Thursday, May 7, 2026 12:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚୌକି ପାଇଁ ଗଡ଼ାଗଡ଼ି ହେଲେ କଂଗ୍ରେସ ନେତା

ରାଉରକେଲା କଂଗ୍ରେସ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା

by Our Correspondent
12 May, 2023- 06:22 PM
in Latest News, News, Politics
1 min read
0
ଚୌକି ପାଇଁ ଗଡ଼ାଗଡ଼ି ହେଲେ କଂଗ୍ରେସ ନେତା

ରାଉରକେଲା/ଭୁବନେଶ୍ୱର: ଗାଁ ଉତ୍ସବ ଆଗରେ ବସି ଦେଖିବା ପାଇଁ ପିଲାଙ୍କ ଭିତରେ କଳି ହୁଏ । ପିଲେ ପିଟାପିଟି ହୁଅନ୍ତି । କୁକୁଡ଼ା ଲଢ଼େଇ କରନ୍ତି । ମାତ୍ର ଦୁଇଜଣ ବରିଷ୍ଠ କଂଗ୍ରେସ ନେତା ଆଗ ଚୌକିରେ ବସିବା ପାଇଁ ତଳେ ଗଡ଼ି ଗୋଇଠା, ମୁଥ ମରାମରି ହେବା ନିହାତି ଭାବେ ଲଜ୍ଜାକର ଘଟଣା । ଆଜି ରାଉରକେଲାରେ ଘଟିଥିବା ଏଭଳି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

ଘଟଣାଟି ଏମତି । ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଆଜି ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଅନ୍ୟ ନେତାମାନଙ୍କ ମଧ୍ୟରେ ଦଳର ଦୁଇ ବରିଷ୍ଠ ନେତା ସବିର ହୁସେନ ଓ ଉମେଶ ସରନ ସେଠାରେ ପହଞ୍ଚିଥିଲେ । ତେବେ ଆଗଧାଡ଼ିରେ ଖାଲିଥିବା ଗୋଟିଏ ଚଉକିରେ ବସିବା ପାଇଁ ସବିର ଓ ଉମେଶଙ୍କ ମଧ୍ୟରେ ଟଣାଓଟରା ଲାଗିଯାଇଥିଲା । ସେହି ଚଉକିକୁ ଛାଡ଼ିବା ପାଇଁ କେହି ରାଜି ନଥିଲେ । ଉଭୟଙ୍କ ମଧ୍ୟରେ ଠେଲାପେଲା କ୍ରମଶଃ ଭୟଙ୍କର ରୂପ ନେଇଥିଲା । ତଳେ ଗଡ଼ାଗଡ଼ି ହୋଇ ପରଷ୍ପରକୁ ବିଧା, ଗୋଇଠା ଓ ମୁଥ୍ ମରାମରି ହେଲେ ।

ଖୋଦ୍ ସାମ୍ବାଦିକମାନଙ୍କ ସାମ୍ନାରେ ଦୁଇ ବରିଷ୍ଠ ନେତାଙ୍କର ଏଭଳି କାଣ୍ଡ ଚାଲିଥିଲେ ମଧ୍ୟ ଉଭୟଙ୍କୁ ଶାନ୍ତ କରାଇବାକୁ ସହଯୋଗୀମାନଙ୍କର ଉଦ୍ୟମ ନ ଥିଲା । ଏହି ଦୃଶ୍ୟକୁ ସତେ ଯେମିତି ମନଭରି ଉପଭୋଗ କରୁଥିଲେ । ଏଭଳି ପରିସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ଆଉ ହୋଇପାରିଲା ନାହିଁ ।

ତଳେ ଗଡ଼ି ପିଟାପିଟି ହୋଇଥିବା ସବିର ଓ ଉମେଶ କଂଗ୍ରେସର ବହୁ ପୁରୁଣା ଓ ଅଭିଜ୍ଞ ନେତା । ଉଭୟଙ୍କ ମଧ୍ୟରେ ପୂର୍ବରୁ କ’ଣ ତିକ୍ତତା ଥିଲା ତାହା ଜଣାପଡ଼ିନାହିଁ । ତେବେ ଏକ ସାମ୍ବାଦିକ ସମ୍ମିଳନୀରେ ଆଗ ଚେୟାରରେ ବସିବା ପାଇଁ ଏହି ଦୁଇ ବଡ଼ ନେତାଙ୍କ ଛୋଟ ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋଷ୍ଠୀ କନ୍ଦଳ କଂଗ୍ରେସର ପୁରୁଣା ରୋଗ ବୋଲି ପରିହାସ କରାଯାଉଥିବା ବେଳେ ରାଉରକେଲାର ଏହି ଘଟଣା ଦଳକୁ ଆହୁରି ଲଜ୍ଜା ଓ ନିନ୍ଦିତ କରିଛି ।

Previous Post

ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ପ୍ରକାଶିତ

Next Post

ବାଚସ୍ପତି ଆରୁଖ, ମନ୍ତ୍ରୀ ସମୀର ଓ ଶ୍ରୀକାନ୍ତଙ୍କ ଇସ୍ତଫା

Next Post
ବାଚସ୍ପତି ଆରୁଖ, ମନ୍ତ୍ରୀ ସମୀର ଓ ଶ୍ରୀକାନ୍ତଙ୍କ ଇସ୍ତଫା

ବାଚସ୍ପତି ଆରୁଖ, ମନ୍ତ୍ରୀ ସମୀର ଓ ଶ୍ରୀକାନ୍ତଙ୍କ ଇସ୍ତଫା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA