Monday, May 11, 2026 11:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

3D Glass Solution ପ୍ରକଳ୍ପର ଶିଳାନ୍ୟାସ

ସେମିକଣ୍ଡକ୍ଟର ଯାତ୍ରାରେ ନୂଆ ଅଧ୍ୟାୟ

by Our Correspondent
19 Apr, 2026- 11:54 PM
in Latest News, News
1 min read
0
3D Glass Solution ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର: ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଉ ଏକ ପାଦେ ଆଗେଇଛି ଓଡ଼ିଶା। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା ରେଳ ମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାର ଇନ୍‌ଫୋ ଭ୍ୟାଲି ଠାରେ ପ୍ରତିଷ୍ଠିତ ସେମିକଣ୍ଡକ୍ଟର ସଂସ୍ଥା 3D Glass Solution ର ଅତ୍ୟାଧୁନିକ ଗ୍ଲାସ୍ ସବ୍‌ଷ୍ଟ୍ରେଟ୍ ପ୍ୟାକେଜିଙ୍ଗ ୟୁନିଟ୍ ପାଇଁ ଶିଳାନ୍ୟାସ କରିଛନ୍ତି । ପ୍ରାୟ ୨ ହଜାର କୋଟି ଟଙ୍କା ନିବେଶରେ ସ୍ଥାପିତ ହେଉଥିବା ଏହି ପ୍ରକଳ୍ପ ବର୍ଷକୁ ୭୦ ହଜାର ଗ୍ଲାସ୍ ପ୍ୟାନେଲ, ୫୦ ମିଲିୟନ ଆସେମ୍ବଲ୍ଡ ୟୁନିଟ୍ ଏବଂ ୧୩,୨୦୦ ଅତ୍ୟାଧୁନିକ ୩ଊଐଓ ମଡ୍ୟୁଲ୍ ଉତ୍ପାଦନ କରିବ। ଏହା ଦ୍ୱାରା ରାଜ୍ୟରେ ପ୍ରାୟ ୨,୫୦୦ ନିଯୁକ୍ତି ସୃଷ୍ଟି ହେବ।

ଆଗାମୀ ସମୟରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ଏବଂ ଭବିଷ୍ୟତରେ ଏହାକୁ ଆଇଟି ହବ ଭାବେ ବିକଶିତ କରିବା ପାଇଁ ଆମ ପ୍ରୟାସ ଜାରି ରହିବ। ଆଜିର ଶିଳାନ୍ୟାସ ପ୍ରକୃତରେ ଓଡ଼ିଶାରେ ଏକ ବ୍ୟାପକ ସମୃଦ୍ଧି ଆଣିବ। 3D Glass Solution ଗ୍ଲାସ୍ ସବ୍ ଷ୍ଟ୍ରେଟ ପ୍ୟାକେଜିଙ୍ଗ ୟୁନିଟ୍ ର ପ୍ରଡକ୍ଟ ହେଉଛି ଦେଶରେ ପ୍ରଥମ ଏବଂ ଏହା ଓଡ଼ିଶାରେ ପ୍ରସ୍ତୁତ ହେବ। ଏହି ଟେକ୍ନୋଲୋଜି ଆଗକୁ ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ ଭାବେ ପ୍ରମାଣିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ।

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଦିନ କେବଳ ଓଡ଼ିଶା ପାଇଁ ନୁହେଁ, ଭାରତର ଟେକ୍ନୋଲୋଜିକାଲ ଲିଡରଶିପ୍ ଯାତ୍ରା ପାଇଁ ମଧ୍ୟ ଏକ ସ୍ମରଣୀୟ ମୁହୂର୍ତ୍ତ। ସେ କହିଥିଲେ ଯେ, ଏହି ପ୍ରକଳ୍ପ ଦେଶରେ ପ୍ରଥମ ଥର ପାଇଁ ଏକ ଆଡଭାନ୍ସଡ୍ ୩ଊ ଗ୍ଲାସ୍ ସବ୍‌ଷ୍ଟ୍ରେଟ୍ ପ୍ୟାକେଜିଙ୍ଗ ସୁବିଧା ସୃଷ୍ଟି କରିବ। ଏହି ୟୁନିଟ୍‌ରେ ଉତ୍ପାଦିତ କମ୍ପୋନେଣ୍ଟଗୁଡ଼ିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ହାଇ ପର୍ଫର୍ମାନ୍ସ କମ୍ପ୍ୟୁଟିଂ ଓ ପ୍ରତିରକ୍ଷା ଇଲେକ୍ଟ୍ରୋନିକ୍ସ ଭଳି ବିକାଶଶୀଳ କ୍ଷେତ୍ରରେ ଗୁରୁତ୍ୱ ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ, ଓଡ଼ିଶାରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଏପର୍ଯ୍ୟନ୍ତ ୧୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ଆସିସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଭିଜନରେ ଓଡ଼ିଶା ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ। ପୂର୍ବ ଭାରତରେ ଓଡ଼ିଶା ଆତ୍ମନିର୍ଭର ଭାରତର ଲଞ୍ଚପ୍ୟାଡ୍ ହେବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ଶାସନ ସଚିବ ଅମିତେଶ ସିନ୍ହା, 3D Glass Solutionର ପ୍ରେସିଡେଣ୍ଟ ଓ ସିଇଓ ଶ୍ରୀ ବାବୁ ମନ୍ଦାବାଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।

Previous Post

ମହିଳା ସଂରକ୍ଷଣ ନାଁରେ ମନ୍ଦ ଉଦ୍ଦେଶ୍ୟ: ବିଜେଡି

Next Post

ଛତ୍ରଛାୟାରେ କୁକର୍ମୀ ଏସଡିପିଓ!

Next Post
ଛତ୍ରଛାୟାରେ କୁକର୍ମୀ ଏସଡିପିଓ!

ଛତ୍ରଛାୟାରେ କୁକର୍ମୀ ଏସଡିପିଓ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA