Tuesday, April 21, 2026 06:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କିଏ ଶର୍ମିଷ୍ଠାଙ୍କ ସେହି ଗୁରୁ ମା’?

by Our Correspondent
20 Mar, 2022- 08:17 PM
in Latest News, News
1 min read
0
କିଏ ଶର୍ମିଷ୍ଠାଙ୍କ ସେହି ଗୁରୁ ମା’?

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ୱେବ୍ ଚାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତ ଏବେ ବି ଫେରାର । ସେ ଏବେ କେଉଁଠି ପୁଲିସ ଜାଣିପାରୁନାହିଁ । ରାଜ୍ୟ ଭିତରେ ଓ ବାହାରେ ତିନୋଟି ସ୍ୱତନ୍ତ୍ର ପୁଲିସ ଟିମ୍ ବୁଲୁଥିଲେ ମଧ୍ୟ ଶର୍ମିଷ୍ଠାଙ୍କ ଟେର୍ ପାଉନି । ପେସାଦାର ଅପରାଧୀ ନ ହୋଇ ମଧ୍ୟ ଜଣେ ମହିଳା ପ୍ରାୟ ଦେଢ଼ମାସ ହେଲା ପୁଲିସକୁ ପାଣି ପିଆଉଛି । କୌଣସି ପ୍ରଭାବଶାଳୀଙ୍କ ଛତ୍ରଛାୟାରେ ଶର୍ମିଷ୍ଠା ଆତ୍ମଗୋପନ କରିଥାଇପାରେ ବୋଲି ସାଧାରଣ ଲୋକଙ୍କ ସନେ୍ଦହ ବଢ଼ିଲାଣି ।

ଇତିମଧ୍ୟରେ ଶର୍ମିଷ୍ଠାଙ୍କ ଜଘନ୍ୟ କାରନାମା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗଣମାଧ୍ୟମ ସାମନାକୁ ଆସିଛି । ଜଣେ ଜଣାଶୁଣା ମହିଳା ସମାଜସେବୀଙ୍କ ଛତ୍ରଛାୟାରେ ସେ ଏକ କ୍ରାଇମ୍ ସିଣ୍ଡିକେଟ୍ ଚଳାଉଥିବା ଏହି ତଥ୍ୟରୁ ବିଶ୍ୱାସ କରାଯାଉଛି । ଏହି ମହିଳା ସମାଜସେବୀ କୁଆଡ଼େ ଶର୍ମିଷ୍ଠାଙ୍କ ଗୁରୁ ମା’ । ରାଜଧାନୀର ଜଣେ ଡାକ୍ତର କିଛି ଗଣମାଧ୍ୟମକୁ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ଶର୍ମିଷ୍ଠା ଜଣେ ରୋଗୀଙ୍କ ଜରିଆରେ ସଂପୃକ୍ତ ଡାକ୍ତରଙ୍କୁ ବ୍ଲାକମେଲିଂ କରି ୫ ଲକ୍ଷ ଟଙ୍କା ଦାବି କରୁଥିଲେ । ଏଥସହ ପୁରୁଣା ଭୁବନେଶ୍ୱରରେ ଥିବା ଡାକ୍ତରଙ୍କର ଏକ ଜାଗାକୁ ହାତେଇବାକୁ ଚେଷ୍ଟା କରିଥିଲେ । ଏହି ଉଦ୍ୟମରେ ଗୁରୁ ମା’ ତାଙ୍କର ପ୍ରେରଣା ଥିଲେ ବୋଲି ଡାକ୍ତର ତାଙ୍କ ବୟାନରେ ସ୍ପଷ୍ଟ କରିଛନ୍ତି ।

ସମାଜସେବୀ ଭାବେ ପରିଚିତ ଏହି ଗୁରୁ ମା’ ଏକ ରାଜନୈତିକ ଦଳ ସହ ସଂପୃକ୍ତ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ତଥାକଥିତ ଗୁରୁ ମା’ କିଏ? ଏହା ଏବେ ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇଛି । ଡାକ୍ତରଙ୍କ ବୟାନ ଗଣମାଧ୍ୟମକୁ ଆସିବା ପରେ ପୁଲିସ ତାହାକୁ କିଭଳି ଗୁରୁତ୍ୱ ଦେଉଛି ତାହା ଏବେ ଦେଖିବାର କଥା ।

ସେମିତି, ଶର୍ମିଷ୍ଠାଙ୍କ ସହ କିଛି ନେତା ଓ ଅଫିସରଙ୍କ ନିବିଡ଼ ସମ୍ପର୍କକୁ ନେଇ ଚର୍ଚ୍ଚା ଥମିବାର ନାହିଁ । ସୋସିଆଲ୍ ମିଡ଼ିଆରେ ସେହି ସମ୍ପର୍କର ଫଟୋ ଭାଇରାଲ୍ ହେଉଥିବାରୁ ହୃତକମ୍ପନ ସୃଷ୍ଟି ହୋଇଛି । ସୁତରାଂ ପ୍ରଭାବଶାଳୀଙ୍କ ଛତ୍ରଛାୟାରେ ଶର୍ମିଷ୍ଠା ଆତ୍ମଗୋପନ କରିଥିବାର ବଦ୍ଧ ଧାରଣା ଲୋକଙ୍କ ମନରେ ସୃଷ୍ଟି ହୋଇଛି ।

ସେପଟେ ପୁଅକୁ ନ୍ୟାୟ ଦେବା ପାଇଁ ମୃତ ମାନସର ମା’ ଯମୁନା ସ୍ୱାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁହାରି ଜଣାଇଛନ୍ତି । ଏକମାତ୍ର ପୁଅକୁ ହରାଇ ଆମେ ନିସ୍ୱଃ ହୋଇଯାଇଛୁ । ବଞ୍ଚିବୁ କେମିତି ବୋଲି ସେ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଛନ୍ତି । ଶର୍ମିଷ୍ଠା ରାଉତକୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ନିବେଦନ କରିଛନ୍ତି ।

ଶର୍ମିଷ୍ଠାଙ୍କ ମା’ କିନ୍ତୁ ତାଙ୍କ ଝିଅର ଏଭଳି କାର୍ଯ୍ୟକୁ ବିଶ୍ୱାସ କରିପାରୁନାହାନ୍ତି । ସେ କହିଛନ୍ତି ଝିଅ ବର୍ଷେ ହେଲା ଆମ ସହ ସମ୍ପର୍କରେ ନାହିଁ । ଯଦି ସେମିତି ଦୋଷ କରିଥିବ, ତାକୁ ଦଣ୍ଡ ମିଳୁ ବୋଲି ବୃଦ୍ଧା ମା’ ଗଣମାଧ୍ୟମକୁ କହିଛନ୍ତି ।

ସୂଚନାଥାଉକି, ମୃତ ମାନସଙ୍କ ମୋବାଇଲ୍ ଫୋନ୍ ଇତିମଧ୍ୟରେ ପୁଲିସ ହାତରେ ଲାଗିଛି । ଧର୍ମଶାଳା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଏହା ପଡ଼ିଥିଲା । ଜଣେ ପାନ ଦୋକାନୀ ଏହାକୁ ପାଇ ପୁଲିସକୁ ଦେଇଛନ୍ତି । ମାନସ ଅପହରଣ ଓ ହତ୍ୟାକାଣ୍ଡ ସମ୍ପର୍କରେ ଏହି ଫୋନ୍ ରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାରେ ପୁଲିସ ସକ୍ଷମ ହୋଇଥିବ ବୋଲି ବିଶ୍ୱାସ କରାଯାଉଛି ।

Previous Post

ମୁଖ୍ୟମନ୍ତ୍ରୀ ପଖାଳ ଖାଇଲେ…

Next Post

ବନ୍ଧା ହେଲେ ପୂର୍ବତନ I & PR ନିର୍ଦ୍ଦେଶକ ନିରଞ୍ଜନ ସେଠୀ

Next Post
ବନ୍ଧା ହେଲେ ପୂର୍ବତନ I & PR ନିର୍ଦ୍ଦେଶକ ନିରଞ୍ଜନ ସେଠୀ

ବନ୍ଧା ହେଲେ ପୂର୍ବତନ I & PR ନିର୍ଦ୍ଦେଶକ ନିରଞ୍ଜନ ସେଠୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA