Sunday, April 26, 2026 06:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଜୁନ୍ ୧୦ ରେ ତ ନୁହେଁ, ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶା ଲୋକଙ୍କ ହୃଦୟ ଜିତିପାରିବ ନାହିଁ’

ମୋଦୀଙ୍କୁ ଜବାବ ଦେଲେ ନବୀନ

by Our Correspondent
11 May, 2024- 10:18 PM
in Latest News, News, Politics
1 min read
0
‘ଜୁନ୍ ୧୦ ରେ ତ ନୁହେଁ, ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶା ଲୋକଙ୍କ ହୃଦୟ ଜିତିପାରିବ ନାହିଁ’

– ମାନ୍ୟବର ପ୍ରଧାନମନ୍ତ୍ରୀ, ଆପଣ ଓଡ଼ିଶାକୁ କେତେ ମନେ ରଖିଛନ୍ତି?
– ଆପଣ ୨୦୧୪ ଓ ୨୦୧୯ ରେ ନିଜେ କରିଥିବା ପ୍ରତିଜ୍ଞାକୁ ମନେ ରଖିଛନ୍ତି କି?
– ଓଡ଼ିଶାର କୌଣସି ଜଣେ ହେଲେ ବରପୁତ୍ର ଭାରତ ରତ୍ମ ପାଇଁ କ’ଣ ଠିକ୍ ଲାଗିଲେନି?
– ବିଜୁ ଜନତା ଦଳ ଷଷ୍ଠ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ

ଭୁବନେଶ୍ୱର: ଓଡ଼ିଶାର ତିନୋଟି ଯାକ ନିର୍ବାଚନୀ ପ୍ରଚାର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଆକ୍ରମଣ କରିବା ପରେ ରାଜନୀତି ସରଗରମ ହୋଇଛି । ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ରଘୁନାଥପାଲ୍ଲୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ହମଲାର ଜବାବ ଦେଇଥିଲେ । ବିଜେଡି ପକ୍ଷରୁ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଏବଂ ବାଲେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଜବାବ ଦେଇଥିଲେ । ତେବେ ଶେଷରେ ନିଜେ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଜବାବ ଦେଇଛନ୍ତି । ଜୁନ୍ ୧୦ ରେ ତ ନୁହେଁ, ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶା ଲୋକଙ୍କ ହୃଦୟ ଜିତିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଣେଇ ଦେଇଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଛନ୍ଦିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି-

ଜୟ ଜଗନ୍ନାଥ । ମୋର କ’ଣ ମନେ ଅଛି କି ନାଇଁ ତାହା ଓଡ଼ିଶାବାସୀ ୨୪ ବର୍ଷ ହେଲା ଭଲ ଭାବରେ ଜାଣିଛନ୍ତି । କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ, ଆପଣ ଓଡ଼ିଶାକୁ କେତେ ମନେ ରଖିଛନ୍ତି? ଓଡ଼ିଆ ଭାଷା କ୍ଲାସିକାଲ୍ ଲାଙ୍ଗୁଏଜ୍ ହେଲା ପରେ ବି ଆପଣ ଓଡ଼ିଆ ଭାଷାକୁ ଭୁଲିଗଲେ । ଆପଣ ଓଡ଼ିଶୀ ସଙ୍ଗୀତକୁ ଭୁଲିଗଲେ? ମୁଁ ଓଡ଼ିଶୀ ସଙ୍ଗୀତକୁ କ୍ଲାସିକାଲ୍ ମାନ୍ୟତା ପାଇଁ ଦୁଇଥର ପ୍ରସ୍ତାବ ପଠାଇଥିଲି ଓ ଆପଣ ଦୁଇଥର ରିଜେକ୍ଟ କଲେ ।

ଓଡ଼ିଶାରେ ବହୁତ ବୀରପୁତ୍ର ଅଛନ୍ତି । କେତେ ନାଁ ଆଜି ଆପଣ ବି କହିଲେ । କେହି ଜଣେ ହେଲେ ଭାରତ ରତ୍ନ ପାଇଁ କ’ଣ ଠିକ୍ ଲାଗିଲେନି? ଆପଣ ଭାରତ ରତ୍ନ ବାଣ୍ଟିଲା ବେଳେ ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ ବି ଭୁଲିଗଲେ?

ଆପଣ ଚାଷୀମାନଙ୍କ ପାଇଁ ଏମଏସପି ଦୁଇଗୁଣ କରିବାକୁ ପ୍ରମିସ୍ କରିଥିଲେ । ଆପଣ ତାକୁ ବି ଭୁଲିଗଲେ?

ଆପଣ ଓଡ଼ିଶା ଲୋକଙ୍କୁ ମନେ ରଖି କି କୋଷ୍ଟାଲ୍ ହାଇୱେ କରିବା ଥିଲା । ସେଇଟା ବି ଭୁଲିଗଲେ । ଓଡ଼ିଶାର ସମ୍ପଦ କୋଇଲା । କୋଇଲା ଆପଣ ନେଉଛନ୍ତି । ରୟାଲିଟି ବଢ଼ିବା ପାଇଁ ୧୦ ବର୍ଷ ହେଲା ଭୁଲିଗଲେ?

କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେ ପକାଇଲେ କିଛି ଲାଭ ନାହିଁ । ଆପଣ ୨୦୧୪ ଓ ୨୦୧୯ ରେ ନିଜେ କରିଥିବା ପ୍ରମିସେସ୍ କୁ ମନେ ରଖିଛନ୍ତି କି?

ଓଡ଼ିଶାବାସୀ ଆପଣଙ୍କର କହିଥିବା ଦରବୃଦ୍ଧିକୁ କମାଇବା, ଦୁଇକୋଟି ନିଯୁକ୍ତି କରିବା, ଏଲପିଜି/ପେଟ୍ରୋଲ/ଡିଜେଲ୍ ଦର କମାଇବା, ମୋବାଇଲ୍ ଯୋଗାଯୋଗ ଦେବା, ଜିଏସଟି ଛାଡ଼ କରିବା ସବୁ ଓଡ଼ିଶାବାସୀ ମନେ ରଖିଛନ୍ତି । ଜୁନ୍ ୧୦ ରେ ତ ନୁହେଁ, ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶା ଲୋକଙ୍କର ହୃଦୟ ଜିତିପାରିବ ନାହିଁ ।

ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁଁ ବିଜୁ ଜନତା ଦଳ ଷଷ୍ଠ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ ।

Previous Post

ନବୀନଙ୍କୁ ଗାଳି: ମୋଦୀଙ୍କୁ ପାଣ୍ଡିଆନଙ୍କ ଜବାବ

Next Post

ସକାଳ ପାଇଲେ ପ୍ରଥମ ପର୍ଯ୍ୟାୟ ଭୋଟ

Next Post
ସକାଳ ପାଇଲେ ପ୍ରଥମ ପର୍ଯ୍ୟାୟ ଭୋଟ

ସକାଳ ପାଇଲେ ପ୍ରଥମ ପର୍ଯ୍ୟାୟ ଭୋଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA