Wednesday, July 1, 2026 08:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତ୍ରିପୁରା ହଟଚମଟ; ବଦଳିଲେ ମୁଖ୍ୟମନ୍ତ୍ରୀ

ବିପ୍ଲବ ଦେବଙ୍କ ଜାଗା ନେଲେ ମାଣିକ ଶାହା

by Our Correspondent
14 May, 2022- 09:20 PM
in Latest News, National, News, Politics
1 min read
0
ତ୍ରିପୁରା ହଟଚମଟ; ବଦଳିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଇସ୍ତଫା ଦେଇଛନ୍ତି । ତାଙ୍କ ଜାଗାରେ ରାଜ୍ୟ ବିଜେପି ସଭାପତି ମାଣିକ ଶାହା ମୁଖ୍ୟମନ୍ତ୍ରୀ ପଦଭାର ସମ୍ଭାଳିଛନ୍ତି । ଆଜି ସଂଧ୍ୟାରେ ନାଟକୀୟ ଢ଼ଙ୍ଗରେ ଏହି ପଟ୍ଟ ପରିବର୍ତ୍ତନ ହୋଇଛି । ବିପ୍ଲବଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଅସନ୍ତୋଷଙ୍କୁ ପ୍ରଶମିତ କରିବା ପାଇଁ ବିଧାନସଭା ନିର୍ବାଚନର ବର୍ଷକ ପୂର୍ବରୁ ବିଜେପି ହାଇକମାଣ୍ଡ ଏହି କଠୋର ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ବଦଳେଇ ଦଳର ଭୋଟବ୍ୟାଙ୍କକୁ ସୁରକ୍ଷା ଦେବାକୁ ଯୋଜନା କରିଛନ୍ତି ।

ତ୍ରିପୁରାରେ ଦୀର୍ଘ ଦୁଇ ଦଶନ୍ଧିର ସିପିଆଇ(ଏମ) ସରକାରକୁ ଗାଦିଚ୍ୟୁତ କରି ୨୦୧୮ ରେ କ୍ଷମତା ଦଖଲ କରିଥିଲା ବିଜେପି । ବିପ୍ଲବ ଦେବ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଉଭୟ ଦଳ ଓ ସରକାରରେ ସମନ୍ୱୟ ରଖିବା ଏବଂ ସମସ୍ତଙ୍କୁ ନେଇ ଆଗକୁ ଯିବାରେ ବିପ୍ଲବ ସମର୍ଥ ହୋଇ ନ ଥିଲେ । ତାଙ୍କର କାର୍ଯ୍ୟକୁ ଅଧିକାଂଶ ଦଳୀୟ ବିଧାୟକ ପସନ୍ଦ କରି ନ ଥିଲେ । ଏପରିକି ଦୁଇ ବିଧାୟକ ବିଜେପି ଛାଡ଼ି କଂଗ୍ରେସକୁ ପଳାଇଥିଲେ । ଖାଲି ସେତିକି ନୁହେଁ, ସରକାରରେ ଥିବା ବିଜେପିର ସହଯୋଗୀ ଦଳ ଆଇପିଏଫଟି ମଧ୍ୟ ବିପ୍ଲବଙ୍କ ଉପରୁ ଆସ୍ଥା ହରାଇଥିଲେ ।

ଆଗକୁ ନିର୍ବାଚନ ଥିବା ବେଳେ ଏଭଳି ପରିସ୍ଥିତି ଦଳୀୟ ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଥିଲା । ଉତ୍ତରାଖଣ୍ଡ, କର୍ଣ୍ଣାଟକ ଏବଂ ଗୁଜୁରାଟ ଭଳି ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ବଦଳିବେ ବୋଲି ଚର୍ଚ୍ଚା ହେଉଥିଲା । ଏଭଳି ସମୟରେ ବିପ୍ଲବ ଦିଲ୍ଲୀରୁ ଡକରା ପାଇଥିଲେ । ଗତ ୧୨ ତାରିଖରେ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ତାଙ୍କର ପୃଥକ୍ ଆଲୋଚନା ହୋଇଥିଲା । ଆଜି ଅପରାହ୍ନରେ ବିପ୍ଲବ୍ ଦିଲ୍ଲୀରୁ ଫେରି ଅଗରତାଲାରେ ପହଞ୍ଚିଥିଲେ ଏବଂ ସିଧା ରାଜଭବନ ଯାଇ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ ।

ତତକ୍ଷଣାତ୍ ନୁଆ ନେତା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ବସିଥିଲା । ଔପଚାରିକ ଭାବେ ମାଣିକ ଶାହାଙ୍କୁ ନେତା ନିର୍ବାଚିତ କରାଯାଇଥିଲା ।

ବିଦାୟୀ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ କହିଛନ୍ତି, ମୁଁ ମୋ ପାରୁପର୍ଯ୍ୟନ୍ତ ଲୋକଙ୍କ ସେବା କରିଛି । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ସଂଗଠନ ମଜବୁତ କରିବାର ଦାୟିତ୍ୱ ମତେ ମିଳିଛି । ସଂଗଠନ ସୁଦୃଢ଼ ରହିଲେ ଯାଇ ସରକାର ହେବ । ୨୦୨୩ ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ସେ ଟ୍ୱିଟ୍ କରିଛନ୍ତି ।

Previous Post

ଲାଞ୍ଚୁଆ ଅବକାରୀ ଅଧୀକ୍ଷକ ଗିରଫ

Next Post

ପ୍ରସବ ଯନ୍ତ୍ରଣା ଭୋଗୁଥିବା ଅସହାୟ ମହିଳାଙ୍କୁ ସହାୟତା ଯୋଗାଇଦେଲା ‘ଓଡ଼ିଶା ମୋ ପରିବାର’

Next Post
ପ୍ରସବ ଯନ୍ତ୍ରଣା ଭୋଗୁଥିବା ଅସହାୟ ମହିଳାଙ୍କୁ ସହାୟତା ଯୋଗାଇଦେଲା ‘ଓଡ଼ିଶା ମୋ ପରିବାର’

ପ୍ରସବ ଯନ୍ତ୍ରଣା ଭୋଗୁଥିବା ଅସହାୟ ମହିଳାଙ୍କୁ ସହାୟତା ଯୋଗାଇଦେଲା 'ଓଡ଼ିଶା ମୋ ପରିବାର'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA