Thursday, June 18, 2026 12:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଯଦି ପାରୁନ ଛାଡ଼ିଦିଅ’

ଜଗା ପ୍ରଧାନଙ୍କୁ ବି ଏତେ ଡର?

by Our Correspondent
03 Jul, 2025- 12:11 PM
in Latest News, News
1 min read
0
‘ଯଦି ପାରୁନ ଛାଡ଼ିଦିଅ’

ଭୁବନେଶ୍ୱର: ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ତାଙ୍କ ଚାମ୍ବରରୁ ଘୋଷାରି ଆଣି ତଳେ ପକାଇ ବିଧା ଗୋଇଠା ମାରିବାର ଭିଜୁଆଲ୍ ଖାଲି ଓଡ଼ିଶା ନୁହେଁ, ଦେଶ ଓ ବିଦେଶରେ ଯିଏ ଦେଖୁଛନ୍ତି ବିବ୍ରତ ହେଉଛନ୍ତି । ଜଣେ କାର୍ଯ୍ୟରତ ଅଫିସରଙ୍କୁ ଏଭଳି ଅମାନୁଷିକ ଭାବେ ମାଡ଼ ମରାଯାଉଥିବାର ଦୃଶ୍ୟ ଫିଲ୍ମ କାହାଣୀ ଭଳି ହୋଇଛି । ଆଉ ଏହି ଘଟଣାର ଯାହାଙ୍କୁ ଅଭିଯୁକ୍ତ ବୋଲି କୁହାଯାଉଛି, ତାଙ୍କ ବିରୋଧରେ ସରକାର ଏବଂ ଦଳ କାର୍ଯ୍ୟାନୁଷ୍ଠାନ ନ ନେବା ସମସ୍ତଙ୍କୁ ଅଧିକ ବିଚଳିତ କରୁଛି । ମାଡ଼ ଘଟଣାର ପ୍ରତିବାଦରେ ଓଏଏସ୍ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ସରକାରୀ କାର୍ଯ୍ୟ ଠପ୍ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହାତ ବାନ୍ଧି ବସିଛନ୍ତି । ସେପଟେ ଦଳର ସଭାପତି ଏହି ମୁଖ୍ୟ ଅଭିଯୁକ୍ତ ମାର୍କା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ତାଙ୍କୁ ପାର୍ଟି ଅଫିସ ଡାକି ଦରଦ ଢ଼ାଳିଛନ୍ତି । ସେହିଭଳି ବିଜେପି ଟ୍ରୋଲ୍ ବାହିନୀ, ଏହି ଘଟଣାରେ ଷଡ଼ଯନ୍ତ୍ର ଥିଓରି ପୂରାଇ ଓଏଏସ୍ ଅଫିସର ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ବଦନାମ କରିବାକୁ ଉଦ୍ୟମ ଚଳେଇଛନ୍ତି ।

ଗତକାଲି ସଂଧ୍ୟାରେ ରାଜ୍ୟ ବିଜେପି ଅଫିସରେ ଦେଖିବାକୁ ମିଳିଲା ଜଗା-ମନମୋହନ ଆଲୋଚନା ସୁଆଙ୍ଗ । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଗା ଓରଫ୍ ଜଗନ୍ନାଥ ପ୍ରଧାନଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ମିଳିତ ହେଲେ ରାଜ୍ୟ ସଭାପତି ମନମୋହନ ସାମଲ । ପ୍ରାୟ ଦୁଇଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ନିବୃତ୍ତ ଆଲୋଚନା ଚାଲିଲା । ତା’ ପରେ ପାର୍ଟି ଅଫିସରୁ ବୀର ଦର୍ପରେ ବାହାରି ମିଡିଆକୁ ନାୟକ ଷ୍ଟାଇଲ୍ ରେ ବାଇଟ୍ ଦେଇ ସମର୍ଥକଙ୍କ ମେଳିରେ ନିଜ ଘରକୁ ଗଲେ ଜଗା ପ୍ରଧାନ । ପାର୍ଟି ଅଫିସକୁ ଆସିବା ପୂର୍ବରୁ ଜଗାଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବଂ ଖାରବେଳନଗର ଥାନାରେ ପୁଲିସ ଛାଉଣୀ ଦେଖି ସମସ୍ତେ ଭାବିନେଲେ ସେ ଦଳରୁ ଇସ୍ତଫା ଦେଇ ଥାନାରେ ଆତ୍ମସମର୍ପଣ କରିବେ । ମାତ୍ର ପାର୍ଟି ଅଫିସରୁ ଘରକୁ ଫେରିଲା ବେଳେ ତାଙ୍କର ଠାଣି ସମସ୍ତଙ୍କ ଅନୁମାନକୁ ଭୁଲ୍ ପ୍ରମାଣିତ କଲା ।

ଜଗା ପ୍ରଧାନ ବିଜେପିର ଜଣେ ଅସାଧାରଣ, ଯଶସ୍ୱୀ ନେତା ନୁହଁନ୍ତି । ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ସେ ଜଣେ ପରାଜିତ ପ୍ରାର୍ଥୀ । ସରକାର ଏବଂ ଦଳ ପାଇଁ ଅପରିହାର୍ଯ୍ୟ ହେବା ଭଳି ନେତା ନୁହଁନ୍ତି । ମାତ୍ର ଅପଯଶ ପାଇଁ ତାଙ୍କ ନାଁ ଏବେ ସବୁଆଡ଼େ ଚର୍ଚ୍ଚା । ସେଇ ଗୋଟିଏ ଲୋକ ପାଇଁ ସାଢ଼େ ଚାରି କୋଟି ଲୋକଙ୍କ ରାଜ୍ୟରେ ସରକାରୀ କାର୍ଯ୍ୟ ଅଚଳ ହୋଇଯାଇଛି । ଲୋକଙ୍କର ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି ।

ଜନମାନସକୁ ପ୍ରଭାବିତ କରୁଥିବା ଏକ ଲୋମଟାଙ୍କୁରା ଅପରାଧର ମୁଖ୍ୟ ଅଭିଯୁକ୍ତ ଭାବେ ସେ ସରକାର ଓ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ରହିବା କଥା । ମାତ୍ର ସରକାରୀ ଦଳର ରାଜ୍ୟ ସଭାପତି ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ସାହାସ କରିପାରିନାହାନ୍ତି । ଏହା ପରିବର୍ତ୍ତେ ଜଗା ତାଙ୍କ ଆଡୁ ଦଳରୁ ଇସ୍ତଫା ଦେବା ପାଇଁ ମନମୋହନ ସାମଲ ତାଙ୍କୁ ପ୍ରବର୍ତ୍ତାଇ ଥିବା ଜଣାପଡ଼ିଛି ।

ବିଜେପିର କିଛି ବରିଷ୍ଠ ନେତା ଏହାକୁ ନେଇ ପ୍ରବଳ ଅସନ୍ତୋଷ ଜାହିର କରିଛନ୍ତି । ଜଣେ ଅପରାଧୀକୁ ପୁଲିସ ଖୋଜି ଖୋଜି ବାନ୍ଧିବ ନା ଅପରାଧୀ ଯାଇ ପୁଲିସକୁ ବାନ୍ଧିବାକୁ କହିବ ବୋଲି ସେମାନେ ପ୍ରଶ୍ନ ପଚାରିଛନ୍ତି । ବିଏମସି ଘଟଣାରେ ଦଳ ଭୀଷଣ ବଦନାମ ହୋଇଛି । ଗିରଫ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କ ଭଳି ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କି ଅସୁବିଧା ରହିଛି ବୋଲି ସେମାନେ ନିଜର ନାଁ ଗୋପନ ରଖିବା ସର୍ତ୍ତରେ ଆମକୁ କହିଛନ୍ତି । ଜଗାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କିଏ ଅଟକାଇଛି ବୋଲି ସେମାନଙ୍କର ପ୍ରଶ୍ନ ।

ସେହିଭଳି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅସହାୟତାକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଗୁଞ୍ଜରଣ ଓ ହତାଶ ଭାବ ସୃଷ୍ଟି ହୋଇଛି । ରାଜ୍ୟରେ ପ୍ରଶାସନ ଠପ୍ ହୋଇଯାଇଥିବା ବେଳେ ଏହାର ସମାଧାନର ବାଟ ବାହାର କରିବାରେ ତାଙ୍କର ବିଫଳତାକୁ ଅନେକ ସମାଲୋଚନା କରିଛନ୍ତି । ଜଗା ପ୍ରଧାନଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ କାହିଁକି ଅଟକାଯାଇଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଦୁର୍ଭାଗ୍ୟ ଯେ ବିଜେପିର ସୋସିଆଲ୍ ମିଡିଆ ଟ୍ରଲ୍ ବାହିନୀ ଜଗାଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି । ଏବେ ଅଫିସରମାନଙ୍କ ବିରୋଧରେ ନ୍ୟାରେଟିଭ୍ ତିଆରି କରାଯାଉଛି । ଅଫିସରଙ୍କୁ ଖରାପ ଆଖ୍ୟା ଦେଇ ରତ୍ନାକର ସାହୁଙ୍କ ଉପରେ ଯାହା ହୋଇଛି ତାହାକୁ ଠିକ୍ ବୋଲି ଦର୍ଶାଇବାକୁ ଚେଷ୍ଟା ହେଉଛି । ସେହିଭଳି ରତ୍ନାକରଙ୍କୁ ମାଡ଼ମରା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣି ଓଟାରି ପୂରେଇବାକୁ ଉଦ୍ୟମ କରାଯାଇଛି । ଜଗାଙ୍କୁ ସୁରକ୍ଷା ଦେବାକୁ ଧର୍ମେନ୍ଦ୍ର ଚାପ ପକାଉଥିବା ପ୍ରଚାର ହେଉଛି ।

ଏହି ପ୍ରଚାର ଦ୍ୱାରା ମୋହନ ମାଝୀଙ୍କୁ ଜଣେ ଦୁର୍ବଳ, ଅସହାୟ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣ କରାଯାଉଛି ବୋଲି ଦଳର କିଛି ବିଧାୟକ କ୍ଷୋଭୋକ୍ତି ପ୍ରକାଶ କରିଛନ୍ତି । ସେହିଭଳି, ଧର୍ମେନ୍ଦ୍ରଙ୍କ ଭଳି ଜଣେ ବିଚକ୍ଷଣ ରାଜନେତା ଏତେ ବଡ଼ ଘଟଣାର ତଥାକଥିତ ମୁଖ୍ୟ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଯେ ଚାହିଁବେ, ତାହା ସେମାନେ ବିଶ୍ୱାସ କରୁନାହାନ୍ତି । ତାଙ୍କର ଭାବମୂର୍ତ୍ତି କ୍ଷୂର୍ଣ୍ଣ ପାଇଁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଏହା କାମ ବୋଲି କୁହାଯାଉଛି ।

ମୋଟାମୋଟି ଭାବେ, ରତ୍ନାକର ସାହୁଙ୍କୁ ଗୋଇଠା ମାଡ଼ ଘଟଣାରେ ରାଜ୍ୟ ସରକାର ଏବଂ ବିଜେପି ଏବେ ବ୍ୟାକଫୁଟ୍ ରେ । ମୁଖ୍ୟ ଅଭିଯୁକ୍ତ ଜଗାଙ୍କ ଗିରଫ ଦାବିରେ ସରକାରୀ କାର୍ଯ୍ୟ ଠପ୍ । ଜଗାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୋହନ ମାଝୀଙ୍କ ସରକାର ହାତ ଟେକି ଦେଇଛନ୍ତି । ସେପଟେ ଦଳୀୟ କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି ମନମୋହନ ସାମଲ । ଏହା ରାଜ୍ୟ ବିଜେପି ନେତୃତ୍ୱ ଏବଂ ମୋହନ ସରକାରଙ୍କ ଭାବମୂର୍ତ୍ତିକୁ କ୍ଷତାକ୍ତ କରୁଛି ।

ଅପରାଧରେ ସଂଶ୍ଲିଷ୍ଟ ଜଣେ ସାମାନ୍ୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ ଯଦି ଏତେ ଅସହାୟ, ତେବେ ବରଂ ଗାଦି ଛାଡ଼ିଦେବା ଭଲ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଘଟଣା ରାଜ୍ୟ ଡେଇଁ ଦେଶ ବିଦେଶରେ ଆଲୋଡ଼ନ ଖେଳାଇଥିବା ବେଳେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିରବତା ମଧ୍ୟ ସମସ୍ତଙ୍କୁ ଆନେ୍ଦାଳିତ କରିଛି । ଘଟଣା ବହୁତ ବଡ଼ ହୋଇଥିବାରୁ କେନ୍ଦ୍ରର ହସ୍ତକ୍ଷେପ ନିହାତି ଜରୁରୀ ବୋଲି କୁହାଯାଉଛି ।

Previous Post

ମୁଖ୍ୟ ଅଭିଯୁକ୍ତ ଜଗା ପ୍ରଧାନଙ୍କୁ ଗିରଫ କର

Next Post

ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗା ପ୍ରଧାନ

Next Post
ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗା ପ୍ରଧାନ

ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗା ପ୍ରଧାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA