Sunday, July 12, 2026 12:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସକାଳ ପାଇଲେ ପ୍ରଥମ ପର୍ଯ୍ୟାୟ ଭୋଟ

୩୭ ସାଂସଦ, ୨୪୩ ବିଧାନସଭା ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

by Our Correspondent
12 May, 2024- 07:53 PM
in Latest News, News
1 min read
0
ସକାଳ ପାଇଲେ ପ୍ରଥମ ପର୍ଯ୍ୟାୟ ଭୋଟ

ଭୁବନେଶ୍ୱର: ଆରମ୍ଭ ହେବ ଗଣତନ୍ତ୍ରର ମହାପର୍ବ । ଆସନ୍ତାକାଲି(୧୩ ତାରିଖ) ଦେଶରେ ଚତୁର୍ଥ ତଥା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହେବ । ଓଡ଼ିଶାର ୪ ଟି ଲୋକସଭା ନିର୍ବାଚନମଣ୍ଡଳୀ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସାଧାରଣ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ବାଛିବେ । ଏଥିରେ ୩୭ ସାଂସଦ ପ୍ରାର୍ଥୀ ଏବଂ ୨୪୩ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । କଡ଼ା ସୁରକ୍ଷା ବଳୟ ଭିତରେ ଆସନ୍ତାକାଲିର ଭୋଟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ସକାଳ ୭ଟାରୁ ୮ଟି ଜିଲ୍ଲାରେ ୭ ହଜାର ୨୯୮ ପୋଲିଂ ବୁଥ୍ ରେ ମତଦାନ ହେବ । ୬୦ ପ୍ରତିଶତ କେନ୍ଦ୍ରରେ ମତଦାନର ଲାଇଭ୍ ୱେବ୍ କାଷ୍ଟିଂ ପାଇଁ ବ୍ୟବସ୍ଥା ହୋଇଛି । ମାଓ ପ୍ରଭାବିତ ଅଞ୍ଚଳରେ ଥିବା ୫୩୭ ଟି ବୁଥ୍ ସମେତ ୧ ହଜାର ୨୬୪ କେନ୍ଦ୍ରକୁ ଅତି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି ।

ଶାନ୍ତିଶୃଙ୍ଖଳା ଓ କଡ଼ା ସୁରକ୍ଷା ବଳୟ ମଧ୍ୟରେ ମତଦାନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ସୂଚନା ଅନୁଯାୟୀ, ସମୁଦାୟ ପ୍ରକ୍ରିୟାରେ ୧୭ ହଜାର ପୁଲିସ ଫୋର୍ସ ମୁତୟନ ହେବେ । ସେଥିମଧ୍ୟରେ ଅଛନ୍ତି ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ । ୫୧ ଟି ବର୍ଡର ଚେକ୍ ସହ ୬୦୦ ମୋବାଇଲ୍ ପାର୍ଟିକୁ ପ୍ରସ୍ତୁତ ରଖାଯାଇଛି । ଗୋଟିଏ ମୋବାଇଲ୍ ପାର୍ଟି ୧୦ ରୁ ୧୨ଟି ବୁଥ୍ କୁ ବୁଲିବ । ୨୧୦ ଟି ଫ୍ଲାଇଂ ସ୍କ୍ୱାଡ୍ ଏବଂ ୧୫୫ ଟି ଷ୍ଟାଟିକ୍ ସର୍ଭେଲାନସ୍ ଟିମ୍ ରଖାଯାଇଛି ।

ଭୋଟ୍ ସରିବା ପରେ ୧୫ଟି ଷ୍ଟ୍ରଙ୍ଗରୁମ୍ ରେ ଇଭିଏମ୍ ଗୁଡ଼ିକୁ ରଖାଯିବ । ଇନର୍ ସର୍କଲ ଦାୟିତ୍ୱରେ ଅର୍ଦ୍ଧସାମରିକ ବାହିନୀ ଏବଂ ଆଉଟର୍ ସର୍କଲ ଦାୟିତ୍ୱରେ ଏସଏପି ରହିବେ ।
ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ଦଳର ହେଭିୱେଟ୍ ନେତା ପ୍ରଦୀପ ମାଝୀ, ରମେଶ ମାଝୀ, ଭୃଗୁ ବକ୍ସିପାତ୍ର, ଦିବ୍ୟଶଙ୍କର ମିଶ୍ର, ପ୍ରଦୀପ ପାଣିଗ୍ରାହୀ, ଶରତ ପଟ୍ଟନାୟକ, ଭକ୍ତ ଦାସ, ତାରା ବାହିନୀପତି, ବିଜୟ ପଟ୍ଟନାୟକ, ସପ୍ତଗିରି ଉଲ୍ଲାକା ଆଦି ନେତାଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ ।

ବିଜେପି ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ଅମିତ୍ ଶାହ, ରାଜନାଥ ସିଂହ ପ୍ରଚାର ପାଇଁ ଆସିଥିଲା ବେଳେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ପ୍ରଚାର କରିଛନ୍ତି । ତେବେ ଷ୍ଟାର୍ ପ୍ରଚାରକଙ୍କ ପ୍ରଚାରରେ କଂଗ୍ରେସ କିନ୍ତୁ ପଛରେ ପଡ଼ିଯାଇଛି । ରାହୁଲ ଗାନ୍ଧୀଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଥିଲା ବେଳେ କଳାହାଣ୍ଡି ଓ କୋରାପୁଟରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରଚାର କରିଥିଲେ ।

Previous Post

‘ଜୁନ୍ ୧୦ ରେ ତ ନୁହେଁ, ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶା ଲୋକଙ୍କ ହୃଦୟ ଜିତିପାରିବ ନାହିଁ’

Next Post

ବଲାଙ୍ଗୀରରେ ନବୀନଙ୍କ ମାରାଥନ୍ ପ୍ରଚାର

Next Post
ବଲାଙ୍ଗୀରରେ ନବୀନଙ୍କ ମାରାଥନ୍ ପ୍ରଚାର

ବଲାଙ୍ଗୀରରେ ନବୀନଙ୍କ ମାରାଥନ୍ ପ୍ରଚାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA