Saturday, April 25, 2026 05:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କୁ ଗାଳି କରି ଭୋଟ ମାଗିଲେ ମୋଦୀ

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସିଧା ଆକ୍ରମଣ

by Our Correspondent
11 May, 2024- 04:05 PM
in Latest News, News, Politics
1 min read
0
ନବୀନଙ୍କୁ ଗାଳି କରି ଭୋଟ ମାଗିଲେ ମୋଦୀ

ଭୁୁବନେଶ୍ୱର: ଦୁଇମାସ ତଳେ ଚଣ୍ଡିଖୋଲ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ‘ଲୋକପ୍ରିୟ’ ମୁଖ୍ୟମନ୍ତ୍ରୀ କହି ଖୁବ୍ ଜୋରରେ ପ୍ରଶଂସା କରିଥିଲେ । ପରବର୍ତ୍ତୀ ସମୟରେ ବିଜେଡି ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ବଡ଼ କସରତ୍ ହୋଇଥିଲା । ମାତ୍ର ତାହା ଫେଲ୍ ହେଲା ପରେ ଏବେ ନିର୍ବାଚନ ରଣାଙ୍ଗନରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ଓଡ଼ିଶାକୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ ଆସିଥିବା ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖାଲି ଗାଳି କରିନାହାନ୍ତି, ବରଂ ଜଣେ  ‘ଲୋକପ୍ରିୟ’ ମୁଖ୍ୟମନ୍ତ୍ରୀଙ୍କୁ ଅତି ତଳସ୍ତରରେ ରଖିବାକୁ ଚାହିଁଛନ୍ତି । ଆଜି ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଥିଲେ । ତାଙ୍କୁ ଭୀଷଣ ଭାବେ କଟାକ୍ଷ କରିଥିଲେ । ଏପରିକି, ନବୀନଙ୍କୁ ବାଜା ବଜାଇ ବିଦା କରନ୍ତୁ ବୋଲି ତାତ୍ସଲ୍ୟଭରା ସ୍ୱରରେ ଜନସଭାକୁ ସମ୍ବୋଧିତ କରିଥିଲେ ଶ୍ରୀ ମୋଦୀ ।

ଗତକାଲି ଭୁବନେଶ୍ୱରରେ ରୋଡ୍ ସୋ’ ପରେ ପ୍ରବଳ ଉତ୍ସାହିତ ହୋଇଥିବା ପ୍ରଧାନମନ୍ତ୍ରୀ, ଆଜି ପ୍ରଥମେ ଫୁଲବାଣୀରେ ତାଙ୍କ ଦଳ ବିଜେପି ଦ୍ୱାରା ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଥିଲେ । କଂଗ୍ରେସ ଉପରେ ହମଲାରୁ ମୋଦୀ ତାଙ୍କ ଭାଷଣ ଆରମ୍ଭ କରିଥିଲେ ମଧ୍ୟ ତା’ପରେ ଆସିଥିଲେ ବିଜେଡି ସରକାରଙ୍କ ଆଡକୁ । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିବା ତଥା ଡୁପ୍ଲିକେଟ୍ ଚାବି ରହିବା ଏବଂ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ ନ କରିବା ପ୍ରସଙ୍ଗ ଧରି ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ।
ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ନିଶାନା କରିଥିଲେ । ନବୀନଙ୍କୁ ଚାଲେଂଜ ଦେଇ କହିଥିଲେ ଯେ ସେ ଓଡ଼ିଶାର ସବୁ ଜିଲ୍ଲା ନାଁ ଓ ଜିଲ୍ଲା କ୍ୟାପିଟାଲ୍(!) ନାଁ କହିପାରିବେ ନାହିଁ । ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣିନାହାନ୍ତି ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଝିପାରିବେନି । ତେଣୁ ବିଜେପିକୁ ୫ ବର୍ଷ ସୁଯୋଗ ଦେବାକୁ କହି ପ୍ରଧାନମନ୍ତ୍ରୀ ଭୋଟ ମାଗିଥିଲେ ।

ବଲାଙ୍ଗୀର ସଭାରେ ମୋଦୀଙ୍କ ଭାଷଣ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆହୁରି ଶାଣିତ ହୋଇଥିଲା । ଭାଷଣ ଆରମ୍ଭରୁ ସେ ରାଜ୍ୟରେ ବିଜେଡି ସରକାର ପତନର କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଥିବା କହି ଏଥର ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ନିଶ୍ଚିତ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ବିଜେଡି ସରକାର ଗରିବୀ ଦୂର ପାଇଁ କିଛି କରିନାହିଁ । ରାଜ୍ୟରେ ପ୍ରାକୃତିକ ସମ୍ପଦ ଭରପୂର ଥିଲେ ମଧ୍ୟ ରାଜ୍ୟବାସୀ କିନ୍ତୁ ଗରୀବ ହୋଇ ରହିଛନ୍ତି ।

ଅତି କଠୋର ଭାଷାରେ ମୋଦୀ କହିଥିଲେ, ଆପଣଙ୍କ ମୁଖ୍ୟମନ୍ତ୍ରୀ ଏଠାରେ ନିର୍ବାଚନ ଲଢ଼ିବାକୁ ଆସିଛନ୍ତି । ତାଙ୍କୁ ପୂରା ବାଜାବାଣ ବଜାଇ ଏଠାରୁ ବିଦା କରିଦିଅନ୍ତୁ । ନବୀନ ବାବୁ ଯଦି ଏଠାକୁ ପ୍ରଚାରରେ ଆସନ୍ତି, ତାଙ୍କୁ ବିନା କାଗଜରେ କଣ୍ଟାବାଂଜିର ୧୦ଟି ନାଁ ପଚାରନ୍ତୁ । ନବୀନ ୧୦ଟି ଗାଁ ନାଁ ବି କହିପାରିବେନି । ସେ ଆପଣଙ୍କ ସହ ନାହାନ୍ତି, ସେ ଆପଣଙ୍କ ଦୁଃଖ ବୁଝିପାରିବେନି । ସେଥିପାଇଁ ଧନୀ ଓଡ଼ିଶାର ଲୋକମାନେ ଗରିବ ।

ବରଗଡ଼ ସଭାରେ ମୋଦୀଙ୍କର ଭାଷଣ ଆହୁରି ଟାଣ ହୋଇଥିଲା । ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସହ କାର୍ତ୍ତିକ ପାଣ୍ଡିଆନଙ୍କ ଆଡକୁ ଲକ୍ଷ୍ୟ କରି ନିଶାନା କରିଥିଲେ । କହିଥିଲେ, ଓଡ଼ିଶା ଶାସନର ପରିଚାଳନା କାର୍ଯ୍ୟ ଆଉଟସୋର୍ସ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍ ହୋଇଗଲେଣି । ଯିଏ ଓଡ଼ିଶାକୁ ଜାଣିନ୍ତିନି, ତାଙ୍କ ହାତକୁ ଓଡ଼ିଶା ଯିବା ଉଚିତ କି ବୋଲି ପ୍ରଶ୍ନ କରିଥିଲେ ।

ତିନୋଟି ଯାକ ସଭାରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ମଧ୍ୟ କଠୋର ସମାଲୋଚନା କରିଥିଲେ । ସେମାନଙ୍କ ଶାସନକାଳରେ ଦେଶକୁ ବରବାଦ କରିଦେଇଥିଲେ ବୋଲି କହିଥିଲେ । ସେହିଭଳି ୨୫ ବର୍ଷର ବିଜେଡି ସରକାରକୁ ଅପାରଗ ବୋଲି ବାର୍ତ୍ତା ଦେବାକୁ ଚାହିଁଥିଲେ । ଭ୍ରଷ୍ଟାଚାରୀ ବିଜେଡି ସରକାର ଥିବା ଯାଏଁ ଲୋକଙ୍କୁ ଲାଭ ମିଳିବନି ବୋଲି କହିଥିଲେ । ଓଡ଼ିଆ ଅସ୍ମିତାକୁ ପ୍ରଧାନମନ୍ତ୍ରୀ ତାଙ୍କର ସବୁ ଭାଷଣରେ ଉଲ୍ଲେଖ କରିଥିଲେ । କହିଥିଲେ, ଓଡ଼ିଆ ଅସ୍ମିତା ଆଜି ସଙ୍କଟରେ, ଆମେ କେବେ ଏହାକୁ ବନ୍ଧା ପକାଇବୁନି । ଓଡ଼ିଶାକୁ ଏହି ସଙ୍କଟରୁ ଉଦ୍ଧାର କରିବାକୁ ବିଜେପି ସଂକଳ୍ପବଦ୍ଧ ।

ସେହିଭଳି ମୋଦୀ ତାଙ୍କ ପ୍ରଚାର ସଭାରେ ଆସନ୍ତା ଜୁନ୍ ୪ ଏବଂ ୧୦ ତାରିଖକୁ ବାରମ୍ବାର ମନେ ପକାଇଥିଲେ । କହିଥିଲେ, ଜୁନ୍ ୪ ବିଜେଡି ସରକାରର ଏକ୍ସପାଏରୀ ଡେ୍ । ଜୁନ୍ ୧୦ ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ । ଆପଣମାନଙ୍କୁ ସେଥିପାଇଁ ଭୁବନେଶ୍ୱର ନିମନ୍ତ୍ରଣ ରହିଲା ବୋଲି ତାଙ୍କ ଭାଷଣରେ କହିଥିଲେ । ଖାଲି ସେତିକି ନୁହେଁ, ଓଡ଼ିଶା ମାଟିରେ ଜନ୍ମିତ ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବେ, ଏହା ମୋଦୀ ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

Previous Post

ରାଉରକେଲାରେ ପାଣ୍ଡିଆନଙ୍କ ରୋଡ୍ ସୋ

Next Post

ନବୀନଙ୍କୁ ଗାଳି: ମୋଦୀଙ୍କୁ ପାଣ୍ଡିଆନଙ୍କ ଜବାବ

Next Post
ନବୀନଙ୍କୁ ଗାଳି: ମୋଦୀଙ୍କୁ ପାଣ୍ଡିଆନଙ୍କ ଜବାବ

ନବୀନଙ୍କୁ ଗାଳି: ମୋଦୀଙ୍କୁ ପାଣ୍ଡିଆନଙ୍କ ଜବାବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA