ଭୁବନେଶ୍ୱର: ସିବିଏସଇ ଦ୍ୱାରା ପରିଚାଳିତ ଦଶମ ଟର୍ମ-୧ ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ବିବାଦର ସମାଧାନ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଯୋଗୁଁ ୨୪ ଘଣ୍ଟା ଭିତରେ ବିବାଦର ସମାଧାନ ହେବା ସହ ପିଲାମାନେ ନ୍ୟାୟ ପାଇଛନ୍ତି । ଓଡ଼ିଆ ପେପର୍ ରେ ସମସ୍ତଙ୍କୁ ଫୁଲ୍ ମାର୍କ ଦିଆଯାଇଛି । ଉତ୍ତର ଦେବାକୁ ଚେଷ୍ଟା କରିଥିବା ସବୁ ପିଲାଙ୍କୁ ମିଳିଛି ଫୁଲ୍ ମାର୍କ । ଏହାଦ୍ୱାରା ୨୮, ୩୧୦ ଓଡ଼ିଆ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।
ଦଶମ ଟର୍ମ-୧ ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ଛାତ୍ର ଓ ଅଭିଭାବକମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନଜରକୁ ଏହା ଆସିଲା ପରେ ଏକ ବିଶେଷଜ୍ଞ କମିଟି ଏହାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ସିବିଏସଇକୁ ନିଦେ୍ର୍ଦଶ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଏଥିପାଇଁ ୨୪ ଘଣ୍ଟାର ମହଲତ ଦେଇଥିଲେ । ବିଶେଷଜ୍ଞ କମିଟି ରିପୋର୍ଟ ଆଧାରରେ ସବୁ ଛାତ୍ରଛାତ୍ରୀଙ୍କୁ ଫୁଲ୍ ମାର୍କ ଦିଆଯାଇଛି । ସଂଶୋଧିତ ମାର୍କସିଟ୍ ସବୁ ସ୍କୁଲକୁ ପଠାଇ ଦିଆଯାଇଛି ।