Wednesday, April 22, 2026 12:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୂର୍ବତନ ମନ୍ତ୍ରୀଙ୍କ ଛତ୍ରଛାୟାରେ ଥିଲେ ପ୍ରଭାସ ପ୍ରଧାନ !

କୁବେର ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନସ

by Our Correspondent
03 Aug, 2024- 08:19 PM
in Latest News, News
1 min read
0
ପୂର୍ବତନ ମନ୍ତ୍ରୀଙ୍କ ଛତ୍ରଛାୟାରେ ଥିଲେ ପ୍ରଭାସ ପ୍ରଧାନ !

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଶେଷରେ ବନ୍ଧା ହୋଇଛନ୍ତି । ଜଣେ ଯନ୍ତ୍ରୀଙ୍କର ଏଭଳି ଅଚଳାଅଚଳ ସମ୍ପତ୍ତି ସାରା ରାଜ୍ୟବାସୀଙ୍କୁ ତାଜୁବ୍ କରିଦେଇଛି । ଗତକାଲି ଭିଜିଲାନସ୍ ଚଢ଼ଉରୁ ତାଙ୍କର ଏକ ପାଞ୍ଚ ମହଲା କୋଠା, ମାର୍କେଟ୍ କମ୍ପ୍ଲେକ୍ସ, ୮୫ଟି ପ୍ଲଟ୍ ସମେତ ଅନ୍ୟାନ୍ୟ ସମ୍ପତ୍ତି ଠାବ ହୋଇଛି । ହେଲେ ତାଙ୍କର ଉଭା ଯେତିକି, ପୋତା ସେତିକି ସମ୍ପତ୍ତି । ଯାହାକୁ ଖୋଜି ବାହାର କରିବା ଭିଜିଲାନସ ପକ୍ଷରେ ସମ୍ଭବ ନୁହେଁ ବୋଲି କୁହାଯାଉଛି ।

ଏହି ବାବୁଙ୍କର ଚାକିରି ଜୀବନ ସମ୍ପର୍କରେ ଭିଜିଲାନସ୍ ଆଜି ଚମକପ୍ରଦ ତଥ୍ୟ ପ୍ରଦାନ କରିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ତାଙ୍କ ଘର । ୧୯୯୪ ମସିହାରେ ଷ୍ଟାଇପେଣ୍ଡାରି ଇଞ୍ଜିନିୟର୍ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ୧୯୯୬ ରୁ ୧୯୯୯ ମସିହା ସେ ମୟୁରଭଞ୍ଜ ଜିଲ୍ଲାରେ ଅବସ୍ଥାପିତ ଥିଲେ । ୧୯୯୯ ରୁ ୨୦୦୮ ଦୀର୍ଘ ୯ ବର୍ଷ ଧରି ସେ ଘରୋଇ ଜିଲ୍ଲା ବାଲେଶ୍ୱରରେ ଥିଲା ବେଳେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ପଦୋନ୍ନତି ପାଇଥିଲେ । ଏହାପରେ ସେ ଭଦ୍ରକ ଏବଂ ମୟୁରଭଞ୍ଜରେ ବର୍ଷେ ଲେଖାଏଁ ଚାକିରି କରିଥିଲେ । ୨୦୧୦ରୁ ଦୀର୍ଘ ୧୦ ବର୍ଷ ଧରି ସେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଏମବ୍ୟାଙ୍କମେଣ୍ଟ ଡିଭିଜିନ୍ ରେ ଥାଇ ଏଇଇ ଏବଂ ଡିଇଇକୁ ପଦୋନ୍ନତି ପାଇଥିଲେ ।

୨୦୨୦ ଡିସେମ୍ବରରେ ସେ ଘରୋଇ ଜିଲ୍ଲା ବାଲେଶ୍ୱରକୁ ଏକଜ୍ୟୁଟିଭ୍ ଇଞ୍ଜିନିୟର(ଇଇ) ହୋଇ ଆସିଥିଲେ । ୨୦୨୧ ରେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର(ଏସଇ)କୁ ପଦୋନ୍ନତି ପାଇ ବାଲେଶ୍ୱର ଜଳସେଚନ ବିଭାଗରେ କାର୍ଯ୍ୟରତ ଥିଲେ । ତିନି ଦିନ ପୂର୍ବରୁ (ଜୁଲାଇ)ରେ ରାଜ୍ୟ ସରକାର ତାଙ୍କୁ କେନ୍ଦୁଝର ଶାଳପଡ଼ାସ୍ଥିତ ଆନନ୍ଦପୁର ବ୍ୟାରେଜ୍ ଡିଭିଜନର ମୁଖ୍ୟଯନ୍ତ୍ରୀ ଭାବେ ପଦୋନ୍ନତି ଦେଇଥିଲେ । ତେବେ କେନ୍ଦୁଝରରେ କାର୍ଯ୍ୟରେ ଯୋଗଦେବାକୁ ଯିବା ପୂର୍ବରୁ ଗତକାଲି ତାଙ୍କ ଉପରେ ଭିଜିଲାନସ୍ ଚଢ଼ାଉ କରିଥିଲା ।

ଚାକିରି ଜୀବନରେ ପ୍ରଭାସ ପ୍ରଧାନଙ୍କର ଏଭଳି ସୌଭାଗ୍ୟପ୍ରାପ୍ତି ଅନ୍ୟ କେଉଁ ଚାକିରିଆଙ୍କ ଜୀବନରେ କ୍ୱଚିତ ଦେଖିବାକୁ ମିଳେ । କେବଳ ପଦୋନ୍ନତି ପରେ ପଦୋନ୍ନତି ନୁହେଁ, ମୋଟା ରକମର ମାଲ୍ କମାଇବାରେ ଏ ବାବୁ ସିଦ୍ଧହସ୍ତ ବୋଲି ବିଭାଗରେ ସମସ୍ତେ ଜାଣିଥିଲେ । କିନ୍ତୁ କେହି ତାଙ୍କ ବିରୋଧରେ ପାଟି ଖୋଲୁ ନ ଥିଲେ । କାରଣ ଉପକୂଳ ଅଞ୍ଚଳର ଜଣେ ପ୍ରଭାବଶାଳୀ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ଆଶୀର୍ବାଦରେ ସେ ଥିଲେ ବଳୀୟାନ୍ । ଏହି ନେତାଙ୍କ ଛତ୍ରଛାୟାରେ ରହି ସେ ଧରାକୁ ସରା ମନେ କରୁ ନ ଥିଲେ । ଅବଶ୍ୟ ସରକାରଙ୍କ ଗେହ୍ଲାପୁଅ ହୋଇ ରହିବାଟା ତାଙ୍କ ପାଇଁ ମାଗଣା ନ ଥିଲା । ସେଥିପାଇଁ ଗଡ଼ଫାଦରଙ୍କଠାରୁ ଆରମ୍ଭ କରି ଅନ୍ୟମାନଙ୍କ ମନଖୁସି କରିବାକୁ ପଡୁଥିଲା ବୋଲି ଚର୍ଚ୍ଚା ହେଉଛି ।

ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁଯାୟୀ, ପ୍ରଭାସ ପ୍ରଧାନ କାହାର ଲୋକ ସେକଥା କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଅଞ୍ଚଳରେ ସମସ୍ତେ ଜାଣିଛନ୍ତି । ବାଲେଶ୍ୱର ଉପନିର୍ବାଚନ ବେଳେ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ମୋଟା ଅଙ୍କର ଚାନ୍ଦା ଦେଇଥିଲେ । ତାଙ୍କର ଗଡ଼ଫାଦରଙ୍କ ନିର୍ବାଚନ ଖର୍ଚ୍ଚଠାରୁ ଆରମ୍ଭ କରି ସବୁ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ତାଙ୍କର ହାତ ଖୋଲା ଥିଲା । ଶାସକ ଦଳର ଛତ୍ରଛାୟାରେ ଏହି ବାବୁ ସରକାରୀ ରାଜକୋଷକୁ ଲୁଟି ଚାଲିଥିଲେ ବୋଲି ଏହି ବରିଷ୍ଠ ନେତା ତାଙ୍କ ପ୍ରତ୍ୟକ୍ଷ ଅନୁଭୂତିରୁ କହିଛନ୍ତି ।

ତେବେ କେବଳ ପ୍ରଭାସ ପ୍ରଧାନଙ୍କ କ୍ଷେତ୍ରରେ ନୁହେଁ, ଅସାଧୁ ଓ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ପଛରେ ପ୍ରଭାବଶାଳୀ ରାଜନେତାଙ୍କ ଆଶୀର୍ବାଦର ଆହୁରି ଅନେକ ଉଦାହରଣ ରହିଛି । ଅତୀତରେ କୋଟି କୋଟି ଟଙ୍କା ଲୁଟି ସରକାରୀ ଚାକିରିରୁ ତଡ଼ା ଖାଇଥିବା ଜନୈକ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ସହ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଗହନ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା । ସେମାନଙ୍କ ମଧ୍ୟରେ ଏମିତି ଭାବ ଥିଲା ଯେ ଚାକିରିରୁ ତଡ଼ା ଖାଇଲା ପରେ ମଧ୍ୟ ସଂପୃକ୍ତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ମନ୍ତ୍ରୀଙ୍କ ଦ୍ୱାର ଖୋଲା ରହିଲା । ତତ୍କାଳୀନ ସେହି ମନ୍ତ୍ରୀଙ୍କ ପ୍ରୋତ୍ସାହନରେ ସେ ଉଦ୍ୟୋଗୀ ବନିଛନ୍ତି ।

Previous Post

ଯନ୍ତ୍ରୀଙ୍କର ୮୫ ପ୍ଲଟ୍, ୫ ମହଲା କୋଠା

Next Post

ପୁଲିସ ଡିଜି ବି ହେବେ ଅଣଓଡ଼ିଆ !

Next Post
ପୁଲିସ ଡିଜି ବି ହେବେ ଅଣଓଡ଼ିଆ !

ପୁଲିସ ଡିଜି ବି ହେବେ ଅଣଓଡ଼ିଆ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA