Wednesday, April 22, 2026 08:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭୟଙ୍କର ଉତ୍ପାତ

ବିଜେପି କର୍ମୀଙ୍କ ଉପରକୁ ଗାଡ଼ି ଚଢ଼ାଇଦେଲେ, ମାଡ଼ ଖାଇ ଲହୁଲୁହାଣ

by Our Correspondent
12 Mar, 2022- 01:06 PM
in Latest News, News
1 min read
0
ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭୟଙ୍କର ଉତ୍ପାତ

ଭୁବନେଶ୍ୱର: ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ତାଙ୍କ ନିର୍ବାଚନମଣ୍ଡଳୀରେ ଭୟଙ୍କର ଉତ୍ପାତ କରିଛନ୍ତି । ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନ ପରିପ୍ରେକ୍ଷୀରେ ବାଣପୁର ବ୍ଲକ୍ ଆଗରେ ଜମା ହୋଇଥିବା ବିଜେପି କର୍ମୀଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଇଛନ୍ତି । ଏଥିରେ ୭ ପୁଲିସ କର୍ମଚାରୀଙ୍କ ସମେତ ୨୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ବିଜେପି କର୍ମୀଙ୍କ ଆକ୍ରମଣରେ ବିଧାୟକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଟାଙ୍ଗୀ ହସ୍ପିଟାଲ୍ ରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ବିଧାୟକଙ୍କ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ଛାରଖାର କରିଦେଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏହି ଅଘଟଣ ଘଟିଛି । ବାଣପୁର ବ୍ଲକ୍ ଅଧ୍ୟକ୍ଷ ପଦ ବିଜେପି ହାତକୁ ଯିବା ନିଶ୍ଚିତ ହୋଇଥିବାରୁ ବିଜୟ ଉତ୍ସବ ମନାଇବା ପାଇଁ ବ୍ଲକ୍ ଆଗରେ ଶତାଧିକ ବିଜେପି କର୍ମୀ ଏକାଠି ହୋଇ ଶୋଭାଯାତ୍ରାରେ ବାହାରିବାକୁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ କାର୍ ଅଚାନକ ସେହି ଭିଡ଼ ଆଡକୁ ପଶିଥିଲା । ବିଧାୟକ ଭିଡ଼ରେ ଗାଡ଼ିକୁ ନ ଅଟକାଇ ସିଧା ଲୋକଙ୍କ ଉପରକୁ ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି । ଆଉ ବିଧାୟକଙ୍କ ଏହି ରୋବାବ୍ ଦେଖି ବିଜେପି କର୍ମୀମାନେ ତାଙ୍କୁ କାର୍ ଭିତରୁ ଟାଣି ଆଣି ନିସ୍ତୁକ ପିଟିଥିଲେ । ସେମାନଙ୍କ ଆକ୍ରମଣରେ ବିଧାୟକ ଲହୁ ଲୁହାଣ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ଅନ୍ୟପକ୍ଷରେ ବିଧାୟକଙ୍କ ଗାଡ଼ି ଧକ୍କାରେ ୨୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୭ ଜଣ ପୁଲିସ କର୍ମଚାରୀ ଏବଂ ୧୫ ଲୋକ ଥିବା ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଅଣାଯାଉଛି ।

ସୂଚନାଯୋଗ୍ୟ, ବିଜେଡ଼ି ଟିକେଟରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ କାରନାମା ସମସ୍ତଙ୍କୁ ଜଣା । ତାଙ୍କର ଦାଦାଗିରି ନେଇ ମାଳ ମାଳ ଅଭିଯୋଗ ରହିଛି । ଗତବର୍ଷ ସେପ୍ଟେମ୍ବର ମାସରେ ବାଲୁଗାଁଠାରେ ବିଜେପିର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ରାସ୍ତା ମଝିରେ ପିଟିବାରୁ ଦଳୀୟ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିଲେ । ବିଜେଡ଼ି ତାଙ୍କୁ ଦଳରୁ ନିଲମ୍ବନ କରିଥିଲା । ତାହା ପରେ ମଧ୍ୟ ତାଙ୍କ ଉତ୍ପାତ କମିବାର ଦେଖିବାକୁ ମିଳିନାହିଁ ।

Previous Post

ପ୍ରମାଦ ଗଣିଲେ ବୈଜୟନ୍ତ, ଅପରାଜିତା !

Next Post

ବିଜେଡ଼ିର ନିନ୍ଦା, ହୋଇପାରେ କଠୋର କାର୍ଯ୍ୟାନୁଷ୍ଠାନ

Next Post
ବିଜେଡ଼ିର ନିନ୍ଦା, ହୋଇପାରେ କଠୋର କାର୍ଯ୍ୟାନୁଷ୍ଠାନ

ବିଜେଡ଼ିର ନିନ୍ଦା, ହୋଇପାରେ କଠୋର କାର୍ଯ୍ୟାନୁଷ୍ଠାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA