Sunday, July 12, 2026 12:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଲାଙ୍ଗୀରରେ ନବୀନଙ୍କ ମାରାଥନ୍ ପ୍ରଚାର

ବଙ୍ଗୋମୁଣ୍ଡା, ମୁରିବାହାଲ ଓ ବଲାଙ୍ଗୀରରେ ବିଶାଳ ସଭା

by Our Correspondent
12 May, 2024- 08:15 PM
in Latest News, News, Politics
1 min read
0
ବଲାଙ୍ଗୀରରେ ନବୀନଙ୍କ ମାରାଥନ୍ ପ୍ରଚାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ ଏବଂ ବିଧାନସଭା ପ୍ରାର୍ଥୀ ଭାବେ ନିଜ ପାଇଁ ଭୋଟ ମାଗିଛନ୍ତି।  ଏଥିପାଇଁ ବଙ୍ଗୋମୁଣ୍ଡା, ମୁରିବାହାଲ ସହିତ ବଲାଙ୍ଗୀରରେ ଆୟୋଜିତ ବିଶାଳ ସଭାରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ “ମୁଁ ଆପଣମାନଙ୍କ ବିଧାନସଭା ପ୍ରାର୍ଥୀ, ଆପଣମାନେ ଖୁସି ତ?” 

ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ବିଲ୍‌ ଛାଡ କରିବ। ଜୁଲାଇରୁ ଆଉ ବିଲ୍‌ ଦେବାକୁ ପଡିବ ନାହିଁ। ଆପଣମାନେ ଖୁସି ତ ? 

 ମିଶନ ଶକ୍ତି, BSKY, ମମତା, ଲକ୍ଷ୍ମୀ, ନୂଆ-ଓ ସ୍କଲାରସିପ୍‌, କାଳିଆ, ମଧୁବାବୁ ପେନ୍‌ସନ, 5T ସ୍କୁଲ ଭଲ କି ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ।

ସବୁଥିରେ ଲୋକ ଭରିଥିଲେ ହଁ ।

ନିଜ ପାଇଁ ଭୋଟ ମାଗି ସେ ଉଭୟ ମୁରିବାହାଲ ଓ ବଙ୍ଗୋମୁଣ୍ଡା ଠାରେ କହିଥିଲେ ଯେ ମୋତେ ଆଶୀର୍ବାଦ ଦିଅନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ।

ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ସାରା ଓଡିଶାର ସବୁ ନିର୍ବାଚନମଣ୍ଡଳୀର ଲୋକ ଚାହୁଁଛନ୍ତି ନବୀନ ବାବୁ ତାଙ୍କ ପ୍ରାର୍ଥୀ ହୁଅନ୍ତୁ । କିନ୍ତୁ ମୁଖ୍ୟମନ୍ତ୍ରୀ କେବଳ ଆପଣଙ୍କ କଣ୍ଟାବାଞ୍ଜିରୁ ହିଁ ଛିଡା ହେବା ପାଇଁ ନିଷ୍ପତ୍ତି ନେଲେ। ସେ ଚାହୁଁଛନ୍ତି ଆପଣମାନଙ୍କ ଉନ୍ନତି, କଣ୍ଟାବାଞ୍ଜିର ରୂପାନ୍ତର।

ସେ କହିଥିଲେ ଯେ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ରେକର୍ଡ ମାର୍ଜିନରେ ଜିତିବେ ଏବଂ ଇତିହାସ ସୃଷ୍ଟି କରିବେ।

ଦଳର ଇସ୍ତାହାର ଉପରେ ଆଲୋକପାତ କରି କହିଲେ ଯେ ଜୁଲାଇ ମାସରୁ ଆପଣମାନେ ଆଉ ଇଲେକ୍ଟ୍ରି ବିଲ୍‌ ଦେବେ ନାହିଁ। ଜୁନ୍‌ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ପ୍ରଥମ ଦିନରେ ହିଁ ଦସ୍ତଖତ କରି ଆପଣଙ୍କ ବିଜୁଳି ବିଲ୍‌କୁ ଛାଡ କରିବେ। ଓଡିଶାର ୯୦ ପ୍ରତିଶତ ପରିବାରକୁ ବିଜୁଳି ବିଲ୍‌ ଦେବାକୁ ପଡିବ ନାହିଁ ।

ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତିକୁ ପ୍ରସଙ୍ଗ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଏଠାକୁ ଆସିଥିଲେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦୦ ଟଙ୍କାରୁ ଅଧିକ କରିବେ ବୋଲି କହିଛନ୍ତି। ତେବେ କେବଳ ନିର୍ବାଚନ ଆସିଲେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଚାଷୀଙ୍କ କଥା ମନେ ପଡୁଛି। MSP କଥା ମନେପଡୁଛି, Cold store ମନେ ପଡୁଛି। ସେମାନେ ୧୦ ବର୍ଷ ଧରି କ୍ଷମତାରେ ରହିଲେ । ଚାଷୀଙ୍କ କଥା ଭାବିଲେ ନାହିଁ। ଏବେ ନିର୍ବାଚନକୁ ୧୦ ଦିନ ଅଛି ସେମାନଙ୍କ ଚାଷୀଙ୍କ କଥା ମନେ ପଡୁଛି। କାରଣ ସେମାନେ ଜାଣିଛନ୍ତି ଯେ ନିର୍ବାଚନରେ ସେମାନେ ଧରାଶାୟୀ ହେବେ । ପ୍ରଧାନମନ୍ତ୍ରୀ ବିଜେପିକୁ ବୁଷ୍ଟର ଡୋଜ୍‌ ଦେବାକୁ ଆସିଛନ୍ତି।

ସେ ପୁଣି କହିଲେ ଯେ ୨୦୧୪ରେ ଓ ୨୦୧୯ରେ ମଧ୍ୟ MSP ଦୁଇ ଗୁଣ କଥା କହିଥିଲେ, କଲେ କି ? ୧୦ ବର୍ଷ କ୍ଷମତାରେ ରହିଲେ। ଏହା ଭିତରେ ଅନେକ ଚାଷୀ ଆତ୍ମହତ୍ୟା କଲେ, ଦିଲ୍ଲୀରେ ଚାଷୀ ଆନ୍ଦୋଳନ ହେଲା। କିନ୍ତୁ ପ୍ରଧାନମନ୍ତ୍ରୀ କିଛି କଲେ ନାହିଁ, ସବୁ ଭୁଲି ଗଲେ।

ଏବେ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ solar ଜରିଆରେ ମାଗଣା ବିଜୁଳି ଦେବେ। ତାର ରହସ୍ୟ ହେଉଛି ଆପଣମାନେ ୫୦ ହଜାର ଟଙ୍କା ଜମା କରିବେ, ତା ପରେ solar panel ଲାଗିବ। ଏକ କୋଟି ଘର ମଧ୍ୟରୁ ମାତ୍ର ୩ ଲକ୍ଷ ଘରକୁ ଏହି ସୁବିଧା ମିଳିବ। ଦିନରେ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରୁଛନ୍ତି ଡବଲ ଇଞ୍ଜିନ ସରକାର। ଆପଣମାନଙ୍କୁ ଲଣ୍ଠନ ଦେଖାଉଥିବା ଡବଲ ଇଞ୍ଜିନ ସରକାର ଦରକାର, ନା ନବୀନ ବାବୁଙ୍କ ପରି ସରକାର ଦରକାର ବୋଲି ସେ ପ୍ରଶ୍ନ କରିଥିଲେ ।

ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ହେଉ ନଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। BSKY ଓ ଆୟୁଷ୍ମାନ ଭାରତ ମଧ୍ୟରେ ପାର୍ଥକ୍ୟ ବୁଝାଇ ପାଣ୍ଡିଆନ କହିଲେ ଯେ ଆୟୁଷ୍ମାନ ଭାରତରେ ମାତ୍ର ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି। କେନ୍ଦ୍ର ସରକାର ବୀମା କମ୍ପାନୀଙ୍କୁ ପୋଷୁଛନ୍ତି। କିନ୍ତୁ BSKYରେ ସମସ୍ତଙ୍କୁ ୫ ଲକ୍ଷ, ମା ମାନଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି। ନବୀନ ସରକାର ସିଧାସଳଖ ଲୋକଙ୍କୁ ସୁବିଧା ଦେଉଛନ୍ତି। BSKY Smart Card ରେ ATM ଭଳି ସୁବିଧା ମିଳୁଛି । BSKYରେ ଓଡିଶାର ୯୦ ପ୍ରତିଶତ ପରିବାର ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ସେ କହିଥିଲେ । ସେ ପୁଣି କହିଲେ ଯେ ଆୟୁଷ୍ମାନ ଭାରତରେ ମାତ୍ର ୪୦ ଲକ୍ଷ ପରିବାର ଏହି ସୁବିଧା ପାଇବେ । କିନ୍ତୁ ଆମେ ୯୦ ଲକ୍ଷ ପରିବାରକୁ BSKY ସୁବିଧା ଦେଉଛୁ । ବାକି ୫୦ ଲକ୍ଷ ପରିବାରଙ୍କ କଣ ହେବ? ତାଙ୍କୁ ସ୍ୱାସ୍ଥ୍ୟ ସେବାର ଗ୍ୟାରେଣ୍ଟି କିଏ ଦେବ? ଯେଉ ୪୦ ଲକ୍ଷ ପରିବାର ସୁବିଧା ପାଇବେ, ସେମାନେ ହସ୍ପିଟାଲରେ ଯାଇ ୪ ଲକ୍ଷ ଖର୍ଚ୍ଚ କଲେ , ବୀମା କମ୍ପାନୀ ତାଙ୍କୁ ୨ ଲକ୍ଷ ଦେବ।

କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ, ବଲାଙ୍ଗର ବିଧାନସଭା ପ୍ରାର୍ଥୀ କଳିକେଶ ସିଂଦେଓ, ଲୋଇସିଂଘା ବିଧାନସଭା ପ୍ରାର୍ଥୀ ନିହାର ରଞ୍ଜନ ବେହେରା, ପାଟଣାଗଡ ବିଧାୟକ ପ୍ରାର୍ଥୀ ସରୋଜ ମେହେର, ବୀରମହାରାଜ ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା, ଟିଟିଲାଗଡ ପ୍ରାର୍ଥୀ ଶ୍ରୀମତୀ ଟୁକୁନୀ ସାହୁ ଏବଂ ସୋନପୁରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀ ପ୍ରମୁଖ ନିଜ ନିଜ ଅଭିଭାଷଣରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ବଲାଙ୍ଗୀର ଜିଲ୍ଲାର ବହୁତ ବିକାଶ ହୋଇଛି । ଦୁଃଖର ସମୟରେ ବିଜୁ ଜନତା ଦଳ ହିଁ ପାଖରେ ଛିଡା ହୋଇ ସମସ୍ତଙ୍କୁ ସାହାଯ୍ୟ କରିଥାଏ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଇସ୍ତାହାର ହେଉଛି ପଥର ଉପରେ ଗାର ପରି । ଯାହା ନିର୍ବାଚନ ପ୍ରତିଶ୍ରୁତି ଅଛି, ତାକୁ ସେ ନିଶ୍ଚୟ ପୂରଣ କରିବେ । ବଲାଙ୍ଗୀରରେ ନୂଆ ଇତିହାସ ସୃଷ୍ଟି କରିବେ ବୋଲି ସେମାନେ କହିଥିଲେ ।

Previous Post

ସକାଳ ପାଇଲେ ପ୍ରଥମ ପର୍ଯ୍ୟାୟ ଭୋଟ

Next Post

ନବୀନ, ପାଣ୍ଡିଆନଙ୍କ ଉପରେ ବର୍ଷିଲେ

Next Post
ନବୀନ, ପାଣ୍ଡିଆନଙ୍କ ଉପରେ ବର୍ଷିଲେ

ନବୀନ, ପାଣ୍ଡିଆନଙ୍କ ଉପରେ ବର୍ଷିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA