗ୍ରାଧିକାର ଭିତ୍ତିରେ ସମାପ୍ତ କରିବା ପାଇଁ ପନ୍ଦର ହଜାର କୋଟି ବ୍ୟୟବରାଦ କରିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ କମିଟି ଗଠନ କରି ସେମାନଙ୍କୁ ମାଲକାନଗିରି ଓ ପୋଲାଭରମ ଅଞ୍ଚଳ ଯାଇ ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରିବାକୁ କହିଥିଲେ । ଏହି କମିଟିର ସଦସ୍ୟମାନେ ସେଠାରୁ ଫେରିବା ପରେ ପୋଲାଭରମ ପକଳ୍ପ ଉପରେ ଏକ ସବିଶେଷ ରିପୋର୍ଟ ବିଜେଡି ସଭାପତିଙ୍କୁ ଆଜି ପ୍ରଦାନ କରବା ପରେ ଶଙ୍ଖଭବନ ଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ଶ୍ରୀ ମିଶ୍ର କହିଥିଲେ, ବିଜେଡି ସଭାପତିଙ୍କ ଦ୍ୱାରା ଗଠିତ କମିଟିର ସଦସ୍ୟମାନେ ଯଥାକ୍ରମେ ମାଲକାନଗିରି ଜିଲ୍ଲାର ମୋଟୁ ଓ ପଡିଆ ଅଞ୍ଚଳ ଏବଂ ପୋଲାଭରମ ଡ୍ୟାମ ଅଞ୍ଚଳ ବୁଲି ଦେଖିବା ସହ ବିଭିନ୍ନ ଅଧିକାରୀ ଓ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲେ । ନିର୍ମାଣାଧୀନ ପୋଲାଭରମ ଡ୍ୟାମର ଦୁଇଟି ଯାକ କଫର ଡ୍ୟାମ, ୪୮ଟି ସ୍ପିଲ୍ୱେୟର ନିର୍ମାଣ କାମ ଶେଷ ହୋଇଥିବା ସହ ମୁଖ୍ୟ ଡ୍ୟାମର ଟେଣ୍ଡର ହୋଇ ୱାର୍କ ଅର୍ଡର ଦିଆ ସରିଛି ବୋଲି ଜାଣିବାକୁ ପାଇଥିଲୁ । ଏହି କାମ ନଭେମ୍ୱର ସୁଦ୍ଧା ଆରମ୍ଭ ହୋଇ ଫେବୃଆରୀ ୨୦୨୬ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରକଳ୍ପ ଅଧିକାରୀମାନଙ୍କଠାରୁ ଏହି  ପଛୁଆ ପାଣି ମାଲକାନଗିରି ଜିଲ୍ଲାର କେତେ ଅଞ୍ଚଳକୁ ଜଳମଗ୍ନ କରିବ ବୋଲି ଜାଣିବାକୁ ଚାହିଁଥିଲୁ, ହେଲେ ସେମାନେ ଏହାର ଉତ୍ତର ସେଣ୍ଟ୍ରାଲ ୱାଟରକ ମିସନଙ୍କ ପାଖରୁ ମିଳିପାରିବ ବୋଲି କହିଥିଲେ । ସେହିପରି ଡ୍ୟାମର ଉଚ୍ଚତା ୧୫୦ ମିଟରକୁ ବୃଦ୍ଧି କରାଯିବା ପରେ ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିବା ଏକ ଆକଳନରୁ ଜଣାଯାଇଛି ଯେ, ଲକାନଗିରି ଜିଲ୍ଲାର ମୋଟୁ ଓ ପଡିଆ ଅଞ୍ଚଳର ପ୍ରାୟ ଦୁଇଶହ ଗ୍ରାମ ଜଳମଗ୍ନ ହେବ ଓ ସମଗ୍ର ମୋଟୁ ଅଞ୍ଚଳ ଜଳମଗ୍ନ ହୋଇ ଓଡିଶା ମାନଚିତ୍ରରୁ ନିଶ୍ଚିହ୍ନ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେଣୁ ମୋଟୁ ଓ ପଡିଆ ଅଞ୍ଚଳର ଜନସାଧାରଣ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଶ୍ରୀମିଶ୍ର ଆହୁରି କହିଥିଲେ, ପୋଲାଭରମ ଡ୍ୟାମ ନିର୍ମାଣ ହେଲେ ଆନ୍ଧ୍ରର ପ୍ରାୟ ସାତ ଲକ୍ଷ ଏକର ଜମି ଜଳସେଚିତ ହେବ, ୯୬୦ ମେଗାୱାଟ ବିଦୁ୍ୟତ ଉତ୍ପାଦନ ହେବ, ବିଶାଖାପାଟଣା ଅଞ୍ଚଳକୁ ପାନୀୟଜଳ ଓ ଶିଳ୍ପକୁ ଜଳଯୋଗାଣ ହୋଇପାରିବ । କିନ୍ତୁ, ଓଡିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ତିରିଶ ପ୍ରତିଶତ ଅଞ୍ଚଳ ଜଳମଗ୍ନ ହୋଇଯିବ, ଯେଉଁଥିରେ ହଜାର ହଜାର ଆଦିବାସୀ ବିସ୍ଥାପିତ ହେବେ ଓ ଜୀବନ ଜୀବିକା ହରାଇବେ । ଏହି ପ୍ରକଳ୍ପକୁ ବିରୋଧ କରି ଓଡ଼ିଶାର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରଜଳସମ୍ପଦ ମନ୍ତ୍ରୀଙ୍କୁ ଚିଠି ଲେଖି ମାଲକାନଗିରି ବାସିନ୍ଦାଙ୍କ ପ୍ରତି ନ୍ୟାୟ ପ୍ରଦାନ କରିବାକୁ ଦାବି ରଖିଥିଲେ । ସେହିପରି ଓଡିଶାସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ମଧ୍ୟ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆବେଦନ କରାଯାଇଥିଲା । ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ସମସ୍ତବର୍ଗଙ୍କ ମତାମତ ନେଇ ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ନେବାପାଇଁ କୋର୍ଟ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ବେଖାତିର କରି ପ୍ରକଳ୍ପକାର୍ଯ୍ୟକୁ ଆଗେଇ ନେଉଛନ୍ତି । ତେଣୁ, ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ହେବାକୁ ଥିବା କ୍ଷୟକ୍ଷତିର ଆକଳନ ଓ ଏହାର ସମାଧାନ ହେବା ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାମକୁ ବନ୍ଦ ରଖିବା ପାଇଁ ବିଜୁ ଜନତା ଦଳ ଦାବି କରୁଛି । ରାଜ୍ୟ ବିଜେପି ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନର ରାସ୍ତା ବାହାର କରନ୍ତୁ । ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ପୋଲାଭରମ କାର୍ଯ୍ୟ ଆଗକୁ ବଢିଲେ, ବିଜେଡି ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଶ୍ରୀମିଶ୍ର କହିଥିଲେ ।

କମିଟିର ଅନ୍ୟତମ ସଦସ୍ୟ ତଥା ମୁଖପାତ୍ର ଭୃଗୁ ବକ୍ସିପାତ୍ର କହିଥିଲେ ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ବ୍ୟାପକ କ୍ଷତି ହେବ । ହଜାର ହଜାର ଆଦିବାସୀମାନେ ଜୀବନ ଜୀବିକା ହରାଇବାକୁ ଯାଉଥିବା ବେଳେ ରାଜ୍ୟ ବିଜେପି ସରକାରଙ୍କ ନୀରବତା ଏବଂ ଓଡ଼ିଶାର ତିନି ଜଣ କେନ୍ଦ୍ରମନ୍ତ୍ରୀ ଓ କୋଡିଏ ଜଣ ଏମପି ଏହି ପ୍ରସଙ୍ଗରେ ମୁହଁ ନ ଖୋଲିବା ଦୁର୍ଭାଗ୍ୟଜନକ । ସେହିପରି ପୂର୍ବତନ ମନ୍ତ୍ରୀ ଅତନୁସବ୍ୟସାଚୀ ନାୟକ କହିଥିଲେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିକଟରେ ପୋଲାଭରମ ସମ୍ପର୍କରେ ଓଡ଼ିଶା ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ପୋଲାଭରମ ପ୍ରକଳ୍ପ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି, ତେବେ ବିଚାରାଧୀନ ଥିବାବେଳେ କେନ୍ଦ୍ରର ବିଜେପି ସରକାର ଏହି ପ୍ରକଳ୍ପ କାମକୁ ଆର୍ଥିକ ଅନୁଦାନ ଦେଉଛନ୍ତି କିପରି ? କମିଟିର ଅନ୍ୟ ସଦସ୍ୟମାନେ ଯଥା ସାଂସଦ ମୁନ୍ନାଖାନ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ଝିନ୍ନ ହିକକା ଏବଂ ବିଧାୟକ ମନୋହର ରନ୍ଧାରୀ ନିଜ ନିଜର ମତ ରଖିଥିଲେ ।

Previous Post

୧୫ରୁ ଆଉ ୩ଟି ବନ୍ଦେ ଭାରତ ଟ୍ରେନ

Next Post

ରେଭେନସା ବିବାଦ: ଟୁଇଟ୍ କରି ଝାଡ଼ିଲେ ନବୀନ

Next Post
ରେଭେନସା ବିବାଦ: ଟୁଇଟ୍ କରି ଝାଡ଼ିଲେ ନବୀନ

ରେଭେନସା ବିବାଦ: ଟୁଇଟ୍ କରି ଝାଡ଼ିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA