Sunday, April 26, 2026 05:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କୁ ଗାଳି: ମୋଦୀଙ୍କୁ ପାଣ୍ଡିଆନଙ୍କ ଜବାବ

ରଘୁନାଥପାଲ୍ଲୀ ସଭାରେ ବର୍ଷିଲେ

by Our Correspondent
11 May, 2024- 04:25 PM
in Latest News, News, Politics
1 min read
0
ନବୀନଙ୍କୁ ଗାଳି: ମୋଦୀଙ୍କୁ ପାଣ୍ଡିଆନଙ୍କ ଜବାବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ସରକାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଟାକ୍ ର ଜବାବ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଗୋଟେ ପଟେ ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ ସଭାରେ ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣ ଚାଲିଥିବା ବେଳେ ସେପଟେ ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରଚାରରେ ଯାଇଥିବା ପାଣ୍ଡିଆନ୍ ରଘୁନାଥପାଲ୍ଲୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣର ଗୋଟି ଗୋଟି କରି ଜବାବ ଦେଇଥିଲେ । ପ୍ରଧାନମନ୍ତ୍ରୀ ଓ ବିଜେପି ସରକାରଙ୍କୁ ପ୍ରଶ୍ନବାଣରେ ଛନ୍ଦିବାକୁ ଚେଷ୍ଟା କରିଥିଲେ । ସେହିଭଳି ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡିର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ନବୀନ ଗ୍ୟାରେଣ୍ଟିରେ ଓଡ଼ିଶାବାସୀଙ୍କୁ ମାଗଣା ବିଜୁଳି ଯୋଜନା ବିଜେପିକୁ ଶକ୍ତ ଆଘାତ ହୋଇଥିବା କହି ବର୍ଷିଥିଲେ ।

ରଘୁନାଥପାଲ୍ଲୀ ସଭାରେ କ’ଣ କହିଲେ ପାଣ୍ଡିଆନ୍-

• ୨୦୧୪, ୨୦୧୯ରେ ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଲେ, କହିଥିଲେ ତେଲ ଦର କମେଇବା ପାଇଁ, ତେଲଦର କମୁଛି କି ? ଏଲ୍‍.ପି.ଜି. ଦର କମୁଛି କି ? ବିଜେପି ସରକାର କଥା ସହିତ ଦରଦାମ ବି ବଢ଼ି ଚାଲିଛି ।

• ବହୁତ ବଡ଼ ବଡ଼ ନେତା ବର୍ତ୍ତମାନ ଓଡ଼ିଶାକୁ ଆସୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ପ୍ରଚାର କରିବା ପାଇଁ, ଆମ ନବୀନ ବାବୁଙ୍କ ଶକ୍ତି ହେଉଛନ୍ତି ସାଢ଼େ ୪ କୋଟି ଓଡ଼ିଶାବାସୀ । ଓଡ଼ିଶାରେ ଟୁରିଷ୍ଟମାନଙ୍କ କଥାକୁ କେହି ବିଶ୍ୱାସ କରୁନାହାନ୍ତି

• ଜୁଲାଇରୁ ଓଡ଼ିଶାରେ ଲୋକଙ୍କୁ ବିଜୁଳି ବିଲ୍ ଦେବାକୁ ପଡ଼ିବ ନାହିଁ,

• ନବୀନ ବାବୁ ମାଗଣା ବିଜୁଳି ଦେଉଛନ୍ତି ବୋଲି ଶୁଣି ବିରୋଧୀଙ୍କୁ କରେଣ୍ଟ ଲାଗିଗଲାଣି, ସେମାନେ କହୁଛନ୍ତି ଆମେ ସୋଲାର ପାନେଲ ଦେବୁ ।

• ଆପଣଙ୍କ ଆଶୀର୍ବାଦରେ ନବୀନ ଇଞ୍ଜନ ଜୋରରେ ଚାଲିଛି ଓ ଚାଲିବ

• ଜୁନ ୯ ତାରିଖ ୧୧.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ସନ୍ଧ୍ୟାବେଳେ ନିର୍ବାଚନ ଇସ୍ତାହାର ମନ୍ତ୍ରୀମଣ୍ଡଳରେ ପାସ୍‍ ହେବ ।

• ବିରୋଧୀ ବଡ଼ ବଡ଼ କଥା କହି ବୁଲୁଛନ୍ତି, ତାଙ୍କୁ ମୁଁ ପଚାରୁଛି ତେଲ ଦର ବୃଦ୍ଧି ହେବ ନାହିଁ ବୋଲି ଗ୍ୟାରେଣ୍ଟି ଦେବେ କି ? ଦରଦାମ୍‍ ବଢ଼ିବ ନାହି କି ବୋଲି ଗ୍ୟାରେଣ୍ଟି ଦେବେ କି ? ରୋଜଗାର ଦେବେ ବୋଲି ଗ୍ୟାରେଣ୍ଟି ଦେବେ କି ?

• କେନ୍ଦ୍ରମନ୍ତ୍ରୀଙ୍କୁ ମୁଁ କହୁଛି ସବୁଯାଗାରେ ପରିବର୍ତ୍ତନର ହାୱା ବହୁଛି ବୋଲି କହୁଛନ୍ତି କିନ୍ତୁ ଓଡ଼ିଶାରେ ସବୁଯାଗାରେ ନବୀନ ହାୱା ଚାଲିଛି ।

• ମୁଁ ଗୋଟେ ଛୋଟ ଲେବୁଲର କର୍ମଚାରୀ ହୋଇ ତିନି ଚତୁର୍ଥାଂଶ ମେଜରିଟିରେ ନବୀନ ପଟ୍ଟନାୟକ ଜିତି ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ମୁଁ କହିପାରୁଛି, କେନ୍ଦ୍ରମନ୍ତ୍ରୀ କହିବେ କି ଯଦି ଆପଣଙ୍କ ଦଳ ନ ଆସେ ଆପଣ ରାଜନୀତି ଛାଡ଼ି ଦେବେ କି ?

• ଆପଣଙ୍କ ଦଳ ସରକାର ଗଠନ କରିବେ ବୋଲି ଆପଣଙ୍କ ବିଶ୍ୱାସ ନାହିଁକି ଆପଣଙ୍କ କର୍ମୀମାନଙ୍କ ବିଶ୍ୱାସ ନାହିଁ । ବଡ଼ ବଡ଼ ନେତାମାନେ ଆସି ବିରୋଧୀ ଦଳର ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ବୃଥା ଚେଷ୍ଟା କରୁଛନ୍ତି ।

• ଓଡ଼ିଶାର କୃଷକ, ମା, ଛାତ୍ରଛାତ୍ରୀ ସବୁ ବର୍ଗର ଲୋକଙ୍କ ଭଲ ପାଇବା ନବୀନ ବାବୁଙ୍କୁ ଶକ୍ତି ଦେଉଛି ।

• ବିଜୁ ଜନତା ଦଳର କର୍ମୀର ଉଦ୍ୟମ ଓ ନିଷ୍ଠା ଆଗରେ ଦୁନିଆର ସବୁ ଶକ୍ତି ହାର ମାନିବ

Previous Post

ନବୀନଙ୍କୁ ଗାଳି କରି ଭୋଟ ମାଗିଲେ ମୋଦୀ

Next Post

‘ଜୁନ୍ ୧୦ ରେ ତ ନୁହେଁ, ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶା ଲୋକଙ୍କ ହୃଦୟ ଜିତିପାରିବ ନାହିଁ’

Next Post
‘ଜୁନ୍ ୧୦ ରେ ତ ନୁହେଁ, ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶା ଲୋକଙ୍କ ହୃଦୟ ଜିତିପାରିବ ନାହିଁ’

'ଜୁନ୍ ୧୦ ରେ ତ ନୁହେଁ, ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶା ଲୋକଙ୍କ ହୃଦୟ ଜିତିପାରିବ ନାହିଁ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA