Monday, April 20, 2026 11:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଛତ୍ରଛାୟାରେ କୁକର୍ମୀ ଏସଡିପିଓ!

ରାସ୍ତାକୁ ଓହ୍ଲାଇବେ ଲୋକେ

by Our Correspondent
20 Apr, 2026- 10:38 PM
in Crime, Latest News, News
1 min read
0
ଛତ୍ରଛାୟାରେ କୁକର୍ମୀ ଏସଡିପିଓ!

ଭୁୁବନେଶ୍ୱର: ମହିଳାମାନଙ୍କ ସମ୍ମାନ ଓ ଅଧିକାର ରକ୍ଷା ପାଇଁ ଏବେ ସବୁଠାରୁ ବେଶୀ ଚିନ୍ତିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ କାଟ୍ ଖାଇବା ପରେ ଦେଶବାସୀଙ୍କୁ ସମ୍ବୋଧନ କରି ବିରୋଧୀ ଦଳଙ୍କୁ ପାପୀ ବୋଲି କହିଛନ୍ତି । ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣକୁ ପ୍ରସଙ୍ଗ କରି ବିରୋଧୀ ଦଳଙ୍କୁଏ ଦେଶର ମହିଳାମାନେ କ୍ଷମା କରିବେନି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଠି ଆମର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବିରୋଧୀ ଦଳଙ୍କୁ ଭୀଷଣ ଗାଳି କରିଛନ୍ତି । ମହିଳାମାନଙ୍କ ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା ପାଇଁ ତାଙ୍କ ସରକାରର ପ୍ରତିବଦ୍ଧତା ଜଣାଇଛନ୍ତି । ଏଭଳି ଏକ ସମୟରେ ନୟାଗଡ଼ ଜିଲ୍ଲା ଫତେଗଡ଼ରୁ ଆସିଥିବା ଘଟଣାଟି ସମସ୍ତଙ୍କୁ ଲଜ୍ଜାରେ ଜାଳି ଦେଇଛି । ଲୋକଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୁଲିସ ଉଚ୍ଚପଦସ୍ଥ ଅଧିକାରୀ(ଏସଡିପିଓ) ଜଣେ ନିରୀହ ମହିଳାଙ୍କୁ ମିଥ୍ୟା କେସ୍ ର ଭୟ ଦେଖାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବାର ଅଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ସଂପୃକ୍ତ ପୁଲିସ ବାବୁଙ୍କ ସୁରକ୍ଷା ପାଇଁ ପୁଲିସ କଳ ଲାଗିପଡ଼ିଛନ୍ତି । ଖୋଦ୍ ଶାସକ ଦଳର ସ୍ଥାନୀୟ ବିଧାୟକ ତାଙ୍କର ସୁରକ୍ଷା ଦାୟିତ୍ୱ ନେଇଥିବା ଚର୍ଚ୍ଚା ହେଉଛି ।

ଅଭିଯୋଗକାରିଣୀ ଡିଜିଙ୍କ ପାଖରେ ଫେରାଦ ହୋଇଥିଲେ ମଧ୍ୟ ଏସଡିପିଓ ସମ୍ପୂର୍ଣ୍ଣ ନିର୍ଭୟରେ ଭୁବନେଶ୍ୱରରେ ବସିଥିବାରୁ ଖଣ୍ଡପଡ଼ାରେ ଜନ ଅସନ୍ତୋଷ ତୀବ୍ର ହୋଇଛି । ଏସଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ସାଧାରଣ ଜନତା ରାସ୍ତା ଉପରକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି ।

ଅଭିଯୁକ୍ତ ପୁଲିସ ବାବୁ ଜଣଙ୍କ ହେଲେ ମଦନ ମୋହନ ପ୍ରଧାନ । ଖଣ୍ଡପଡ଼ାର ଏସଡିପିଓ ଭାବେ କାର୍ଯ୍ୟରତ । ଫତେଗଡ଼ ଅଞ୍ଚଳର ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଏକ ମାମଲାର ରଫାଦଫା ପାଇଁ ଏସଡିପିଓ ଶ୍ରୀ ପ୍ରଧାନ ତାଙ୍କୁ ହ୍ୱାଟସଆପ୍ ରେ ଅଶ୍ଲୀଳ ବାର୍ତ୍ତା ପଠାଇବା ସହ ବିଭିନ୍ନ ହୋଟେଲ ଓ ନିରୋଳା ଜାଗାକୁ ଖରାପ ଉଦ୍ଦେଶ୍ୟ ରଖି ଡାକୁଥିଲେ । ଶାରୀରିକ ସମ୍ପର୍କ ନ ରଖିଲେ ତାଙ୍କ ସ୍ୱାମୀଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବାକୁ ଧମକ ଦେଇଥିଲେ । କେବଳ ସେତିକି ନୁହେଁ ମିଥ୍ୟା ମାମଲାରେ ପୀଡ଼ିତାଙ୍କୁ ରାତି ସାରା ଥାନାରେ ଅଟକ ରଖି ନିଜ ଉଦ୍ଦେଶ୍ୟ ପୂରଣ କରିବେ ବୋଲି ମଧ୍ୟ ଧମକ ଦେଇଥିଲେ । ଭୟଭୀତ ହୋଇ ପୀଡ଼ିତା ଜଣଙ୍କ ଡିଜିଙ୍କ ଦ୍ୱାରସ୍ଥ ହୋଇଥିଲେ । ଘଟଣାକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଓଲଟି ଅଭିଯୋଗ ପ୍ରତ୍ୟାହାର ପାଇଁ ପୀଡ଼ିତାଙ୍କ ଉପରେ ବିଭିନ୍ନ ଆଡୁ ଚାପ ପଡୁଥିବା ତାଙ୍କ ପରିବାର ଲୋକଙ୍କଠାରୁ ଜଣାପଡ଼ିଛି । ସ୍ଥାନୀୟ ବିଧାୟକ ଓ ତାଙ୍କ କର୍ମୀମାନଙ୍କର ମତିଗତି ଦେଖି ସେମାନେ ଆହୁରି ଭୟଭୀତ ହୋଇ ପଡ଼ିଛନ୍ତି ।

କେବଳ ଏହି ମହିଳାଙ୍କ ଅଭିଯୋଗ ନୁହେଁ, ଏସଡିପି ଭାବେ କାର୍ଯ୍ୟରେ ଯୋଗଦେବା ପରଠାରୁ ମଦନ ପ୍ରଧାନଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ୧୦ରୁ ଅଧିକ ଅଭିଯୋଗ ଖଣ୍ଡପଡ଼ା ଓ ଫତେଗଡ଼ ଥାନାକୁ ଆସିଛି । ପୁଲିସ ପୋଷାକରେ ତାଙ୍କୁ ଶାସକ ଦଳର ଏଜେଣ୍ଟ ବୋଲି ସମସ୍ତେ ଜାଣନ୍ତି । ତାଙ୍କର ଦୌରାତ୍ମ୍ୟ ପ୍ରବଳ । ବିଜେଡିର ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ବିଜେପିକୁ ଆଣିବା ପାଇଁ ସେ ମିଥ୍ୟା ମାମଲାର ଧମକ ଦେଉଥିବା ବହୁ ଅଭିଯୋଗ ଆସିଛି । ମହିଳାଙ୍କୁ ଅସଦାଚରଣ ଅଭିଯୋଗ ପୂର୍ବରୁ ମଧ୍ୟ ଅଛି ।

ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ବି ଲମ୍ବା । ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ସିଧାମୂଳା, ୱାଲପୁର ଏବଂ ପଥରଚକଡ଼ା ବାଲିଘାଟରୁ ମାସକୁ ୨୦ ଲକ୍ଷ ଟଙ୍କା ବଟି ନେଉଥିବା ଅଭିଯୋଗ ହୋଇଛି । ଥାନା ଅଧିକାରୀଙ୍କୁ ନ ଜଣାଇ ନିଜେ ରାତି ପାଟ୍ରୋଲିଂ ଯିବା ପଛରେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ଥିବା ତଳିଆ କର୍ମଚାରୀଙ୍କଠାରୁ ଜଣାପଡ଼ିଛି । ନିକଟରେ ଖଣ୍ଡପଡ଼ାଠାରେ ମହାବୀର କମ୍ପାନୀର ଏକ ଗୁଟକା ବୋଝେଇ ଗାଡ଼ି ଡ୍ରାଇଭରଠାରୁ ୧ ଲକ୍ଷ ଟଙ୍କା ବଟି ନେଇଥିବା ଅଭିଯୋଗ ହୋଇଛି ।

ମହିଳାଙ୍କ ଉପରେ ଖରାପ ଦୃଷ୍ଟି ପକାଇବା, ଦୁର୍ନୀତିରେ ବୁଡ଼ି ରହିବା ଏବଂ ରାଜନୈତିକ ଅସ୍ତ୍ର ହୋଇ ଆତଙ୍କ ସୃଷ୍ଟି କରୁଥିବା ଏହି ପୁଲିସ ବାବୁ ସ୍ଥାନୀୟ ଅଞ୍ଚଳର ଶାସକ ଦଳର ଜଣେ ପ୍ରଭାବଶାଳୀ ନେତାଙ୍କର ସମ୍ପର୍କୀୟ ବୋଲି କୁହାଯାଉଛି । ତାଙ୍କ ଉପରେ ବିଧାୟକଙ୍କ ସମେତ ବଡ଼ ବଡ଼ ଲୋକଙ୍କର ଆଶୀର୍ବାଦ ଥିବାରୁ ତାଙ୍କର ଡର ନାହିଁ । ମହିଳା ମାମଲାରେ ଏସଡିପିଓଙ୍କ ସୁରକ୍ଷା ପାଇଁ ଉଦ୍ୟମ ଚାଲିଥିବାରୁ ପରିସ୍ଥିତି ବିସ୍ଫୋରକ ରୂପ ନେବାର ଆଶଙ୍କା ଦେଖାଦେଇଛି ।

Previous Post

3D Glass Solution ପ୍ରକଳ୍ପର ଶିଳାନ୍ୟାସ

Next Post

କାଟିଦେଲେ ୯. ୮ ଲକ୍ଷ ଭୋଟର

Next Post
କାଟିଦେଲେ ୯. ୮ ଲକ୍ଷ ଭୋଟର

କାଟିଦେଲେ ୯. ୮ ଲକ୍ଷ ଭୋଟର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA