Thursday, May 21, 2026 10:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହିଳା ସଂରକ୍ଷଣ ନାଁରେ ମନ୍ଦ ଉଦ୍ଦେଶ୍ୟ: ବିଜେଡି

by Our Correspondent
19 Apr, 2026- 11:51 PM
in Latest News, News
1 min read
0
ମହିଳା ସଂରକ୍ଷଣ ନାଁରେ ମନ୍ଦ ଉଦ୍ଦେଶ୍ୟ: ବିଜେଡି

ଭୁବନେଶ୍ୱର: ମହିଳା ସଂରକ୍ଷଣ ନାଁରେ ମନ୍ଦ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ପକ୍ଷରୁ ଅଣାଯାଇଥିବା ଡିଲିମିଟେସନ ବିଲ୍ କାଟ୍ ଖାଇଲା ବୋଲି ବିଜେଡି କହିଛି । ତିନି ବର୍ଷ ଧରି ମହିଳା ସଂରକ୍ଷଣ ବିଲ୍ ସଂସଦର ଉଭୟ ସଦନରେ ପାଳିତ ହୋଇ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇସାରିଥିଲେ ମଧ୍ୟ କେନ୍ଦ୍ର ସରକାର ଗେଜେଟ ନୋଟିଫିକେସନ କାହିଁକି କରିନଥିଲେ ବୋଲି ବିଜେଡି ପ୍ରଶ୍ନ କରିଛି ।

ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସଂଜୟ କୁମାର ଦାସବର୍ମା ଓ ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି କହିଛନ୍ତି, ମହିଳା ସଂରକ୍ଷଣ ବାବଦରେ ବିଜୁ ଜନତା ଦଳର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦୂରଦୃଷ୍ଟି ସଂପର୍ଣ୍ଣ ନେତୃତ୍ୱ ଲାଗି ସାରା ଦେଶରେ ପ୍ରଥମ ଥର ପାଇଁ ମହିଳାମାନେ ପଞ୍ଚାୟତ ଓ ସ୍ଥାନୀୟ ପୌର ପ୍ରଶାସନରେ ୩୩ ପ୍ରତିଶତ ସଂରକ୍ଷଣ ପାଇପାରିଥିଲେ ।

ଶ୍ରୀ ଦାସବର୍ମା କହିଥିଲେ, ମହିଳା ସଂରକ୍ଷଣ ନାଁରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯିବା ପରେ, ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ, ଓଡିଶାର ସ୍ୱାର୍ଥ ହାନି ହେଉଥିବା ଅନୁଭବ କରି ଡିଲିମିଟେସନ ବିଲ୍ ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଦଳମତ ନିର୍ବିଶେଷରେ ରାଜ୍ୟର ସାଂସଦଙ୍କୁ ପତ୍ର ଲେଖି ଶ୍ରୀ ପଟ୍ଟନାୟକ ଓଡିଶା ସ୍ୱାର୍ଥ ରକ୍ଷା ପାଇଁ ସଂସଦରେ ମୁହଁ ଖୋଲିବାକୁ ଅନୁରୋଧ କରିଥିଲେ । ସଂସଦରେ ବିଲ୍ ଆସିବା ପରେ ଜଣାପଡିଲା ଯେ, ସମସ୍ତଙ୍କୁ ଅନ୍ଧାରରେ ରଖି ମହିଳା ସଂରକ୍ଷଣ ନାଁରେ ଡିଲିମିଟେସନ ବିଲ୍ରେ ଥିବା ପ୍ରାବଧାନ ଓଡିଶାର ସ୍ୱାର୍ଥ କ୍ଷୁର୍ଣ୍ଣ କରିବ । ଭାରତ ସରକାରଙ୍କ ଜନସଂଖ୍ୟା ନିୟନ୍ତ୍ରଣ କାର୍ୟ୍ୟକ୍ରମକୁ ନିଷ୍ଠାର ସହ ଅନୁପାଳନ କରି ଜନସଂଖ୍ୟା ନିୟନ୍ତ୍ରଣରେ ଓଡିଶା ସଫଳ ହୋଇଥିବାରୁ ୨୦୧୧ ଜନଗଣନା ଅନୁସାରେ ଯଦି ଡିଲିମିଟେସନ ହୋଇଥାଆନ୍ତା ତେବେ ଓଡିଶାର ଆସନ ସଂଖ୍ୟା ଆନୁପାତିକ ଭାବେ ହ୍ରାସ ପାଇଥାଆନ୍ତା । ତେଣୁ ବିଜୁ ଜନତା ଦଳ ଏଭଳି ଏକ ଏକଛତ୍ରବାଦୀ ଓ ଓଡିଶା ସ୍ୱାର୍ଥ ବିରୋଧୀ ଡିଲିମିଟେସନ ବିଲକୁ ବିରୋଧ କଲା ।

ଡ. ମହାନ୍ତି କହିଥିଲେ, ବିଜେପି ନେତା ଓ କେନ୍ଦ୍ର ମନ୍ତ୍ରୀ ୫୦ ଭାଗ ଆସନ ସଂଖ୍ୟା ବୃଦ୍ଧି ବିଷୟ ଯେଉଁ ପ୍ରଚାର କରୁଛନ୍ତି ତାହା ମନଗଢା ତଥା ଭିତ୍ତିହୀନ । ବିଲ୍ ରେ ଏଭଳି ବ୍ୟବସ୍ଥା ନାହିଁ । ମହିଳା ସଂରକ୍ଷଣକୁ ଢାଲ କରି ଡିଲିମିଟେସନ ବିଲକୁ ପାରିତ କରିବା ପାଇଁ ହେଉଥିବା ଅପଚେଷ୍ଟା ବିଫଳ ହୋଇଛି । ଦୁଃଖର ବିଷୟ ରାଜ୍ୟ ସ୍ୱାର୍ଥ ଅପେକ୍ଷା ଦଳୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଓଡିଶା ବିଜେପିର ୨୦ ଜଣ ସାଂସଦ ରାଜ୍ୟ ସ୍ୱାର୍ଥ ବିରୋଧରେ ସଂସଦରେ ଭୋଟ ଦେଲେ । ଆଗାମୀ ଦିନରେ ରାଜ୍ୟବାସୀ ଏହାର ବିଚାର କରିବେ ।

ବିଜେପି  ଦେଶବାସୀଙ୍କୁ ଭ୍ରମିତ କରୁଛି

ସଂସଦ ଓ ବିଧାନସଭା କ୍ଷେତ୍ରରେ ମହିଳା ସଂରକ୍ଷଣ ବିଲକୁ ନେଇ ବିରୋଧୀ ଦଳମାନେ ଏହାକୁ ସମର୍ଥନ ନଦେବାରୁ ଏହା କାଟ୍ ଖାଇଗଲା ବୋଲି ବିଜେପି ତରଫରୁ ଯାହା ପ୍ରଚାର କରାଯାଉଛି, ତାକୁ ଦୃଢ଼ ଖଣ୍ଡନ କରିଛି ବିଜୁ ଜନତା ଦଳ । ଯେଉଁଭଳି ଭାବେ, ଡିମିଲଟେସନ ବିଲ ସହିତ ମହିଳା ସଂରକ୍ଷଣ ବିଲକୁ ଯୋଡି ସଂସଦରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆଣିଲା, ତାହା କୌଣସି ନୌଟଙ୍କି ବା ପ୍ରହସନରୁ କମ ନଥିଲା ବୋଲି ବିଜେଡି କହିଛି ।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ପିଏସି ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠି ମହିଳା ସଂରକ୍ଷଣ ଭଳି ଏକ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ଚଞ୍ଚକତା କରି ମହିଳା ମାନଙ୍କ ସହିତ ପ୍ରତାରଣା କରୁଛନ୍ତି ବୋଲି କହି କେନ୍ଦ୍ର ସରକାର ଓ ରାଜ୍ୟ ବିଜେପି ଉପରେ ବର୍ଷିଥିଲେ ।

ଶ୍ରୀମତୀ ଶର୍ମିଷ୍ଠା ସେଠି କହିଥିଲେ, ନାରୀ ଶକ୍ତି ବନ୍ଦନ ଅଧିନିୟମ ସେପ୍ଟେମ୍ୱର ୨୦୨୩ ମସିହାରେ, ସମସ୍ତ ରାଜନୈତିକ ଦଳ ମାନଙ୍କ ସମର୍ଥନରେ ବିଲ ପାସ ହୋଇଥିଲା । ଏହାକୁ ତୁରନ୍ତ ଲାଗୁ ନକରି ନୂତନ ଜନଗଣନା ମାଧ୍ୟମରେ ଡିମିଲଟେସନ ପରେ ଏହାକୁ ଲାଗୁ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ, ଅପ୍ରତ୍ୟାଶିତ ଭାବେ ହଠାତ କେନ୍ଦ୍ର ସରକାର ଡିଲିମିଟେସନ ବିଲ ସହିତ ମହିଳା ସଂରକ୍ଷଣ ବିଲକୁ ଯୋଡି ସଂସଦର ବିଶେଷ ଅଧିବେଶନରେ ଉପସ୍ଥାପନା କଲେ । ମହିଳା ସଂରକ୍ଷଣ ବିଲ ନେଇ କୌଣସି ରାଜନୈତିକ ଦଳର ସଂଶୟ ନଥିଲା, କିନ୍ତୁ ପ୍ରସ୍ତାବିତ ଡିମିଲଟେସନ ବିଲକୁ ନେଇ ଅନେକ ଅସହମତି ରହିଥିଲା । ବିଶେଷକରି, ଡିଲିମିଟେସନ ମାଧ୍ୟମରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯ ପ୍ରତିଶତରୁ ୩.୫ ପ୍ରତିଶତ ହ୍ରାସ ପାଉଥିବା ଆଶଙ୍କା ଉପୁଜିଥିବାରୁ, ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଓ ରାଜ୍ୟର ସମସ୍ତ ଏମପିଙ୍କୁ ଚିଠି ଲେଖିଥିଲେ । ଓଡିଶା ପ୍ରତି ହେବାକୁ ଯାଉଥିବା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ । କିନ୍ତୁ, ବିଜେପି ସାଂସଦ ମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ ଦୂରର କଥା ସେମାନେ ଏହି ବିଲ ସପକ୍ଷରେ ଭୋଟ ଦେଲେ । ବିଲ କାଟ ଖାଇବା ପରେ, ମହିଳା ସଂରକ୍ଷଣ ବିଲକୁ ବିଜେଡି ବିରୋଧ କରିଲା ବୋଲି ଅଭିଯୋଗ କରାଯାଉଛି, ଯାହା ସମ୍ପୂର୍ଣ୍ଣ ଅମୂଳକ । ମହିଳା ସଂରକ୍ଷଣ ବିଲକୁ ବିଜେଡି ପ୍ରଥମ ଦିନରୁ ସମର୍ଥନ ଦେଇ ଆସୁଛି । କିନ୍ତୁ, ଡିଲିମିଟେସନ ମାଧ୍ୟମରେ ଓଡିଶାର ପ୍ରତିନିଧିତ୍ୱ ହ୍ରାସ ପାଉଥିବାରୁ ବିଜେଡି ଏହାକୁ ବିରୋଧ କରୁଛି । ଏହା ହେଲେ, ଓଡ଼ିଶାର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସ୍ତରରେ କ୍ଷତି ହେବ । ମହିଳା ସଂରକ୍ଷଣ ବିଲ ବାବଦରେ ବିଜେଡି ଉପରେ ବିଜେପି ଯେଉଁ ଦୋଷ ଲଦୁଛି, ତାହା ସମ୍ପୂର୍ଣ୍ଣ ଅମୂଳକ ।

ଶ୍ରୀମତୀ ଟୁକୁନି ସାହୁ କହିଥିଲେ, ମହିଳା ସଂରକ୍ଷଣ ପ୍ରଦାନ ବା ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଜୁ ଜନତା ଦଳ ସବୁ ସମୟରେ ଆଗରେ ରହି ଆସିଛି । ମହିଳା ମାନଙ୍କୁ ସାମ୍ୱିଧାନିକ ପଦବୀରେ ଅବସ୍ଥାପିତ କରିବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୯୯୨ ମସିହାରେ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଓ ଅର୍ବାନ ଲୋକାଲ ବଡ଼ିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ତାଙ୍କ ସୁପୁତ୍ର ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶାସନ ସମୟରେ ଏହି ସଂରକ୍ଷଣ ସଂଖ୍ୟାକୁ ୫୦ପ୍ରତିଶତକୁ ବଢ଼ାଇଥିଲେ । ଏହାଛଡା, ସଂସଦ ଓ ବିଧାନସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ପାଇଁ ୨୦୧୮ ମସିହାରେ ବିଜେଡି ସରକାରଙ୍କ ଦ୍ୱାରା ବିଧାନସଭାରେ ଏକ ସଙ୍କଳ୍ପ ପାରିତ କରାଯାଇଥିଲା । ଏଥି ସହିତ, ଦେଶର ପ୍ରାୟ ୨୨ଟି ରାଜନୈତିକ ଦଳଙ୍କୁ ବିଜେଡି ପ୍ରତିନିଧି ମଣ୍ଡଳୀ ଭେଟି ଏହା ସପକ୍ଷରେ ମତ ଦେବାପାଇଁ ପ୍ରବର୍ତ୍ତେଇ ଥିଲେ । ୨୦୨୩ ମସିହା ସେପ୍ଟେମ୍ୱର ମାସରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା । କିନ୍ତୁ ୨୦୧୯ ଓ ୨୦୨୪ ନିର୍ବାଚନରେ, ଓଡ଼ିଶାର ସଂସଦ କ୍ଷେତ୍ର ଗୁଡିକରେ ବିଜେଡି ୩୩ ପ୍ରତିଶତ ସ୍ଥାନରେ ମହିଳା ମାନଙ୍କୁ ପ୍ରାର୍ଥୀ କରିଥିଲା । ଏହା ବିଜେଡିର ମହିଳା ସଂରକ୍ଷଣ ବା ମହିଳା ସଶକ୍ତିକରଣ ପ୍ରତି ଥିବା ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି । ଏହାଛଡା, ମହିଳା ମାନଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ୱି କରିବା କ୍ଷେତ୍ରରେ ନବୀନ ସରକାରଙ୍କର ଯୋଜନା ମିସନ ଶକ୍ତି ମାଧ୍ୟମରେ ରାଜ୍ୟର ୮୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଥିଲା । ଆଜି ବିଜେପି ସରକାର କ୍ଷମତାକୁ ଆସିବାର ଦୁଇ ବର୍ଷ ପରେ ମିଶନ ଶକ୍ତି ଦ୍ୱାରା ସଶକ୍ତ ହୋଇଥିବା ମହିଳା ମାନେ ଘର କୋଣରେ ସୀମିତ ହୋଇ ଯାଇଥିବା ଦେଖିବାକୁ ମିଳୁଛି । ତେଣୁ, ମହିଳା ସରଂକ୍ଷଣ ବିଲକୁ ବିଜେଡି ବିରୋଧ କରୁଛି ବୋଲି ବିଜେପିର ଦାବିକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ ।

Previous Post

ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା!

Next Post

3D Glass Solution ପ୍ରକଳ୍ପର ଶିଳାନ୍ୟାସ

Next Post
3D Glass Solution ପ୍ରକଳ୍ପର ଶିଳାନ୍ୟାସ

3D Glass Solution ପ୍ରକଳ୍ପର ଶିଳାନ୍ୟାସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA