Sunday, August 9, 2026 05:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଛେନାପୋଡ଼ରେ ମହକିଲା ରାଜଧାନୀ

ଜୋର ଧରିଲା ଜିଆଇ ମାନ୍ୟତା ଓ ସାମନ୍ତ ସ୍ମାରକୀ ଦାବି

by Our Correspondent
11 Apr, 2023- 07:15 PM
in Latest News, News
1 min read
0
ଛେନାପୋଡ଼ରେ ମହକିଲା ରାଜଧାନୀ

ଭୁବନେଶ୍ୱର: ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ମିଳିତ ଆନୁକୁଲ୍ୟରେ ଆଜି ଭୁବନେଶ୍ୱର ଜୟଦେବ ଭବନଠାରେ ଛେନାପୋଡ଼ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ଅଧିକ ଲୋକପ୍ରିୟ ଓ ପ୍ରୋତ୍ସାହନ ଦେବା ଏ ଉତ୍ସବର ଉଦ୍ଦେଶ୍ୟ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ଦିବସବ୍ୟାପୀ ଏହି ଉତ୍ସବରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ କଣ୍ଠାଶିଳ୍ପୀ ତାନସେନ୍ ସିଂ ଓ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସାବରମତି ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବରେ ଲେଖକ ତଥା ବିକାଶ ମଞ୍ଚର ଆବାହାକ ଶୁଭ୍ରାଂଶୁ ପଣ୍ଡା ଅଧ୍ୟକ୍ଷତା କରିଥିଲେ। କାର୍ୟ୍ୟକ୍ରମ ଆରମ୍ଭରେ ସୁବ୍ରତ କୁମାର ନାୟକ ଅତିଥି ପରିଚୟ ଦେବା ସହିତ, ସ୍ବାଗତ ଭାଷଣ ଦେଇଥିଲେ ଓ ଅମରେଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ନିଜ ଅଭିଭାଷଣରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ କହିଲେ ଯେ, ଛେନାପୋଡ଼ର ପରିଚୟ ସ୍ପଷ୍ଟ ଓ ନିର୍ବିବାଦୀୟ। ଏହାର ସ୍ରଷ୍ଟାଙ୍କୁ ନେଇ କୌଣସି ତର୍କ ବା ବିବାଦ ହେବା ଅନୁଚିତ। ନିଜ ଅଭିଜ୍ଞତା ବଖାଣି ଶ୍ରୀ ସାହୁ କହିଥିଲେ ଯେ, ରାଜ୍ୟ ଭିତରେ ବା ରାଜ୍ୟ ବାହାରେ କୌଣସି ବନ୍ଧୁଙ୍କୁ ଭେଟି ଯିବା ବେଳେ ଉପହାର ସ୍ବରୂପ ସେ ନୟାଗଡ଼ ଛେନାପୋଡ଼ ନେବାକୁ ପସନ୍ଦ କରନ୍ତି। ଏପରିକି କାର୍ୟ୍ୟବସ୍ତତା ବେଳେ ଅନେକ ପରିସ୍ଥିତିରେ ସେ ମଧ୍ୟାହ୍ନ ଭୋଜନ ବା ରାତ୍ର ଭୋଜନ କେବଳ ଛେନାପୋଡ଼ ଖାଇ ଚଳାଇଦେଇଥାଆନ୍ତି।

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଲେ, ଆମ ନିର୍ବାଚନ ମଣ୍ଡଳୀରୁ ସୃଷ୍ଟି ହୋଇ ବିଶ୍ୱ ଦରବାରରେ ପହଁଞ୍ଚିଥିବା ଛେନାପୋଡ଼ ପାଇଁ ଆଜି ସାରା ରାଜ୍ୟ ଗର୍ବିତ। ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ନୟାଗଡ଼ରେ ବିତିଥିବା ନିଜ କିଶୋର ବେଳର ଛେନାପୋଡ଼ ସ୍ମୃତି ରୋମନ୍ଥନ କରିଥିଲେ। କେବଳ ଛେନାପୋଡ଼ ନୁହେଁ ନୟାଗଡ଼ ମାଟି ସଭ୍ୟତାକୁ ବହୁ ନୂଆ ଉପହାର ଦେଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଛେନାପୋଡ଼ ମାଧ୍ୟମରେ ନୟାଗଡ଼ ଗୋଟିଏ ନୂଆ ପରିଚୟ ପାଇଛି। ଛେନାପୋଡ଼କୁ ନେଇ କୌଣସି ବିବାଦ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିବା ସହ ଛେନାପୋଡ଼ର ଶ୍ରେୟ ସୁଦର୍ଶନ ସାହୁ ଓ ତାଙ୍କ ବାପା ଭାଗିରଥୀ ସାହୁ ଉଭୟଙ୍କୁ ଦିଆଯାଉ ବୋଲି ସେ ପରାମର୍ଶ ଦେଇଥିଲେ।

ବିଶିଷ୍ଟ ଲେଖକ ଦାଶ ବେନହୁର କହିଲେ ଯେ ପ୍ରଥମଥର ପାଇଁ ଭୁବନେଶ୍ୱରରେ ସାରା ନୟାଗଡ଼ିଆଙ୍କୁ ଏକାଠି କରିଛି ଛେନାପୋଡ଼ ଦିବସ। ରାଜଧାନୀ ଛାତିରେ ଗୋଟିଏ ଜିଲ୍ଲାର ରାଜନେତା, ବୁଦ୍ଧିଜୀବୀ ଓ ଜନତା ଏକାଠି ବସି ମାଟିର ସ୍ବାର୍ଥ ବାବଦରେ ଆଲୋଚନା କରିବା ନିଶ୍ଚିତ ଭାବେ ଏକ ଶୁଭସଙ୍କେତ। ସାତପାଟଣାରୁ ଦଶପଲ୍ଲା, ନୟାଗଡ଼ ହୋଇ ରାଜ୍ୟ ଓ ଦେଶର ସୀମା ଡେଇଁଥିବା ଛେନାପୋଡ଼ର ଏ ଜୟଯାତ୍ରା ଶିଖର ଛୁଇଁବ ବୋଲି ସେ ମତ ଦେଇଥିଲେ।

ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସାବରମତି କହିଥିଲେ ଯେ ଏଭଳି ଦିବସ ଆୟୋଜନ ମାଧ୍ୟମରେ ହିଁ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ହୋଇପାରିବ। ନୟାଗଡ଼ରେ ନିଜର ପିଲାଦିନର ସ୍ମୃତି ମନେପକାଇବା ସହ ପ୍ରସିଦ୍ଧ ଗୀତ ଆସ କିଏ ଖାଇବର ଅନୁଭୂତି ବଖାଣିଥିଲେ ଅନ୍ୟତମ ଅତିଥି କଣ୍ଠଶିଳ୍ପୀ ତାସସେନ ସିଂ।

ଉତ୍ସବରେ ଅଧ୍ୟକ୍ଷତା କରି ଲେଖକ ତଥା ନୟାଗଡ଼ ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡା ମଞ୍ଚ ତରଫରୁ ବିଭିନ୍ନ ପ୍ରସ୍ତାବ ଓ ଦାବି ଉପସ୍ଥାପନା କରିଥିଲେ। ଦୁଇବର୍ଷ ତଳେ ମଞ୍ଚ ପକ୍ଷରୁ ଛେନାପୋଡ଼କୁ ଜିଆଇ ମାନ୍ୟତା ପାଇଁ ଦାବି ହୋଇଥିବାବେଳେ ଚଳିତ ବର୍ଷ ଏହାକୁ ସମର୍ଥନ କରି ପ୍ରଶାସନ, ରାଜନେତା, ବୁଦ୍ଧିଜୀବୀ, ସାମ୍ବାଦିକ ଓ ସାଧାରଣ ଜନତା ଆଗେଇ ଆସିବା ଏକ ଶୁଭସଙ୍କେତ ବୋଲି ସେ କହିଥିଲେ। ଆଗକୁ ଏ ନେଇ ପ୍ରଚେଷ୍ଟା ତୀବ୍ରତର ହେବ। ରସଗୋଲା ଭଳି ଛେନାପୋଡ଼ ପାଇଁ ସରକାର ଏକ କ୍ଲଷ୍ଟର ନିର୍ମାଣ କରିବା ଉଚିତ। ବ୍ୟବସାୟୀଙ୍କ କୌଶଳ ବିକାଶ ସାଙ୍ଗକୁ ସେମାନଙ୍କୁ ଆର୍ଥିକ ଓ ବୈଷୟିକ ସହାୟତା ମିଳିଳୁ ବୋଲି ସେ ଦାବି କରିଥିଲେ। ଅନୁରୂପ ଭାବେ ଅବହେଳିତ ହୋଇ ପଡ଼ିଥିବା ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜନ୍ମସ୍ଥଳରେ ସରକାର ତୁରନ୍ତ ଏକ ସ୍ମାରକୀ ନିର୍ମାଣ ସାଙ୍ଗକୁ କବି ଯଦୁମଣି ଓ ପାଠାଗାର ଆନ୍ଦୋଳନର ପିତାମହ ଦାସିଆ ଅଜାଙ୍କ ଜନ୍ମପୀଠର ବିକାଶ କରନ୍ତୁ ବୋଲି ସେ ପ୍ରସ୍ତାବ ରଖିଥିଲେ।

ଏ ଅବସରରେ ଏକ ଶ୍ରୁତିମଧୁର ‘ଛେନାପୋଡ଼ ସଙ୍ଗୀତ’ର ଶ୍ରୋତାର୍ପଣ କରାଯାଇଛି। ଏହି ଗୀତକୁ ଶୁଭ୍ରାଂଶୁ ପଣ୍ଡା ରଚନା ଓ ପରିକଳ୍ପନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ସହ କଣ୍ଠଦାନ କରିଛନ୍ତି ଅଭିଜିତ ମିଶ୍ର। ଗୀତରେ ଛେନାପୋଡ଼ର ମହିମାମଣ୍ଡନ ସାଙ୍ଗକୁ ନୟାଗଡ଼ ଜିଲ୍ଲାର ଐତିହ୍ୟ, ପରମ୍ପରା, ସଂସ୍କୃତି, ପର୍ବପର୍ବାଣି ଓ ମହାପୁରୁଷମାନଙ୍କ ବାବଦରେ ବର୍ଣ୍ଣନା ରହିଛି। ଉତ୍ସବରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ବିଶିଷ୍ଟ ଛେନାପୋଡ଼ ବ୍ୟବସାୟୀ କାର୍ତିକେଶ୍ୱର ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ଗୀତ ଚାଲିଥିବୋବେଳ ମଞ୍ଚରେ ଅତିଥିମୋନ ଛେନାପୋଡ଼ କାଟିଥିଲେ। ଅନ୍ୟପଟେ ମଞ୍ଚତଳେ ଦର୍ଶକମୋନ ଗୀତରେ ମତୁଆଲା ହୋଇ ନାଚ କରୁଥିବାର ଦେଖିବାକୁ ମିଳିଥିଲା।

ଉତ୍ସବରେ ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳର ପ୍ରସିଦ୍ଧ ଛେନାପୋଡ଼ ବ୍ୟବସାୟୀ କାର୍ତିକେଶ୍ୱର ସାହୁଙ୍କୁ ମଞ୍ଚ ତରଫରୁ ସମ୍ମାନିତ କରାଯାଇଥିଲା। ସଭା ସହ ସମାନ୍ତରାଳ ଭାବେ ନୟାଗଡ଼ରୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ଆସିଥିବା ଛେନାପୋଡ଼ ଓ ନୟାଗଡ଼ ମୁଗରେ ପ୍ରସ୍ତୁତ ମୁଗପୋଡ଼, ମୁଗମଣ୍ଡା ଓ ମୁଗପକୁଡ଼ି ସାଙ୍ଗକୁ ନୟାଗଡ଼ ଆମ୍ବରେ ପ୍ରସ୍ତୁତ ଆମ୍ବ ଚଟପଟି ଆଦି ଖାଦ୍ୟର ପ୍ରଦର୍ଶନ କରାଯାଇଥିଲା। ଏସବୁ ପାଟି ସୁଆଦିଆ ଖାଦ୍ୟର ଆନନ୍ଦ ନେବାପାଇଁ ରାଜଧାନୀବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ଭିଡ଼ ଦେଖିବାକୁ ମିଳିଥିଲା।

ଉତ୍ସବ ଅନ୍ତେ ପାଲା, ଦାସକାଠିଆ, ବାଘନାଚ, ଠକରା, ଖଞ୍ଜଣି, ପାରମ୍ପରିକ ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ନାରାୟଣ ଶୁକ୍ଲ ଓ ସାଥୀ ପାଲା ପରିବେଷଣ କରିଥିବାବେଳେ ବିଶ୍ୱନାଥ ପ୍ରଧାନ ଓ ସାଥୀ ଦାସକାଠିଆ ପରଷିଥିଲେ। ସପନି ପ୍ରଧାନଙ୍କ ଖଞ୍ଜଣି ବାଦନ, ସଂଗ୍ରାମ କେଶରୀ ସ୍ବାଇଁଙ୍କ ଠକରା ବାଦ୍ୟ ଏ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା। ଛେନାପୋଡ଼କୁ ନେଇ ମଞ୍ଚରେ ଆର୍.କେ. ମହାରଣାଙ୍କ ତତ୍କାଳ ଚିତ୍ର ବେଶ୍ ଉପଭୋଗ୍ୟ ହୋଇଥିଲା। ସୁଶାନ୍ତ କୁମାର ଦଳେଇ ଓ ସାଥୀ ପାରମ୍ପରିକ ସଂଗୀତ ପରିବେଷଣ କରିଥିବାବେଳେ ବିଶିଷ୍ଠ କଣ୍ଠଶିଳ୍ପୀ ତାନସେନ୍ ସିଂ ସତୁରୀ ଓ ଅଶୀ ଦଶକର ସିନେମା ଗୀତ ମାଧ୍ୟମରେ ଶ୍ରୋତାଙ୍କ ମନ ମୋହିଥିଲେ। ଶେଷରେ ଭାଗ୍ୟଧର ସ୍ବାଇଁ ଓ ସାଥୀମାନଙ୍କ ଦ୍ବାରା ବାଘନାଚ ସହ ଉତ୍ସବର ସମାପନ ହୋଇଥିଲା।

ଉତ୍ସବରେ ଆଜି ନୟାଗଡ଼ରୁ ଏକ ବୃହତ ଛେନାପୋଡ଼ ଧରି ହଠାତ ପହଞ୍ଚିଥିଲେ ବିଜେପି ନେତ୍ରୀ ଇରାନୀ ରାୟ। ଅନ୍ୟପଟେ ଶ୍ରୋତୃମଣ୍ଡଳିରେ ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ, ସାମ୍ବାଦିକ ନୀଳାମ୍ବର ରଥ, ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା, ମିଷ୍ଠାନ୍ନ ବ୍ୟବସାୟୀ ପୂର୍ଣଚନ୍ଦ୍ର ସାହୁ ଏବଂ ଛେନାପୋଡ଼ ସ୍ରଷ୍ଠା ସୁଦର୍ଶନ ସାହୁଙ୍କ ଝିଅ ଓ ପରିବାରବର୍ଗ ଉପସ୍ଥିତ ଥିଲେ।

ଆଜି ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ ଅଫ୍‌ତାବ ହୋସେନ୍ ଓ ଲୋପାମୁଦ୍ରା ବାରିକ। ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ବିକାଶ ମଞ୍ଚର ସକ୍ରିୟ ସଦସ୍ୟ ଗିରୀଶ ରଂଜନ ସାହୁ, ମୋନାଲି ପ୍ରିୟଦର୍ଶିନୀ ପ୍ରଧାନ, ସ୍ମୃତିରେଖା ପାଣିଗ୍ରାହୀ, ସତ୍ୟେନ୍ଦୁ ଶେଖର ମିଶ୍ର, ଆଶିଷ କୁମାର ରଥ, ଆଶୁତୋଷ ଦାସ, ଉମାକାନ୍ତ ମହାପାତ୍ର, ପ୍ରତ୍ୟୁଷ ଦେବାଶିଷ, ରାଜେଶ କୁମାର ପରିଡ଼ା, ସୁଧାଂଶୁ ଶେଖର ସାହୁ, ଶୁଭମ୍‌, ବୀରେନ୍‌ ସାହୁ, ରଜତ କୁମାର ମିଶ୍ର, ଜଳଧର ମହାପାତ୍ର ଏବଂ ରୋହନ ମହାପାତ୍ର ପ୍ରମୁଖ ଉତ୍ସବ ଆୟୋଜନରେ ସହାୟତା କରିଥିଲେ।

Previous Post

ଝାରସୁଗୁଡ଼ା:ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

Next Post

କାଲିଠୁ ୧୬ ଯାଏଁ ସ୍କୁଲ ଛୁଟି

Next Post
କାଲିଠୁ ୧୬ ଯାଏଁ ସ୍କୁଲ ଛୁଟି

କାଲିଠୁ ୧୬ ଯାଏଁ ସ୍କୁଲ ଛୁଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA