Friday, April 24, 2026 02:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଏମାନେ କ’ଣ ଦଲାଲ ସାମ୍ବାଦିକ ନୁହଁନ୍ତି?

ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ସାତଖୁଣ ମାଫ!!

by Our Correspondent
31 Oct, 2020- 12:32 AM
in Crime, Latest News, News
1 min read
0
ଏମାନେ କ’ଣ ଦଲାଲ ସାମ୍ବାଦିକ ନୁହଁନ୍ତି?

ଭୁବନେଶ୍ୱର: ଖାଲି ୱେବ୍ ଚାନେଲ୍ ନୁହେଁ, ବଡ ଟିଭିରେ ବି ମାଳ ମାଳ ନକଲି ସାମ୍ବାଦିକ । ନିକଟରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବିଇଓଙ୍କୁ ଧମକାଇ ବଟି ଅସୁଲ କରୁଥିବା ୩ ଟିଭି, ଖବରକାଗଜ ସାମ୍ବାଦିକଙ୍କୁ ପୁଲିସ ଗିରଫ କରିଛି । ତେବେ ଆଶ୍ଚର୍ଯ୍ୟର କଥା ଏହି ଖବରଟି ସଂପୃକ୍ତ ଗଣମାଧ୍ୟମରେ କିନ୍ତୁ ଚପିଯାଇଛି । ଭୁବନେଶ୍ୱରରେ ଦଲାଲି କରୁଥିବା ୬ ୱେବ୍ ଚାନେଲ୍ ର ନକଲି ସାମ୍ବାଦିକଙ୍କୁ ପୁଲିସ ଗିରଫ କରିବା ଘଟଣାକୁ ପ୍ରମୁଖ ଗଣମାଧ୍ୟମ ବଡ଼ ଖବର କରିଥିବା ବେଳେ ବୁଗୁଡ଼ା ଘଟଣାରେ ସେମାନଙ୍କ ନିରବତା ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି । ସୋସିଆଲ୍ ମିଡ଼ିଆ ନ ଥିଲେ ହୁଏତ ଏହି ଖବରଟି ଲୋକଲୋଚନକୁ ଆସି ପାରି ନ ଥାଆନ୍ତା ।

ବୁଗୁଡ଼ା ବ୍ଲକ୍ ଏଜୁକେସନ୍ ଅଫିସ(ବିଇଓ) ରସାନନ୍ଦ କରଙ୍କୁ ବ୍ଲାକମେଲିଂ କରି ଗିରଫ ହୋଇଥିବା ସାମ୍ବାଦିକମାନେ ହେଲେ ଓଟିଭି ସାମ୍ବାଦିକ ଆଲୋକ ଗୌଡ଼, ପ୍ରମେୟ ସାମ୍ବାଦିକ କାଳିଆ ପାଢ଼ୀ ଏବଂ ବଡ଼ ଖବର ସାମ୍ବାଦିକ ମନୋଜ କୁମାର ଘଡ଼େଇ । ବିଇଓଙ୍କ ଏତଲା ଭିତ୍ତିରେ ପୁଲିସ ସେମାନଙ୍କ ବିରୋଧରେ ୩୫୩, ୩୮୫, ୫୦୬, ୫୦୭ ଓ ୩୪ ଆଇପିସିରେ ମାମଲା ରୁଜୁ କରିଛି ।

ଏତଲାରେ ଶ୍ରୀ କର ଦର୍ଶାଇଛନ୍ତି, ଗତ ୧୬ ତାରିଖ ଦିନ ୧୦.୩୦ରେ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ତାକରଡ଼ାରେ ସ୍କୁଲ ପରିଚ୍ଛନ୍ନତା ଅନୁଧ୍ୟାନ କରିବାକୁ ସେ ଯାଇଥିଲେ । ତେଣୁ ଅଫିସରେ ଅନୁପସ୍ଥିତ ଥିଲେ । ସେହି ସମୟରେ ବଡ଼ ଖବରର ପୋଲସରା ପ୍ରତିନିଧି ମନୋଜ କୁମାର ଘଡ଼େଇ, ଓଟିଭିର ବୁଗୁଡ଼ା ପ୍ରତିନିଧି ଆଲୋକ ଗୌଡ଼ ଏବଂ ବୁଗୁଡ଼ା ପ୍ରମେୟ ପ୍ରତିନିଧି କାଳିଆ ପାଢ଼ୀ ତାଙ୍କ ଅଫିସ୍ ଚାମ୍ବରରେ ପଶି ଫଟୋ ଉଠାଇଥିଲେ । ବିଇଓ ଅଫିସ୍ ରେ ଅନୁପସ୍ଥିତ ଥିବାରୁ ଖବର କରିବେ ବୋଲି ଧମକାଇଥିଲେ । ଏ ସମ୍ପର୍କରେ ନିଜ କର୍ମଚାରୀଙ୍କଠାରୁ ସୂଚନା ପାଇ ବିଇଓ ତୁରନ୍ତ ପହଞ୍ଚିଥିଲେ ।

ଟଙ୍କା ଦେଲେ ଯାଇ ଖବର ଚାପିହେବ ବୋଲି ସେମାନେ ରୋକଠୋକ୍ ଜଣାଇ ଚାଲି ଯାଇଥିଲେ । ପରଦିନ ତାଙ୍କୁ ବାରମ୍ବାର ଫୋନ୍ କରି ଟଙ୍କା ମାଗିଥିଲେ । ବଡ଼ ଖବର ସାମ୍ବାଦିକ ମନୋଜ ଘଡ଼େଇ ୫ ହଜାର ଟଙ୍କା ଦାବି କରିଥିଲା ବେଳେ ପ୍ରମେୟ ସାମ୍ବାଦିକ କାଳିଆ ପାଢ଼ୀ ୧୫ ହଜାର ଟଙ୍କା ଏବଂ ଓଟିଭି ସାମ୍ବାଦିକ ଆଲୋକ ଗୌଡ଼ ଦାବି କରିଥିଲେ ୫ ହଜାର ଟଙ୍କା ।

ତେବେ ଏତେ ଟଙ୍କା ଦେଇପାରିବେନି ବୋଲି ବିଇଓ ଜଣାଇବାରୁ ସେମାନେ ଗତ ୧୯ ତାରିଖରେ ଏମବିସି ଟିଭିରେ ତାଙ୍କ ବିରୋଧରେ ଖବର କଲେ । ଏହାପରେ ମଧ୍ୟ ଟଙ୍କା ନ ଦେବାରୁ ସେମାନଙ୍କ ବ୍ଲାକମେଲିଂର ଶିକାର ହେଉଥିବା ବିଇଓ ତାଙ୍କ ଏତଲାରେ ଦର୍ଶାଇଥିଲେ । ବଡ଼ ଖବର ସାମ୍ବାଦିକ ଶ୍ରୀ ଘଡେଇ ଫୋନ୍ କରି ୫୦ ହଜାର ଟଙ୍କା ଦେଇଦେବାକୁ ଧମକାଉଥିବା ଏବଂ ଟଙ୍କା ନ ଦେଲେ ତମ ବିରୋଧରେ ଆହୁରି ଖବର କରାଯିବ ବୋଲି ଡରୋଉଥିବା ବିଇଓ ଦର୍ଶାଇଥିଲେ ।

ସେ ଜଣେ ଅନେଷ୍ଟ ଅଫିସର । ସଂପୃକ୍ତ ସାମ୍ବାଦିକଙ୍କ ଏଭଳି ବ୍ୟବହାର ତାଙ୍କୁ ମାନସିକସ୍ତରରେ ବହୁତ ଆଘାତ ଦେଇଛି । ଏଭଳି ଦଲାଲ୍ ସାମ୍ବାଦିକଙ୍କ କବଳରୁ ରକ୍ଷା କରିବାକୁ ପୁଲିସକୁ ଗୁହାରି କରିଥିଲେ ବିଇଓ ଶ୍ରୀ କର । ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଧିକାରୀମାନଙ୍କୁ ମଧ୍ୟ ଲେଖି ଜଣାଇଥିଲେ । ସଂପୃକ୍ତ ସାମ୍ବାଦିକଙ୍କର ଫୋନ୍ କଲ୍ ରେକର୍ଡିଂ, ଅଫିସରେ ବଳପୂର୍ବକ ପଶିବାର ସିସିଟିଭି ଫୁଟେଜ୍ ମଧ୍ୟ ଦାଖଲ କରିଥିଲେ ।

ପୁଲିସ ଏହାର ତଦନ୍ତ କରି ସଂପୃକ୍ତ ସାମ୍ବାଦିକଙ୍କୁ ଗିରଫ କରିଥିଲା । ମାତ୍ର ଏହି ଖବରକୁ ପ୍ରମୁଖ ଗଣମାଧ୍ୟମରେ ସ୍ଥାନ ମିଳିନାହିଁ । ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ସାତଖୁଣ ମାଫ କି? ସେମାନେ ବଡ଼ ବ୍ରାଣ୍ଡର ସାମ୍ବାଦିକ ବୋଲି ସେମାନଙ୍କ ଦଲାଲି କ’ଣ ମାଫ୍ ବୋଲି ସୋସିଆଲ୍ ମିଡ଼ିଆରେ କଟାକ୍ଷ କରାଯାଇଛି ।

Previous Post

ଭୁବନେଶ୍ୱରରେ ୫୦% ଲୋକଙ୍କଠାରେ ଆଣ୍ଟିବଡି

Next Post

ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ୧୬ ରୁ ଖୋଲିବ ସ୍କୁଲ

Next Post
ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ୧୬ ରୁ ଖୋଲିବ ସ୍କୁଲ

ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ୧୬ ରୁ ଖୋଲିବ ସ୍କୁଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA