ଭୁବନେଶ୍ୱର: ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ଦଶମ ଶ୍ରେଣୀରେ ପାସ୍ ହାର ୯୩.୧୨% ଥିଲା ବେଳେ ଦ୍ୱାଦଶ ଶ୍ରେଣୀରେ ପାସ୍ ହାର ରହିଛି ୮୭.୩୩% । ଉଭୟ ଶ୍ରେଣୀରେ ପୁଅଙ୍କ ତୁଳନାରେ ଝିଅମାନେ ଭଲ ରେଜଲ୍ଟ କରିଛନ୍ତି ।
ଦଶମ ଶ୍ରେଣୀରେ ମୋଟ ୩୪ ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଦିଲ୍ଲୀଠାରୁ ଓଡ଼ିଶା ରିଜିଅନରେ ଭଲ ରେଜଲ୍ଟ ହୋଇଛି । ଭୁବନେଶ୍ୱର ରିଜିଅନରେ ପାସ୍ ହାର ୯୩.୬୪% ରହିଛି । ପାସ୍ ହାରରେ ଟପ୍ ରେ କେରଳର ତ୍ରିଭେନ୍ଦ୍ରମ ଥିବା ବେଳେ ଗୌହାଟୀ ରିଜିଅନରେ ପାସ୍ ହାର ସବୁଠୁ କମ୍ ରହିଛି ।
ଅନ୍ୟପକ୍ଷରେ ଦ୍ୱାଦଶ ଶ୍ରେଣୀରେ ପାସ୍ ହାର ହେଉଛି ୮୭.୩୩% । ଝିଅମାନଙ୍କ ପାସ୍ ହାର ପୁଅମାନଙ୍କ ଅପେକ୍ଷା ୬% ଅଧିକ ଅଛି । ୯୯.୯୧% ପାସ୍ ହାର ସହ ଥିରୁବନନ୍ତପୁରମ୍ ରିଜିଅନ୍ ଶୀର୍ଷରେ ଥିବା ବେଳେ ଭୁବନେଶ୍ୱର ରିଜିଅନରେ ପାସ୍ ହାର ୮୩.୮୯% ରହିଛି ।