Tuesday, April 21, 2026 10:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ କିଡନାପ୍ ଷ୍ଟୋରି

ଅପହରଣ ଘଟଣାର ପ୍ରତ୍ୟକ୍ଷଦର୍ଶୀ ବୟାନ

by Our Correspondent
18 Mar, 2022- 11:03 PM
in Latest News, News
1 min read
0
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ କିଡନାପ୍ ଷ୍ଟୋରି

ଭୁୁବନେଶ୍ୱର: ଯାହା ଅନୁମାନ କରାଯାଉଥିଲା ତାହା ହିଁ ସତ୍ୟ । ଏକ ମେମୋରି ଚିପ୍ ପାଇଁ ମାନସ ସ୍ୱାଇଁଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି । ଅପହରଣର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏହି ରହସ୍ୟ ଉପରୁ ପର୍ଦ୍ଦା ହଟାଇଛି । ଏହି ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି ଚାନ୍ଦବାଲି ଅଞ୍ଚଳର ଜଣେ ୱେବ୍ ପୋର୍ଟାଲ୍ ସାମ୍ବାଦିକ ଶରତ ଚନ୍ଦ୍ର ପଣ୍ଡା । ଗତକାଲି ପୁଲିସ ତାଙ୍କର ବୟାନ ରେକର୍ଡ କରିଥିବା ବେଳେ ଆଜି ଗଣମାଧ୍ୟମରେ ସେ ଏହାର ଖୁଲାସା କରିଛନ୍ତି ।

ଶରତଙ୍କ ଆଖି ସାମନାରେ ମାନସଙ୍କୁ ଅପହରଣ କରାଯାଇଥିଲା । ନିଜର ଦଳବଳ ସହ “ସମ୍ପୂର୍ଣ୍ଣା’ ୱେବ୍ ଚାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ତାଙ୍କୁ ଚାନ୍ଦବାଲିରୁ ଅପହରଣ କରି ଆଣିଥିଲେ । ଶରତଙ୍କ କହିବାନୁଯାୟୀ, ଫେବ୍ରୁଆରୀ ୬ ତାରିଖ ରାତି ପ୍ରାୟ ୧୦ଟା ବେଳେ ପ୍ରେସ୍ ଲେଖାଥିବା ଏକ ଗାଡ଼ି ତାଙ୍କ ପାଖକୁ ଆସିଥିଲା । ସେଥିରେ ଦୁଇ ମହିଳା ଏବଂ ୩ ପୁରୁଷ ଥିଲେ । ସମ୍ପୂର୍ଣ୍ଣା ଚାନେଲ୍ ର ଓନର୍ ଭାବେ ଜନୈକା ଶର୍ମିଷ୍ଠା ରାଉତ ନିଜର ପରିଚୟ ଦେଇ ତାଙ୍କ ସହ କଥା ହୋଇଥିଲେ । ପଳାଶପୁର ଗାଁ କେଉଁଠି ବୋଲି ପଚାରି ବୁଝିଥିଲେ ।

ଆଉ ପରଦିନ ସକାଳେ ଶର୍ମିଷ୍ଠା ଓ ଗ୍ୟାଙ୍ଗ୍ ପଳାଶପୁର ଛକରେ ଛକି ରହିଥିଲେ । ଗାଁରେ ଏକ ବାହାଘର ସୁଟିଂ ସାରି ସହଯୋଗୀ କ୍ୟାମେରାମ୍ୟାନ୍ ଦେବାଶିଷ ଜେନାଙ୍କ ସହ ଫେରୁଥିବା ମାନସଙ୍କୁ ସେମାନେ ଅଟକାଇଥିଲେ । ମାନସଙ୍କୁ ଦେଖିଲା ମାତ୍ରେ ଶର୍ମିଷ୍ଠା ଉତକ୍ଷିପ୍ତ ହୋଇ ଉଠିଥିଲେ । ମେମୋରି ଚିପ୍ କାଇଁ ବୋଲି ପଚାରି ଦୁଇ ଚାପଡ଼ା ମାରିଥିଲେ । ମେମୋରି ଚିପ୍ ଏବେ ପାଖରେ ନାହିଁ, ଭୁବନେଶ୍ୱରରେ ଅଛି ବୋଲି ମାନସ କହିବା ପରେ ଶର୍ମିଷ୍ଠା ମାନସଙ୍କୁ ଗାଡ଼ିରେ ନେଇଯାଇଥିଲେ ବୋଲି ଶରତ କହିଛନ୍ତି ।

ସୂଚନାଥାଉକି, ଚାନ୍ଦବାଲି ନିକଟସ୍ଥ ପଳାଶପୁର ଗାଁକୁ ଏକ ବାହାଘର ସୁଟିଂ ପାଇଁ ମାନସ ଯାଇଥିବାର ସୂଚନା ପାଇଲା ପରେ ଶର୍ମିଷ୍ଠା ତାଙ୍କର ପିଛା କରିଥିଲେ । ସେହି ଅଞ୍ଚଳ ସମ୍ପର୍କରେ ଅଜ୍ଞ ଥିବାରୁ ସେଠାକାର ସାମ୍ବାଦିକ ଶରତ ପଣ୍ଡାଙ୍କର ଠିକଣା କେଉଁଠୁ ସେ ସଂଗ୍ରହ କରିଥିଲେ । ପଳାଶପୁର ଗାଁ ସମ୍ପର୍କରେ ପଚାରି ସୁନିଶ୍ଚିତ ହେବା ଥିଲା ତାଙ୍କୁ ଭେଟିବାର ଉଦ୍ଦେଶ୍ୟ ।

ସେପଟେ ଭୁବନେଶ୍ୱରରେ ଥିବା ଶର୍ମିଷ୍ଠାଙ୍କ ପରିଚାଳିତ ଦୟାଲ୍ ବୃଦ୍ଧାଶ୍ରମର ପଡୋଶୀଙ୍କ ସିସିଟିଭି କ୍ୟାମେରାକୁ ଆଜି ପୁଲିସ ଯାଞ୍ଚ କରି ହାର୍ଡଡିସ୍କ ଜବତ କରିଛି । ଫେବ୍ରୁଆରୀ ୭ ତାରିଖରେ ମାନସଙ୍କୁ ସେଠାକୁ ଅଣାଯାଇଥିବା ଏବଂ ହତ୍ୟା ପରେ ତାଙ୍କୁ ସେଠାରୁ ନିଆଯାଇଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ହାର୍ଡଡିସ୍କକୁ ନଷ୍ଟ କରିଦେବା ପାଇଁ ସଂପୃକ୍ତ ଘର ମାଲିକଙ୍କୁ ଶର୍ମିଷ୍ଠା ଧମକ ଦେଇଥିବା ତଦନ୍ତ ବେଳେ ପୁଲିସ ମଧ୍ୟ ଜାଣିବାକୁ ପାଇଛି ।

Previous Post

ଶର୍ମିଷ୍ଠା ରାଉତଙ୍କୁ ପାଉନି ପୁଲିସ !

Next Post

ମୁଖ୍ୟମନ୍ତ୍ରୀ ପଖାଳ ଖାଇଲେ…

Next Post
ମୁଖ୍ୟମନ୍ତ୍ରୀ ପଖାଳ ଖାଇଲେ…

ମୁଖ୍ୟମନ୍ତ୍ରୀ ପଖାଳ ଖାଇଲେ...

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA