Sunday, April 26, 2026 10:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ, ପାଣ୍ଡିଆନଙ୍କ ଉପରେ ବର୍ଷିଲେ

ରାଜ୍ୟ ବିଜେପିର ୫ ମଙ୍ଗୁଆଳଙ୍କ ମିଳିତ ପ୍ରେସମିଟ୍

by Our Correspondent
13 May, 2024- 08:06 PM
in Latest News, News, Politics
1 min read
0
ନବୀନ, ପାଣ୍ଡିଆନଙ୍କ ଉପରେ ବର୍ଷିଲେ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଶାସନ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ କାର୍ତ୍ତିକ ପାଣ୍ଡିଆନଙ୍କ ଉପରେ ଆଜି ଧୂମ୍ ବର୍ଷିଛନ୍ତି ଓଡ଼ିଶା ବିଜେପିର ୫ ମଙ୍ଗୁଆଳ । ଗୋଟିଏ ମଞ୍ଚରୁ ଜଣଙ୍କ ପରେ ଜଣେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରିଛନ୍ତି । ଏହି ୫ ମଙ୍ଗୁଆଳ ହେଲେ ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ ଏବଂ ମନମୋହନ ସାମଲ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଗୋଷ୍ଠୀଭୁକ୍ତ ବିଜେପିର ଏହି ମଙ୍ଗୁଆଳମାନେ ନ୍ୟୁ ମାରିଅନ୍ ରେ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାଠାରୁ ଆରମ୍ଭ କରି ସରକାରରେ ପାଣ୍ଡିଆନଙ୍କ ଭୂମିକା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଉପରେ ମନଭରି ବର୍ଷିଥିଲେ ।

୧୬ ବର୍ଷ ତଳର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ପ୍ରସଙ୍ଗ ଉଠାଇ ଆରମ୍ଭରୁ ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ପ୍ରତାପ ଷଡ଼ଙ୍ଗୀ । କହିଥିଲେ, ଜାଣିଶୁଣି ସ୍ୱାମୀଜୀଙ୍କର ସୁରକ୍ଷା ବ୍ୟବସ୍ଥାକୁ ଢ଼ିଲା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିଲା । ସାଂସଦ ସସ୍ମିତ୍ ପାତ୍ରଙ୍କ ବାପାଙ୍କ ଭୂମିକା ସନେ୍ଦହଘେରରେ ଥିଲା । ସ୍ୱାମୀଜୀଙ୍କ ସୁରକ୍ଷାକର୍ମୀଙ୍କୁ କାହିଁକି ଅପସାରଣ କରାଯାଇଥିଲା ମୁଖ୍ୟମନ୍ତ୍ରୀ ତାହାର ଜବାବ ଦିଅନ୍ତୁ । ତଦନ୍ତ ପାଇଁ ୩ଟି କମିସନ ବସିଲା, ମାତ୍ର କାହାର ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ । କାହିଁକି? ଏପରି ସରକାରକୁ ଫୋପାଡ଼ି ଦେବା ଦରକାର ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ ।

ତାଙ୍କ ପରେ ଅପରାଜିତା ଷଡ଼ଙ୍ଗୀଙ୍କ ପାଳି ପଡ଼ିଥିଲା । ସେ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗ ଉଠାଇ ବର୍ଷିଥିଲେ । ରାଜ୍ୟ ସରକାରଙ୍କ ୪,୨୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଭକ୍ଷିଣ ଭାରତୀୟ ଅନଭିଜ୍ଞ ଆର୍କିଟେକଚରାଲ୍ ଫାର୍ମ ‘ଭୂମିପୁତ୍ର’ କୁ ଦେବାରେ କାହାର ସ୍ୱାର୍ଥ ଥିଲା ବୋଲି ପଚାରିଥିଲେ । ପ୍ରକଳ୍ପର ଡିପିଆର କାହିଁକି ଭୁଲ୍ ହେଲା ଓ ପରେ ବଦଳାଗଲା? ଯେଉଁ ପ୍ରାଚୀନ ମଠ ସବୁ ଭଙ୍ଗାଗଲା କେବେ ତିଆରି ହେବ ବୋଲି ପ୍ରଶ୍ନ କରିଥିଲେ ଅପରାଜିତା ।

ବୈଜୟନ୍ତ ପଣ୍ଡା କହିଥିଲେ, ରାଜ୍ୟରେ ସରକାର ଆଉଟ୍ ସୋର୍ସ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ଆଉ କାହା ସହ ଦେଖାଯାଉନାହାନ୍ତି । କେବଳ ଜଣଙ୍କୁ ତାଙ୍କ ସହ ଦେଖିବାକୁ ମିଳୁଛି । ତାଙ୍କୁ ଏକ ପ୍ରକାର ବନ୍ଦୀ କରାଯାଇଛି । ତାଙ୍କ ମୁହଁରେ ମାଇକ୍ରୋଫୋନ୍ ଲଗେଇ କୁହାଯାଉଛି । ଜଣେ ୨୦୧୮ ମସିହା ପର୍ଯ୍ୟନ୍ତ ନବୀନ ବାବୁ ଏପରି ନ ଥିଲେ । ସେ କ୍ୟାପଚର୍ ହେବା ଯୋଗୁଁ ଓଡ଼ିଆ ଅସ୍ମିତା ବିପଦରେ । ନବୀନ ବାବୁଙ୍କ ଯେଉଁ ଭିଡିଓ ଆସୁଛି ତାହା ତାଙ୍କର ନୁହେଁ । ତାହା ତାଙ୍କର ଡିପ୍ ଫେକ୍ ବୋଲି ବୈଜୟନ୍ତ ଅଭିଯୋଗ କରିଥିଲେ ।

ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ରାଜ୍ୟରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ହେବାକୁ ଯାଉଛି । ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବା ପ୍ରଧାନମନ୍ତ୍ରୀ ଲକ୍ଷ୍ୟ । ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଆଜି ପଛରେ ପଡ଼ିଛି । ଏଠାରେ ପାଣି, ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯ୍ୟସ୍ତ । ନାରୀ ସୁରକ୍ଷା ଚିନ୍ତାଜନକ । ଓଡ଼ିଶା ଶିଶୁ ମୃତୁ୍ୟହାରରେ ଦେଶରେ ତୃତୀୟ ସ୍ଥାନରେ ରହିଛି । ଜାତୀୟସ୍ତରର ମୁଣ୍ଡ ପିଛା ଆୟରେ ବି ପଛରେ ପଡ଼ିଛି । ରାଜ୍ୟରେ ୫୦% ପିଲା ମାଟ୍ରିକ ପରୀକ୍ଷା ଦେବାକୁ ଯାଉନାହାନ୍ତି । ଓଡ଼ିଶାରେ ବିଜେଡି ଶାସନକୁ ମାଙ୍କଡ଼ ହାତରେ ଶାଳଗ୍ରାମ ବୋଲି ଧର୍ମେନ୍ଦ୍ର କଟାକ୍ଷ କରିଥିଲେ ।

ଶେଷରେ, ମନମୋହନ ସାମଲ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ । ଦେଶରେ ତୃତୀୟ ଥର ପାଇଁ ମୋଦୀ ସରକାର ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ପାଇଁ ଲୋକେ ମନସ୍ଥ କରିସାରିଲେଣି ବୋଲି ସେ କହିଥିଲେ ।

Previous Post

ବଲାଙ୍ଗୀରରେ ନବୀନଙ୍କ ମାରାଥନ୍ ପ୍ରଚାର

Next Post

‘ବିଜେପି ହତୋତ୍ସାହିତ, ମନୋବଳ ଭାଙ୍ଗିଗଲାଣି’

Next Post
‘ବିଜେପି ହତୋତ୍ସାହିତ, ମନୋବଳ ଭାଙ୍ଗିଗଲାଣି’

'ବିଜେପି ହତୋତ୍ସାହିତ, ମନୋବଳ ଭାଙ୍ଗିଗଲାଣି'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA