Tuesday, June 23, 2026 08:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସଲାସୁତୁରାରେ ବିଏସକେୱାଇ ଟଙ୍କା ହଡ଼ପ !

କଟକ ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

by Our Correspondent
13 Jan, 2023- 12:15 PM
in Latest News, News
1 min read
0
ସଲାସୁତୁରାରେ ବିଏସକେୱାଇ ଟଙ୍କା ହଡ଼ପ !

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) । ଗରିବ ଗୁରୁବାଙ୍କ ପାଇଁ ଏହି ଯୋଜନାଟି ଭଗବାନଙ୍କ ଆର୍ଶବାଦ ସଦୃଶ ହୋଇଛି । ତେବେ କିଛି କ୍ଷେତ୍ରରେ ଜାଲ୍ ଅନୁଷ୍ଠାନ, ଦଲାଲଙ୍କ ସହ ସରକାରୀ ଅଧିକାରୀଙ୍କ ସଲାସୁତୁରା ଯୋଗୁଁ ଯୋଜନା ବାଟମାରଣା ହେଉଛି । ହିତାଧିକାରଙ୍କ ନାଁରେ ରାଜକୋଷରୁ ଟଙ୍କା ହରିଲୁଟ୍ ହେଉଛି ।

କଟକର ଏକ ନର୍ସିଂହୋମ ମାଲିକ କିଭଳି ଦଲାଲ ଓ ସୁରକ୍ଷା କର୍ମୀଙ୍କୁ ଲଗାଇ ସରକାରୀ ଅର୍ଥ ଲୁଟି ଚାଲିଥିଲେ ସେହି ତଥ୍ୟ ସାମନାକୁ ଆସିଛି । ଯୋଜନା ସମ୍ପର୍କରେ ଜାଣି ନ ଥିବା ସୁସ୍ଥ ଲୋକଙ୍କୁ ଫସାଇ ୨ ହଜାର ଟଙ୍କାରେ ବିଏସକେୱାଇ କାର୍ଡ ହାତେଇ ନେଉଥିଲେ । କାର୍ଡଧାରୀଙ୍କ ମିଛ ରୋଗ ଦର୍ଶାଇ ସେମାନେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିବା ଦର୍ଶାଯାଉଥିଲା । ରୋଗୀର ମିଛ ହସ୍ପିଟାଲ୍ ବିବରଣୀ ପ୍ରସ୍ତୁତ କରାଯାଉଥିଲା । ଉକ୍ତ କାର୍ଡ ବ୍ୟବହାର କରି ରାଜକୋଷରୁ ନର୍ସିଂହୋମ୍ କର୍ତ୍ତୃପକ୍ଷ ଟଙ୍କା ଉଠାଇ ନେଉଥିଲେ ।

କେବଳ କଟକର ନର୍ସିଂହୋମ୍ ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏଭଳି ଏକାଧିକ ଅଭିଯୋଗ ଆସିଛି । ତେବେ କେବଳ ଅଯୋଗ୍ୟ ହସ୍ପିଟାଲ୍ ମାଲିକଙ୍କୁ ଏଥିପାଇଁ ଦାୟୀ କରାଗଲେ ହେବନି । ସ୍ୱାସ୍ଥ୍ୟ ବିଭାଗର ଅସାଧୁ ଅଧିକାରୀଙ୍କ ସହ ବିନା ସଲାସୁତୁରାରେ ବିଏସକେୱାଇ ଯୋଜନାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହେବା ସମ୍ଭବ ନୁହେଁ ।

ସୂଚନାଥାଉକି, ବିଏସକେୱାଇ ଯୋଜନାରେ କେଉଁ ଘରୋଇ ହସ୍ପିଟାଲ୍ କୁ ତାଲିକାଭୁକ୍ତ କରାଯିବ ତାହାର ନିଷ୍ପତ୍ତି ସ୍ୱାସ୍ଥ୍ୟ ବିଭାଗ ଅଧୀନସ୍ଥ ଓଡ଼ିଶା ହେଲଥ୍ ଆସୁ୍ୟରାନ୍ସ ସୋସାଇଟି ଉପରେ ନ୍ୟସ୍ତ ଅଛି । ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡ ପୂରଣ କରୁଥିଲେ ଆବେଦନକାରୀ ହସ୍ପିଟାଲ୍ କୁ ଏହି କମିଟି ଅନୁମୋଦନରେ ହିଁ ତାଲିକାଭୁକ୍ତ କରାଯାଏ । ବିଏସକେୱାଇ ପ୍ରଚଳନ ଦିନଠାରୁ ଅତିରକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ରାଜ୍ୟ ନୋଡାଲ୍ ଅଫିସର ଦାୟିତ୍ୱରେ ଅଛନ୍ତି । ବିଏସକେୱାଇ ଦାୟିତ୍ୱ ସାଙ୍ଗକୁ ଗ୍ରାମାଞ୍ଚଳ ଡାକ୍ତରମାନଙ୍କ ପୋଷ୍ଟିଂ, ପ୍ରମୋସନ୍ ଏବଂ ଟ୍ରାନସଫର୍ ମଧ୍ୟ ତାଙ୍କ ଦାୟିତ୍ୱରେ ଅଛି ।

ପ୍ରଶ୍ନ ହେଉଛି, ବିଏସକେୱାଇ ଭଳି ଏତେ ବଡ଼ ଯୋଜନାର ଏତେ ସ୍ୱଚ୍ଛ ବ୍ୟବସ୍ଥା ସତ୍ତ୍ୱେ ଏହା ଭିତରକୁ ଜାଲ୍ ହସ୍ପିଟାଲ୍ ପଶୁଛନ୍ତି କେମିତି? ସରକାରୀ ଅଧିକାରୀଙ୍କ ସହ ବିନା ସଲାସୁତୁରାରେ ଏହା ସମ୍ଭବ କି? ଯୋଗ୍ୟତାର ମାପକାଠିକୁ ସଂପୃକ୍ତ ବାବୁମାନେ ଦଳିଚକଟି ଦେଉନାହାନ୍ତି କି? ସେମାନଙ୍କ ବିରୋଧରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ନୁହେଁ କି?

ସେହିଭଳି ବିଏସକେୱାଇ ଯୋଜନାରେ ହିତାଧିକାରୀ କେମିତି ସୁବିଧାରେ ଚିକିତ୍ସା ପାଇବେ ସେଥିପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟମିତ୍ରଙ୍କୁ ନିଯୁକ୍ତ କରିଛନ୍ତି । ମାତ୍ର ବିନା ରୋଗୀରେ କାର୍ଡ ସ୍ୱାଇପ୍ ସମ୍ପର୍କରେ ସ୍ୱାସ୍ଥ୍ୟ ମିତ୍ର କେମିତି ଜାଣିପାରୁନାହାନ୍ତି? କେବଳ କଟକରେ ଏଭଳି ୧୪ ଟି ଘଟଣା ସାମନାକୁ ଆସିଛି ।

ସୂଚନାଥାଉକି, କଟକ ସହରରେ ୬୦ଟି ହସ୍ପିଟାଲ୍ ଏହି ଯୋଜନାରେ ଅନୁବନ୍ଧିତ ହୋଇଛି । ମାସକୁ ହାରାହାରି ୨୦ କୋଟିରୁ ଅଧିକ ଟଙ୍କା ଉଠାଯାଉଛି । କଟକରେ କେବଳ ଗ୍ରାମାଞ୍ଚଳର ୪୧ଟି ହସ୍ପିଟାଲ୍ ରେ ମାସକୁ ୯ କୋଟି ଟଙ୍କା ହିତାଧିକାରୀଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି । ଏଥିରୁ ହଡ଼ପ ଟଙ୍କା କେତେ ତାହାର ତଦନ୍ତ ପାଇଁ ସବୁ ମହଲରୁ ଦାବି ହେଉଛି ।

ବିଏସକେୱାଇରେ ଜାଲିଆତି ଘଟଣାକୁ ସ୍ୱାସ୍ଥ୍ୟ ବିଭାଗର ନୂତନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଗୁରୁତର ସହ ଗ୍ରହଣ କରିଛନ୍ତି । କଟକସ୍ଥିତ ସାଉଥ୍ ପଏଣ୍ଟ ହସ୍ପିଟାଲ୍ ଜାଲିଆତି ଘଟଣାର ତଦନ୍ତ ସରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସଂପୃକ୍ତ ହସ୍ପିଟାଲ୍ କୁ ବିଏସକେୱାଇ ତାଲିକାରୁ ବାଦ୍ ଦିଆଯାଇଥିବା ବେଳେ ହସ୍ପିଟାଲ୍ ରେ ନିଯୁକ୍ତ ସ୍ୱାସ୍ଥ୍ୟ ମିତ୍ରଙ୍କୁ ହଟାଇ ଦିଆଯାଇଛି । ବିଏସକେୱାଇ ଅଧୀନରେ ସାଉଥ୍ ପଏଣ୍ଟ ହସ୍ପିଟାଲ ରେ ଚିକିତ୍ସିତ ରୋଗୀମାନଙ୍କୁ ଉପଯୁକ୍ତ ହସ୍ପିଟାଲ୍ କୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ।

ବିଏସକେୱାଇ ଯୋଜନାରେ ଟଙ୍କା ହଡ଼ପକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ବିଭାଗ ପକ୍ଷରୁ ଯୋଜନାର ସଫଳତା ନେଇ ଗତକାଲି ଏକ ପ୍ରେସ୍ ନୋଟ ଦିଆଯାଇଛି । ୨୦୨୧ ବର୍ଷରେ ୧.୨୬ ଲୋକ ଲୋକ ସୁପର ସ୍ପେଶାଲିଟି ଚିକିତ୍ସା ଓ ଔଷଧ ସମ୍ପୂର୍ଣ୍ଣ ମାଗଣା ପାଇଥିଲେ । ୨୦୨୨ ବର୍ଷରେ ଏହି ସଂଖ୍ୟା ୬.୪୫ ଲକ୍ଷକୁ ବୃଦ୍ଧି ପାଇଛି । ପ୍ରାୟ ୪୧୩ ପ୍ରତିଶ୍ରତ ଅଭିବୃଦ୍ଧି ବୋଲି କୁହାଯାଇଛି । ୨୦୨୧ ମସିହାରେ ଦେୟମୁକ୍ତ ଚିକିତ୍ସା ବାବଦକୁ ରାଜ୍ୟ ସରକାର ପ୍ରାୟ ୨୨୪.୮୭ କୋଟି ଟଙ୍କାର ବିଲ୍ ଘରୋଇ ହସ୍ପିଟାଲଗୁଡ଼ିକୁ ପୈଠ କରିଥିଲେ । ୨୦୨୨ ମସିହାରେ ଏହା ୧୪୫୬.୪୨ କୋଟିକୁ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ତାଲିକାଭୁକ୍ତ ହସ୍ପିଟାଲ୍ ସଂଖ୍ୟାରେ ମଧ୍ୟ ୩୩୩ ପ୍ରତିଶତ ବୃଦ୍ଧି ହୋଇଛି ।

 

Previous Post

କାଲିଠାରୁ ହକି ମହାସମର: ରାଉରକେଲାରୁ ଅଭିଯାନ ଆରମ୍ଭ କରିବ ଭାରତ

Next Post

ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବଢ଼ିଲା

Next Post
ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବଢ଼ିଲା

ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବଢ଼ିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA