Tuesday, July 8, 2025 03:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗା ପ୍ରଧାନ

କାର୍ଯ୍ୟବନ୍ଦ ଆନ୍ଦୋଳନରୁ ହଟିଲେ ଓଏଏସ୍ ସଂଘ

by Our Correspondent
03 Jul, 2025- 11:32 PM
in Crime, Latest News, News
1 min read
0
ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗା ପ୍ରଧାନ

ଭୁୁବନେଶ୍ୱର: ଶେଷରେ ଗିରଫ ହେଲେ ବିଜେପି ନେତା ଜଗା ଓରଫ୍ ଜଗନ୍ନାଥ ପ୍ରଧାନ । ଅତି ନାଟକୀୟ ଢ଼ଙ୍ଗରେ ଆଜି ରାତିରେ ସେ ନିଜର ସମର୍ଥକଙ୍କ ଗହଣରେ ଡିସିପି ଅଫିସ୍ ଆସି ଆତ୍ମସମର୍ପଣ କରିଥିଲେ । ଏହାପରେ ତାଙ୍କୁ ଗିରଫ ଦର୍ଶାଯାଇଥିଲା । କ୍ୟାପିଟାଲ୍ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ନାମଂଜୁର କରିବା ପରେ ୧୪ ଦିନ ପାଇଁ ଝାରପଡ଼ା ଜେଲ୍ ହାଜତକୁ ଯାଇଛନ୍ତି ।

ପ୍ରାଥମିକ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଛି ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଅମାନୁଷିକ ଆକ୍ରମଣ ଘଟଣାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ବା ମାଷ୍ଟର ମାଇଣ୍ଡ କୁହାଯାଉଥିଲା । ଏହି ମାମଲାରେ ପୂର୍ବରୁ ୫ ଜଣଙ୍କୁ ପୁଲିସ ଗିରଫ କରିଥିଲା । ସେହି ସମାନ ଦଫାରେ ଜଗାଙ୍କୁ ଗିରଫ କରାଯାଇଛି ।

ଏଥିସହ ଜଗା ପ୍ରଧାନଙ୍କ ଗିରଫ ଦାବିରେ ସମୂହ ଛୁଟିରେ ରହିଥିବା ଓଏଏସ୍ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ସଂଘର ସଭାପତି ଜ୍ୟୋତିରଞ୍ଜନ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ଆଜି ରାତି ପ୍ରାୟ ସାଢ଼େ ୯ଟାରେ ଜଗା ପ୍ରଧାନ ତାଙ୍କ ସମର୍ଥକମାନଙ୍କ ଗହଣରେ ଡିସିପି ଅଫିସରେ ପହଞ୍ଚିଥିଲେ । ଭିତରକୁ ଯିବା ପୂର୍ବରୁ ଗଣମାଧ୍ୟମକୁ ଏକ ଚିଠା ପଢ଼ି କହିଥିଲେ ଯେ ବିଏମସି ଅଧିକାରୀଙ୍କୁ ମାଡ଼ ଘଟଣାରେ ତାଙ୍କର ଗିରଫ ଦାବିରେ ଓଏଏସ୍ ସଂଘ ଆନ୍ଦୋଳନ କରିଛନ୍ତି । ଏହି ମାମଲାରେ ତାଙ୍କର କିନ୍ତୁ କୌଣସି ସଂପୃକ୍ତି ନାହିଁ । ସରକାରଙ୍କ ସମ୍ମାନ ଓ ଜନତାଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆଇନକୁ ସହଯୋଗ କରିବାକୁ ଆସିଛି ବୋଲି କହିଥିଲେ ।

ଜଗନ୍ନାଥ ଡିସିପିଙ୍କ ପାଖକୁ ଯାଇଥିବା ବେଳେ ବାହାରେ ତାଙ୍କର ସମର୍ଥକମାନେ ବାଣୀବିହାର ଛକରେ ରାସ୍ତା ଅବରୋଧ କରିଥିଲେ । ଜଗା ପ୍ରଧାନଙ୍କ ଗିରଫକୁ ସେମାନେ ବିରୋଧ କରି ନାରାବାଜି କରିଥିଲେ । ତେବେ ରାସ୍ତା ଅବରୋଧରୁ ହଟିଯିବା ପାଇଁ କିଛି ଦଳୀୟ ନେତା ସେମାନଙ୍କୁ ବୁଝାସୁଝା କରୁଥିବା ଦେଖାଯାଇଥିଲା । ପରେ ପୁଲିସର ହସ୍ତକ୍ଷେପ ପରେ ରାସ୍ତା ଅବରୋଧ ହଟିଥିଲା ।

ସୂଚନାଥାଉକି, ଗତକାଲି ସଂଧ୍ୟାରେ ବିଜେପି ଅଫିସରେ ହାଇଡ୍ରାମା ହୋଇଥିଲା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଡାକରାରେ ସେଠାରେ ପହଞ୍ଚିଥିଲେ ଜଗା ପ୍ରଧାନ । ସେଠାରୁ ସେ ଖାରବେଳନଗର ଥାନା ଯାଇ ଆତ୍ମସମର୍ପଣ କରିବେ ବୋଲି ସୂଚନା ଥିଲା । ମାତ୍ର ସେଭଳି କିିଛି ହେଲା ନାହିଁ । ଉଭୟଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଆଲୋଚନା ପରେ ଘରକୁ ଫେରି ଯାଇଥିଲେ ଜଗା ।

ଚର୍ଚ୍ଚା ହେଉଛି, ଜଗା ପ୍ରଧାନ ବିଜେପିରୁ ଇସ୍ତଫା ଦେବାକୁ ମନମୋହନ ସାମଲ ପ୍ରବର୍ତ୍ତାଇଥିଲେ । ମାତ୍ର ଜଗା ଏଥିରେ ରାଜି ହୋଇ ନ ଥିଲେ । ଯଦି କାର୍ଯ୍ୟାନୁଷ୍ଠାନ ନେବା କଥା ଆପଣ ନିଅନ୍ତୁ ବୋଲି କୁଆଡ଼େ କହିଥିଲେ । ସୁତରାଂ ଏହି ମାମଲାରେ ଦଳୀୟ କାର୍ଯ୍ୟାନୁଷ୍ଠାନ ପାଇଁ ମନମୋହନଙ୍କ ଅସହାୟତା ଥିଲା ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ମାମଲାକୁ ନେଇ ଚିନ୍ତାରେ ପଡ଼ିଥିଲେ । କୌଣସି କାରଣରୁ ସେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିଥିଲେ । ତେବେ ଓଏଏସ୍ ସଂଘର ଆନ୍ଦୋଳନ ଯୋଗୁଁ ସରକାରୀ କାର୍ଯ୍ୟ ଠପ୍ ହୋଇଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ବଢ଼ିଥିଲା । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଏହି ମାମଲାକୁ ଅତି ଗୁରୁତ୍ୱର ସହ ବିଚାର କରିଥିଲେ ।

ସୁତରାଂ ଆଉ ବିଳମ୍ବ ନ କରି ଜଗା ପ୍ରଧାନଙ୍କୁ ଆଜି ଡିସିପି ଅଫିସ୍ ଯାଇ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

Previous Post

‘ଯଦି ପାରୁନ ଛାଡ଼ିଦିଅ’

Next Post

ଜଗା ଗିରଫ ପଛର ସତ

Next Post
ଜଗା ଗିରଫ ପଛର ସତ

ଜଗା ଗିରଫ ପଛର ସତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA