Monday, April 20, 2026 04:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୫-ଟି ଚଳୁରେ ସାହେବଙ୍କ ଚଙ୍ଗୁ-ମଙ୍ଗୁ!

ମାରିନେଲେ କୋଟି କୋଟି ଟଙ୍କା

by Our Correspondent
07 Sep, 2025- 11:03 PM
in Latest News, News
1 min read
0
୫-ଟି ଚଳୁରେ ସାହେବଙ୍କ ଚଙ୍ଗୁ-ମଙ୍ଗୁ!

ଭୁବନେଶ୍ୱର: ବିଜେଡି ସରକାର ଅମଳର ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ କୋଟି କୋଟି ଟଙ୍କା ଚଳୁ ହୋଇଛି । ଏହି କାର୍ଯ୍ୟରେ ସରକାରୀ ବ୍ୟବସ୍ଥା ଓ ନିୟମ କାନୁନର ଧଜିଆ ଉଡ଼ିଛି । ସିଏଜି ଧରିଥିବା ୫-ଟି ରୂପାନ୍ତର ଦୁର୍ନୀତିର ତଥ୍ୟ ଗଣମାଧ୍ୟମରେ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ଏହି ଦୁର୍ନୀତିର ବିଭିନ୍ନ ଦିଗକୁ ନେଇ ଆଲୋଚନା ଆରମ୍ଭ ହୋଇଥିବା ବେଳେ ସର୍ବାଗ୍ରେ ଅଛନ୍ତି ହାକିମଙ୍କ ଚଙ୍ଗୁ-ମଙ୍ଗୁ । ସ୍କୁଲ ରୂପାନ୍ତର କାମରୁ ଏମାନେ ମାଲେମାଲ୍ ହୋଇଥିବା କୁହାଯାଉଛି ।

ପୂର୍ବ ସରକାରଙ୍କ ଅମଳରେ ଏହି ଚଙ୍ଗୁ(ଚ)-ମଙ୍ଗୁ(ରେ) ଯୋଡ଼ିଙ୍କର ପ୍ରାର୍ଦୁଭାବ ଅନ୍ଦର ମହଲରେ ସମସ୍ତଙ୍କୁ ଜଣା । ସେମାନେ ନେତା କି ବ୍ୟୁରୋକ୍ରାଟ୍ ହୋଇ ନ ଥିଲେ ମଧ୍ୟ କ୍ଷମତା ଓ ଦବଦବାରେ ସେମାନଙ୍କ ବଡ଼ବାପା ଥିଲେ । ସେହି ସ୍ତରକୁ ଯିବା ପାଇଁ ଦୁହିଁଙ୍କୁ ବେଶୀ ପରିଶ୍ରମ କରିବାକୁ ପଡ଼ିନି । ଜନୈକ କ୍ଷମତାଶାଳୀ ସାହେବଙ୍କର ଆଶୀର୍ବାଦ ଏହି ଯୋଡ଼ିଙ୍କ ଭାଗ୍ୟ ବଦଳାଇ ଦେଇଛି । ସାହେବଙ୍କର ଘରୋଇ ସହାୟକରୁ ଦୁହେଁ ବନିଥିଲେ ଅତ୍ୟନ୍ତ କ୍ଷମତାଶାଳୀ । ସାହେବଙ୍କର ବିଶ୍ୱାସ ଓ ଭରସା ସେମାନଙ୍କ ଭାଗ୍ୟ ବଦଳାଇ ଦେଲା । ହାଉଜାଉ ଟଙ୍କାରେ ଖେଳିଲେ ।

ଏହି ଯୋଡ଼ିଙ୍କୁ ଅତି ପାଖରୁ ଜାଣିଥିବା ଲୋକଙ୍କ କହିବାନୁଯାୟୀ, ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ଦୁହେଁ ଥିଲେ ସରକାରୀ ଏଜେଣ୍ଟ । ଅଦୃଶ୍ୟମାନ ରାକେଟ୍ ର ପରିଚାଳକ । ସେମାନଙ୍କ ନାଁରେ ଏକାଧିକ ସଂସ୍ଥା ଖୋଲା ଯାଇଥିଲା । ଏହି ସଂସ୍ଥାଗୁଡ଼ିକ ଜରିଆରେ ସାରା ରାଜ୍ୟର ସ୍କୁଲ ଗୁଡ଼ିକ ପାଇଁ ସ୍କୁଲ ଚେୟାର ଟେବୁଲଠାରୁ ଆରମ୍ଭ କରି କମ୍ପ୍ୟୁଟର୍, କଳାପଟା ଇତ୍ୟାଦି ସାମଗ୍ରୀର ଯୋଗାଣ ଅର୍ଡର ନିଆଯାଇଥିଲା । ପୋଖରୀପୁଟରେ ସେମାନଙ୍କର ମୁଖ୍ୟ ଅଫିସ କାର୍ଯ୍ୟ କରୁଥିଲା । ସେଠାରେ ଗଣ୍ଡା ଗଣ୍ଡା ଦାମୀ ଗାଡ଼ି ଲାଗୁଥିଲା । ସମ୍ପୂର୍ଣ୍ଣ ଥାଟବାଟ ଏବଂ କର୍ପୋରେଟ୍ ଷ୍ଟାଇଲରେ ଅନାମଧ୍ୟେୟ ସଂସ୍ଥାକୁ ଅପରେଟ୍ କରୁଥିଲେ ଚଙ୍ଗୁ-ମଙ୍ଗୁ ।

ସଂସ୍ଥାର ନାଁ ଏବଂ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଅଧିକାର ତଥ୍ୟକୁ ଅପେକ୍ଷା କରାଯାଇଥିଲା ବେଳେ ସରକାର ନିଜ ଆଡୁ ତଦନ୍ତ କରି ଏମାନଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବାକୁ ବିଭିନ୍ନ ସ୍ତରରୁ ଦାବି ହେଲାଣି । ସେହିଭଳି, ବିଜେଡିର କିଛି ମହଲରୁ ଏମାନଙ୍କ କଳା ସାମ୍ରାଜ୍ୟର ଚେର ଖୋଳିବାକୁ ଦାବି ହୋଇଛି । କାରଣ କେବଳ ୫-ଟି ପ୍ରକରଣରୁ ନୁହେଁ, ବିଜେଡିର ଯାବତୀୟ କାମ ଏମାନଙ୍କ ଜରିଆରେ ହେଉଥିଲା । ଟିଭି ଓ ଖବରକାଗଜ ପାଇଁ ବିଭିନ୍ନ ସାମଗ୍ରୀ କିଣାରେ ଏମାନେ କୋଟି କୋଟି ଟଙ୍କା ଚଳୁ କରିଥିବା କୁହାଯାଉଛି । ବିଜେଡି ମାଲିକାନା ଥିବା ଏହି ଦୁଇ ମିଡିଆ ସଂସ୍ଥାରେ ଏମାନଙ୍କର ହାକିମାତି ଚାଲୁଥିଲା ।

ଖାଲି ସେତିକି ନୁହେଁ, ଗତ ନିର୍ବାଚନ ବେଳେ ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କର ସୋସିଆଲ୍ ମିଡିଆ ପରିଚାଳନା କାର୍ଯ୍ୟ ଏ ଦୁହିଁଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଦଳୀୟ ପାଣ୍ଠିରୁ ସେମାନଙ୍କ ପ୍ରମୋସନ ପାଇଁ ସୋସିଆଲ୍ ମିଡିଆ ଖର୍ଚ୍ଚ ନାଁରେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେହି ତଥାକଥିତ ଚଙ୍ଗୁ-ମଙ୍ଗୁ ସଂସ୍ଥାକୁ ଦିଆଯାଇଥିଲା ବୋଲି ପ୍ରାର୍ଥୀମାନଙ୍କଠାରୁ ଜଣାପଡ଼ିଛି । ବାସ୍ତବରେ କିନ୍ତୁ ସେଭଳି କିଛି ହୋଇ ନ ଥିଲା । ପ୍ରାର୍ଥୀମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ କେତୋଟି ଫଟୋ ଓ ଭିଡିଓ ପକାଇ ସବୁ ଟଙ୍କା ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି ।

ଏଭଳି ଭାବେ ବିଜେଡି ସରକାର ଅମଳର ଏହି ଦୁଇ ବଳୀୟାନ୍ ଙ୍କ କାରନାମାକୁ ନେଇ ଦଳରେ ପ୍ରବଳ ଅସନ୍ତୋଷ ଥିଲା ବେଳେ ଏବେ ୫-ଟି ସ୍କୁଲ ରୂପାନ୍ତର ଦୁର୍ନୀତି ପଦାକୁ ଆସିଛି । ଏହି ଦୁର୍ନୀତିରେ ଏମାନଙ୍କ ସଂପୃକ୍ତି ବିଜେଡି ମହଲରେ ସମସ୍ତଙ୍କୁ ଉଣା ଅଧିକେ ଜଣାଥିବାରୁ ଆଗାମୀ ଦିନରେ ବିଜେପି ସରକାରଙ୍କ ପଦକ୍ଷେପ ନେଇ ସମସ୍ତଙ୍କର ଉତ୍କଣ୍ଠା ବଢ଼ିଛି । ସିଏଜି ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏହି ଦୁର୍ନୀତିର କିଭଳି ଖୋଳତାଡ଼ କରୁଛନ୍ତି ତାହାକୁ ସମସ୍ତଙ୍କର ଅପେକ୍ଷା ରହିଛି ।

ଚଙ୍ଗୁ-ମଙ୍ଗୁଙ୍କୁ ଧରିଲେ ୫-ଟି ରୂପାନ୍ତର ଦୁର୍ନୀତିର ଚେର ବାହାର କରିବାକୁ ବେଶୀ କସରତ୍ କରିବାକୁ ପଡ଼ିବ ନାହିଁ । ମାତ୍ର ଉପର ସମୀକରଣ ଦୃଷ୍ଟିରୁ ମୋହନ ସରକାରଙ୍କ କ୍ଷେତ୍ରରେ ଏହା ଅସମ୍ଭବ ହୋଇପାରେ ବୋଲି ଖୋଦ୍ ବିଜେଡି ମହଲରେ ଆଶଙ୍କା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ୨୦୨୦-୨୧ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟର ୮୯୪୧ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ୮୬୮୧ ରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ହୋଇଥିଲା । ଏ ବାବଦରେ ୩୮୩୦.୯୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୬ଟି ଜିଲ୍ଲା ଗଞ୍ଜାମ, କେନ୍ଦୁଝର, କଟକ, ସୁନ୍ଦରଗଡ଼, ବାଲେଶ୍ୱର ଏବଂ ଯାଜପୁରରେ ଯାବତୀୟ କେଳେଙ୍କାରୀକୁ ନମୁନା ଭାବେ ନେଇ ସିଏଜି ଚିଠା ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ୯୦ କୋଟିରୁ ଅଧିକ ଟଙ୍କା ଚଳୁ ହୋଇଥିବା ଜଣାପଡ଼ିଛି ।

Previous Post

ଲୋଡ଼ା ପଡ଼ିଲେ ଅଲୋଡ଼ା ଅରୂପ !

Next Post

ରାଜେନ୍ଦ୍ର ଢ଼ୋଲକିଆଙ୍କ ପରଲୋକ

Next Post
ରାଜେନ୍ଦ୍ର ଢ଼ୋଲକିଆଙ୍କ ପରଲୋକ

ରାଜେନ୍ଦ୍ର ଢ଼ୋଲକିଆଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA