Friday, April 24, 2026 02:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରମାଦ ଗଣିଲେ ବୈଜୟନ୍ତ, ଅପରାଜିତା !

by Our Correspondent
11 Mar, 2022- 10:23 PM
in Latest News, News, Politics
1 min read
0
ପ୍ରମାଦ ଗଣିଲେ ବୈଜୟନ୍ତ, ଅପରାଜିତା !

ଭୁବନେଶ୍ୱର: ଦିଲ୍ଲୀରେ ଆହୁରି ବଢ଼ିଗଲା ଧର୍ମେନ୍ଦ୍ର ପ୍ରଧାନଙ୍କ କାଟତି । ଉତ୍ତର ପ୍ରଦେଶ ପ୍ରଭାରୀ ଭାବେ ତାଙ୍କ ସଫଳତାକୁ ସବୁଆଡୁ ବାହାବା ମିଳୁଛି । କେନ୍ଦ୍ର ରାଜନୀତିରେ ଏହା ତାଙ୍କୁ ଅଧିକ ପ୍ରଭାବଶାଳୀ କରିଛି । ଏଠି ରାଜ୍ୟର ଦଳୀୟ ରାଜନୀତିରେ ମଧ୍ୟ ସମାନ ଦୃଶ୍ୟ । ମୋଦି-ଯୋଗୀଙ୍କୁ ନେଇ ଯେତିକି ଚର୍ଚ୍ଚା ନାହିଁ, ଧର୍ମେନ୍ଦ୍ରଙ୍କୁ ନେଇ ଅଧିକା ଚର୍ଚ୍ଚା । ଓଡ଼ିଶା ବିଜେପିର ନେତୃତ୍ୱ ପାଇଁ ଧର୍ମେନ୍ଦ୍ର ଯେ ଅପ୍ରତିଦ୍ୱନ୍ଦୀ ତାଙ୍କର ଅନୁଗତମାନେ ଏହି ମଉକାରେ ସ୍ପଷ୍ଟ କରିବାକୁ ଚାହିଁଛନ୍ତି ।

ରୋଚକ କଥା ହେଉଛି, ଜାତୀୟ ରାଜନୀତିରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ବିସ୍ତାର ଏବଂ ଓଡ଼ିଶା ବିଜେପିର ଅପ୍ରତିଦ୍ୱନ୍ଦୀ ନେତା ଉପାଖ୍ୟାନ ଏଠି ତାଙ୍କ ବିରୋଧୀ ଗୋଷ୍ଠୀର ମାନସିକ ଯନ୍ତ୍ରଣାକୁ ବଢ଼ାଇ ଦେଇଛି । ଗତ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱ ଫେଲ୍ ହୋଇଥିବାରୁ ବିରୋଧୀ ଗୋଷ୍ଠୀ ତାହାକୁ ଏକ ସୁଯୋଗ ବୋଲି ଭାବି ସାରିଥିଲେ । ଆଇନାରେ ନିଜ ନିଜର ଚେହେରାକୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ସଜାଇଥିଲେ । ମାତ୍ର ବର୍ତ୍ତମାନର ପରିସ୍ଥିତିରେ ତାହା ଯେ ସମ୍ଭବ ନୁହେଁ ସେକଥା ଉତ୍ତର ପ୍ରଦେଶ ଫଳ ଜଣାଇ ଦେଇଛି । ଧର୍ମେନ୍ଦ୍ରଙ୍କ ଇଚ୍ଛା ବିରୋଧରେ ଏଠି ପତ୍ର ହଲିବା ଯେ ଅସମ୍ଭବ ତାହା ଏବେ ସ୍ପଷ୍ଟ ।

ରାଜ୍ୟ ବିଜେପିର ଆଭ୍ୟନ୍ତରୀଣ ରାଜନୀତି ଅଙ୍କଟି ଭାରି ଜଟିଳ । ଦଳରେ ଧର୍ମେନ୍ଦ୍ର ପ୍ରଧାନଙ୍କର ଅଖଣ୍ଡ କର୍ତ୍ତୃତ୍ୱ ଥିଲେ ମଧ୍ୟ ଅସନ୍ତୁଷ୍ଟଙ୍କ ସଂଖ୍ୟା ବହୁତ ଅଧିକ । ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଦଳୀୟ ସଂଗଠନ ନିକଟ ଅତୀତରେ ଯଥେଷ୍ଟ କ୍ରିୟାଶୀଳ ଥିଲା । ମାତ୍ର ସମସ୍ତଙ୍କୁ ଏକାଠି ନେଇ ଚାଲିବାରେ ସେ ବିଫଳ ହୋଇଥିଲେ । ଦଳ ଭିତରେ ତାଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଇଥିଲା ।

ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ୨୦୧୯ ନିର୍ବାଚନ ବେଳକୁ ବିଜେପିରେ ମିଶିଥିବା ଅପରାଜିତା ଷଡ଼ଙ୍ଗୀ ଓ ବୈଜୟନ୍ତ ପଣ୍ଡା ପରବର୍ତ୍ତୀ ସମୟରେ ଧର୍ମେନ୍ଦ୍ର ବିରୋଧୀ ଅସନ୍ତୋଷକୁ ଏକ ଅପୂର୍ବ ସୁଯୋଗ ବୋଲି ଭାବି ଦେଇଥିଲେ । ଦଳର ମୁଖ୍ୟମନ୍ତ୍ରୀ ପଦ ପାଇଁ ପୃଥକ୍ ଭାବେ ନିଜକୁ ଦାବିଦାର ମଣୁଥିବା ଉଭୟ ନେତା ଧର୍ମେନ୍ଦ୍ରଙ୍କୁ ଏଠୁଁ ହଜାଇ ଦେବା ପାଇଁ ଗୋଟିଚାଳନା ଆରମ୍ଭ କରିଦେଇଥିଲେ । ମାତ୍ର ସେଥିରେ ଏ ଯାଏଁ ସଫଳ ହୋଇପାରିନାହାନ୍ତି ।

ଏହାର କାରଣ ବି ସ୍ପଷ୍ଟ । ଅପରାଜିତା ଦଳୀୟ ସଂଗଠନ ଭୁଲି ନିଜସ୍ୱ ସଂଗଠନ ବିସ୍ତାର କରୁଥିବାରୁ ତାଙ୍କ ସାଙ୍ଗରେ ସେଭଳି କୌଣସି ନେତା/କର୍ମୀ ହିଁ ନାହାନ୍ତି । ଅହଂକାର ତାଙ୍କ ପାଇଁ ସମସ୍ୟା ହୋଇଛି । ସେପଟେ ବୈଜୟନ୍ତ ଦିଲ୍ଲୀରେ ରହି ଅପରାଜିତାଙ୍କ ସହ ମନ୍ତ୍ରଣାରେ ଥିଲେ ମଧ୍ୟ ଓଡ଼ିଶା ବିଜେପିରେ ତାଙ୍କ ନିଜର ସ୍ଥିତି ନାହିଁ । ରାଷ୍ଟ୍ରୀୟ ଉପସଭାପତି ପଦରେ ଅନ୍ୟ ରାଜ୍ୟର ପ୍ରଭାରୀ ଭାବେ ତାଙ୍କ କାର୍ଯ୍ୟ ସୀମିତ ରହିଛି ।

ତେବେ ସେ ଯାହା ହେଉ, ନିଜର ହଜାରେ ଦୋଷ ଦୁର୍ବଳତା ସତ୍ତ୍ୱେ ଅପରାଜିତା ବୈଜୟନ୍ତଙ୍କ ସହ ହାତ ମିଳାଇ ଓଡ଼ିଶାରେ ଧର୍ମେନ୍ଦ୍ରଙ୍କୁ କୋଣଠେସା କରି ରଖିବାର ଆପ୍ରାଣ ଉଦ୍ୟମ କରୁଥିବା ଦଳୀୟ ମହଲରେ ଆଲୋଚନା ହେଉଥିଲା । ମାତ୍ର ଉତ୍ତର ପ୍ରଦେଶ ରେଜଲ୍ଟ ଏହି ଉଦ୍ୟମକୁ ବିଗାଡ଼ି ଦେଇଥିବା କୁହାଯାଉଛି । ରାଷ୍ଟ୍ରୀୟସ୍ତରରେ ଧର୍ମେନ୍ଦ୍ରଙ୍କ କାଟତି ବଢ଼ିବା ସେମାନଙ୍କୁ ଝଟକା ହୋଇଛି । ଏପରିକି ଆସାମରୁ ରାଜ୍ୟସଭା ଯିବାର ସ୍ୱପ୍ନ ଦେଖିଥିବା ବୈଜୟନ୍ତଙ୍କ ପାଇଁ ଏହା ଅଶୁଭ ଲକ୍ଷଣ ବୋଲି ତାଙ୍କ ସମର୍ଥକମାନେ କହି ବୁଲିଲେଣି ।

ଏପଟେ ଧର୍ମେନ୍ଦ୍ରଙ୍କୁ ନେଇ ତାଙ୍କର ଅନୁଗତ ଗୋଷ୍ଠୀ ଆହୁରି ଉତ୍ସାହିତ ହୋଇଯାଇଛନ୍ତି । ଉତ୍ତର ପ୍ରଦେଶ ରେଜଲ୍ଟକୁ ଧରି ସେମାନେ ଏବେ ଆତ୍ମବିଭୋର । ସେହି ହାୱାରେ ପଞ୍ଚାୟତ ନିର୍ବାଚନର ଶୋଚନୀୟ ପରାଜୟ ଭୁଲି ପୌର ନିର୍ବାଚନ ପାଇଁ ଆଶା ବାନ୍ଧିଛନ୍ତି । ଦେଖିବାର କଥା, ଧର୍ମେନ୍ଦ୍ରଙ୍କ କର୍ତ୍ତୃତ୍ୱରେ ରାଜ୍ୟ ବିଜେପି ପୂର୍ବଭଳି ଆଗକୁ ବଢ଼ିବ ନା ଓଡ଼ିଶା ପାଇଁ ହାଇକମାଣ୍ଡଙ୍କର ଅଲଗା କିଛି ଯୋଜନା ଅଛି?

Previous Post

ଏପ୍ରିଲ ୨୯ ରୁ ମେ’ ୬ ମାଟ୍ରିକ୍ ପରୀକ୍ଷା

Next Post

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭୟଙ୍କର ଉତ୍ପାତ

Next Post
ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭୟଙ୍କର ଉତ୍ପାତ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭୟଙ୍କର ଉତ୍ପାତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA